ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୠତୁସ୍ରାବ ଜନିତ ଶିକ୍ଷା ଓ ସ୍ୱଚ୍ଛତା ସହ ସାନିଟାରୀ ନାପକିନ ବଣ୍ଟନ

ମହିଳା ଓ ବାଳିକା ଙ୍କ ୠତୁସ୍ରାବ ଜନିତ ଶିକ୍ଷା ଓ ସ୍ୱଚ୍ଛତା ଭଳି ବିଭିନ୍ନ ଦିଗରେ ସଚେତନତା ନିମନ୍ତେ କାର୍ଯ୍ୟ ୯ବର୍ଷ ହେବ କରି ଆସୁଛନ୍ତି ଢେଙ୍କାନାଳ ଝିଅ ଅଙ୍କିତା । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଛାତିଆ ଗ୍ରାମରେ କିଛି ବାଳିକା ଙ୍କ ମଧ୍ୟରେ ଋତୁସ୍ରାବ ଏବଂ ସ୍ୱଚ୍ଛତା ନେଇ ସଚେତନତା କାର୍ଯ୍ୟକ୍ରମ କରିବା ସହ ସାନିଟାରୀ ନାପକିନ ବଣ୍ଟନ କରିଛନ୍ତି । ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଏନେଇ ଲଜ୍ୟା କିମ୍ବା ଭୟ ସମ୍ପୂର୍ଣ୍ଣ ଦୂରୀକରଣ ନିମନ୍ତେ ତାଙ୍କୁ ସଚେତନ କରିବା ସହ କିଛି ସଚେତନ ମୂଳକ ପ୍ରାମାଣିକ ଚଳଚିତ୍ର ଦେଖାଇବାର ଆୟୋଜନ କରିଥିଲେ । ତେବେ ସୂଚନା ଥାଉ କି ପୂର୍ବରୁ ଅଙ୍କିତା ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଏନେଇ ସଚେତନତା ମୁଳକ କାର୍ଯ୍ୟ କରି ପ୍ୟାଡ଼ ଓମେନ ର ପରିଚୟ ହାସଲ କରି ଜିଲ୍ଲା ପାଇଁ ଗର୍ବ ଗୌରବ ସାଉଁଟିଛନ୍ତି ।

ଢ଼େଙ୍କାନାଳ ଗଁଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ୍ 

Related posts

ବଡ଼ ପୋଡ଼ାଗୁଡା ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ରାଇରଙ୍ଗପୁରରେ ହୋ ଭାଷାର ମାନ୍ୟତା ଦାବି ନେଇ ବିଶାଳ ସମାବେଶ 

Sunil Chandra Nayak

ନର୍ଲା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

masiha

Leave a Comment

error: Content is protected !!