ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକନିକ ସ୍ପଟ ନେହେରୁ ବଙ୍ଗଳା ,ସାମୁଦ୍ରିକ ଉପକୂଳରେ ସାମ୍ବାଦିକ ସୁରକ୍ଷା ସମିତିର ବନ ମହୋତ୍ସବ 

2023 ନବ ବର୍ଷର ଆଗମନ ପୂର୍ବରୁ ପର୍ଯ୍ୟଟକ ମାନଙ୍କର ଭିଡ ଲାଗିଯାଇଛି ! ଦେଖନ୍ତୁ କେମିତି ଚାଲିଛି ବନ ମହୋତ୍ସବଭୋଜି ! ଲୋକାରଣ୍ୟ ହୋଇଉଠିଛି ନେହେରୁ ବଙ୍ଗଳା ସମୁଦ୍ରାଞ୍ଚଳ ! ବୋଧହୁଏ ଆଗକୁ ନୂଆବର୍ଷ ପାଇଁ କୋଭିଡ କଟକଣା ଜାରି ହୋଇଯାଇ ପାରେ ବୋଲି ହଜାର ହଜାର ପର୍ଯ୍ୟଟକ ମାନଙ୍କ ଭିଡ ଦେଖିବାକୁ ମିଳିଛି ! ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ସାମୁଦ୍ରିକ ଅଞ୍ଚଳ ନେହେରୁ ବଙ୍ଗଳା ନିକଟରେ ଚାଲିଛି ସାମୁହିକ ବନ ମହୋତ୍ସବ ! ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ଉପଭୋଗ କରୁଛନ୍ତି ଏହି ମହୋତ୍ସବ କୁ ! ଏଥିରେ ସାମିଲ ହୋଇଛନ୍ତି ତିର୍ତୋଲସ୍ଥିତ ସାମ୍ବାଦିକ ସୁରକ୍ଷା ସମିତିର ସଦସ୍ୟ ମାନେ !ଏହି ଉପଲକ୍ଷେ ଗେଷ୍ଟ ହାଉସରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ସାରଳାମାହାତ୍ମ୍ୟ ପ୍ରଚାରକ ତଥା ବରିଷ୍ଠ ସାମ୍ବାଦିକ ରମାକାନ୍ତ ରାଉଳଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇ ସାମ୍ବାଦିକ ସୁରକ୍ଷା ସମିତିର ସ୍ଥାୟୀ ସଭାପତି ଶରତ କୁମାର ଦାଶ ମହୋଦୟ ସମ୍ମାନିତ କରିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ସମିତିର ସମ୍ପାଦକ ମହମ୍ମଦ ସାକିର ଅଲ୍ଲୀ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସହ ସମ୍ପାଦକ ଭାଗବତ ପ୍ରସାଦ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ ! ଏହି ଉତ୍ସବରେ ସୁଶାନ୍ତ କୁମାର ମଲ୍ଲିକ, କୈଳାସ ବେହେରା, ସରୋଜିନୀ ପାଣି, ଓ ସେକ ନଜିମ ଅଲ୍ଲୀଙ୍କୁ ମଧ୍ୟ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା ! ଏତଦଭିନ୍ନ ସୁଶାନ୍ତ କୁମାର ମଲ୍ଲିକ ଓ କୈଳାସ ବେହେରାଙ୍କୁ ଙ୍କୁ ମିଡ଼ିଆ ସଂଯୋଜକ ଭାବେ ଏବଂ ବରିଷ୍ଠ ସାମ୍ବାଦିକ ରମାକାନ୍ତ ରାଉଳଙ୍କୁ ଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା ! ତାପରେ ବନମହୋତ୍ସବ ନିମନ୍ତେ ନେହେରୁ ବଙ୍ଗଳା ଅଞ୍ଚଳ କୁ ସମିତିର ଟିମ ଯାଇ ମଜା ଲୁଟିଥିଲେ ! ଆସନ୍ତା ନବ ବର୍ଷ ପାଇଁ ଲମ୍ବା ଟୁର ରେ ଯିବାର ଯୋଜନା ରହିଛି ବୋଲି ଘୋଷଣା କରାଯାଇଥିଲା ! ସାମ୍ବାଦିକଙ୍କ ସହିତ କେତେକଙ୍କ ପରିବାର ମଧ୍ୟ ଏଥିରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା !

ତିର୍ତ୍ତୋଲ ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା News Odisha.

Related posts

ରାୟଗଡ଼ା ବନବାସୀ ଅଞ୍ଚଳରେ ବାଳକ ବାଳିକାଙ୍କୁ ଶିକ୍ଷା ସଂସ୍କାର ଉପରେ ମାର୍ଗ ଦର୍ଶନ ସହ ବସ୍ତ୍ର ବଣ୍ଟନ

masiha

ସୁସ୍ଥ ମହିଳା ସୁସ୍ଥ ଭାରତ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସାଇକେଲ ଯାତ୍ରା

Sunil Chandra Nayak

ଜାମଦାରେ ଏକ ଦିବସୀୟ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କୁ ପୁନରାବୃତ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!