ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜରେ ‘ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ’ ଅନୁଷ୍ଠିତ

ରାଉରକେଲା କଲେଜରେ ‘ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ’ ଅନୁଷ୍ଠିତ

ରାଉରକେଲା/ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ଏବଂ ୟୁଥ୍ ରେଡ଼କ୍ରସ୍ ଶାଖାର ମିଳିତ ଆନୁକୂଲ୍ୟରେ ‘ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଡିଭିଜନର ଦୁର୍ନୀତି ନିବାରଣ ବିଭାଗ ତରଫରୁ ମୁଖ୍ୟ ଅତିଥି ଭାବରେ ନିରୀକ୍ଷିକା ରଶ୍ମିତା ଲାକ୍ରା ଏବଂ ଅନ୍ୟତମ ଅତିଥି ଭାବେ ନିରୀକ୍ଷିକା ଲିପିକା ନାୟକ ଯୋଗ ଦେଇଥିଲେ। ଅଧ୍ୟକ୍ଷା ପ୍ରଫେସର ପ୍ରଧାନଙ୍କ ପ୍ରାରମ୍ଭିକ ଅଭିଭାଷଣ ପରେ ମୁଖ୍ୟ ଅତିଥି ଶ୍ରୀମତୀ ଲାକ୍ରା ଏବଂ ଅନ୍ୟତମ ଅତିଥି ଶ୍ରୀମତୀ ନାୟକ ସ୍ବେଚ୍ଛାସେବୀମାନଙ୍କୁ ଦେଶ ଗଠନ ଓ ଦୁର୍ନୀତି ନିବାରଣରେ ସେମାନଙ୍କର ଭୂମିକା ଓ ଜାଗରୁକତା ଏକାନ୍ତ ଜରୁରୀ ବୋଲି ମତପୋଷଣ କରିଥିଲେ। ରାଷ୍ଟ୍ରୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଏ ଅବସରରେ ମତ ରଖିଲେ ଯେ ଦେଶର ଦ୍ରୁତ ପ୍ରଗତିରେ ଦୁର୍ନୀତି ନିବାରଣ ବିଭାଗର ଏକନିଷ୍ଠ କର୍ତ୍ତବ୍ୟବୋଧକୁ ଆମେ ସ୍ବୀକୃତି ଦେବା ସହ ପ୍ରଶଂସା କରିବା ଉଚିତ୍। କାରଣ ଦୁର୍ନୀତିଗ୍ରସ୍ତ ଅଧିକାରୀ, ବ୍ଯକ୍ତିଙ୍କ ଆୟ ବହିର୍ଭୂତ ସଂପତ୍ତି ଠାବ, ଜବତ, ମାମଲା ରୁଜ୍ଜୁ ପ୍ରସଙ୍ଗ ସହ ତ୍ୱରିତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଖବର ଆଜିକାଲି ଖବର କାଗଜ ପୃଷ୍ଠା ମଣ୍ଡନ କରୁଛି ଏବଂ ଛାତ୍ର-ଛାତ୍ରୀମାନଙ୍କର ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ସଚେତନତା ମାଧ୍ୟମରେ ଦୁର୍ନୀତି ନିବାରଣରେ ଖୁବ୍ ସହାୟକ ହୋଇପାରିବ। କାର୍ଯ୍ୟକ୍ରମରେ ସହକାରୀ ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ୟୁଥ୍ ରେଡ଼କ୍ରସ୍ ଶାଖାର ପ୍ରୋଗ୍ରାମ ଅଫିସର ରଞ୍ଜିତ କୁମାର ପ୍ରଧାନ ମଞ୍ଚ ସଂଯୋଜନା କରିଥିଲା ବେଳେ କାଉନସିଲର ମନୋଜ କୁମାର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଅଧ୍ୟକ୍ଷା ପ୍ରଫେସର ପ୍ରଧାନଙ୍କ ଦ୍ବାରା ଦୁର୍ନୀତି ନିବାରଣ ପାଇଁ ଶପଥ ପାଠ କରାଯାଇଥିଲା। ବରିଷ୍ଠ ପ୍ରାଧ୍ୟାପକ ଡଃ ରବୀନ୍ଦ୍ର କୁମାର ଜେନା, ଅଧ୍ୟାପିକା ବୈଜୟନ୍ତୀ ବାରିକ, ସହକାରୀ ପ୍ରାଧ୍ୟାପିକା ଭାରତୀ ବରୱା, ସହକାରୀ ପ୍ରାଧ୍ୟାପକ ବନବିହାରୀ କିଷାନ ଏବଂ ଅଧ୍ଯାପକ ବିକ୍ରମ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ବେଚ୍ଛାସେବୀମାନଙ୍କୁ ପ୍ରେରିତ କରିଥିଲେ। ଅଙ୍କିତା ବାର୍ଲା, ଶିବାନୀ କେର୍କେଟା, ଶ୍ରୀୟା ବାଗ, ଚନ୍ଦା ସିଂହ, ରିୟା ହାସିନା ଲାକ୍ରା, ପ୍ରଭାତୀ ସାହୁ, ମାଳତୀ ଲାକ୍ରା, ବିରାସମୁନି ମିଞ୍ଜ, ଆଲବିନା ଟପୋ, ସୀମା ମିଞ୍ଜ, ପ୍ରିୟଙ୍କା ବାର୍ଲା ପ୍ରମୁଖ ବହୁ ସ୍ବେଚ୍ଛାସେବୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲଭ, ସେକ୍ସ, ଧୋକା ର ଆଉ ଏକ ନଗ୍ନ ଚିତ୍ର , ପ୍ରେମିକ ଘର ଆଗରେ ପ୍ରେମିକା ର ଧାରଣା

Sunil Chandra Nayak

ରାସ୍ତା କଡ଼କୁ ଓଲଟିଲା କୋଇଲା ବୋଝେଇ ଟ୍ରକ, ଟ୍ରକ ସହ ଜଳିଗଲେ ଡ୍ରାଇଭର

Sunil Chandra Nayak

ରାଇରଙ୍ଗପୁରରେ ହୋ ଭାଷାର ମାନ୍ୟତା ଦାବି ନେଇ ବିଶାଳ ସମାବେଶ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort