ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ 

“ଦୁର୍ନୀତି ନିରାକରଣ ସଚେତନତା ପଦଯାତ୍ରାରେ ସାମିଲ ହେଲେ ମାନ୍ୟବର ମନ୍ତ୍ରୀ, ବିଧାୟକ ଓ ଜନ ପ୍ରତିନିଧି “

ରାୟଗଡ:–ତା.୦୩/୧୧– ଦୁର୍ନୀତି ନିବାରଣ ସପ୍ତାହ ଆରମ୍ଭ ହୋଇଥିବା ବେଳେ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷା ଅନୁସୂୟା ମାଝୀ,ଜିଲ୍ଲାପରିଷଦ ଅଧକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ,ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର,ଉପଜିଲ୍ଲାପାଳ ରାୟଗଡ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ,ମୁଖ୍ୟ ଵକ୍ତା ଶିକ୍ଷବିତ୍ତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ସାମ୍ମlନ୍ୱିତ ବକ୍ତା ଭାବେ ସରକାରୀ ଓକିଲ ବ୍ରଜସୁନ୍ଦର ନାୟକ ପ୍ରମୁଖ ଯୋଗଦାନ କରି ଭାରତ ଭଳି ବିରାଟ ଗଣତାନ୍ତ୍ରିକ ଦେଶରେ ଦୁର୍ନୀତି ଏକ ବଡ ବ୍ୟାଧି ଏବଂ ଏହାରି ବିରୋଧରେ ସମାଜର ସବୁସ୍ଥରରୁ ସଙ୍ଘଠିତ ହୋଇ ସଂଗ୍ରାମ କଲେ ଦେଶ ଆଗକୁ ଯିବ ବୋଲିମତଦେଇଥିଲେ l ବୈଠକରେ ବରିଷ୍ଠ ନାଗରିକ, ବିଭିନ୍ନ ବିଭାଗର ସରକାରୀ ଅଧିକାରୀ, ମିଶନ ଶକ୍ତି ମହିଳା ମନେ, ପ୍ରେମ ପାହାଡ଼ ୱାକର୍ସ କ୍ଲବର ସଦସ୍ୟ, କର୍ମକର୍ତ୍ତା, ସ୍ୱୟଂ ସହାୟିକା ମହିଳା, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ଗଜପତି ଛକ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା l ଶୋଭାଯାତ୍ରାକୁ ମାବ୍ୟବର ଅନୁସୂଚିତ ଜନଜାତି, ଜାତି, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ, ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସlରକା ଓ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ପତାକା ଦେଖାଇ ଶୁଭlରମ୍ଭ କରିଥିଲେ l ସ୍ଥାନୀୟ ରାୟଗଡ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଓ ୟୁଜିଏମାଆଇଟି ଅନୁଷ୍ଠାନର ଛାତ୍ର ଛାତ୍ରିମାନେ ଯୋଗଦାନ କରି ଦୁର୍ନୀତି ବିରୋଧରେ ସଚେତନତା ମୂଳକ ସ୍ଲଗାନ ଦେଇ ଗଜପତି ଛାଜରୁ ସ୍ଥାନୀୟ ସଂସ୍କୃତି କାର୍ଯ୍ୟlଳୟ ପର୍ଯ୍ୟନ୍ତ ଯାଇଥିଲେ l ବୈଠକ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ରାୟଗଡା ଶ୍ରୀ ପ୍ରଧାନ ଉପସ୍ଥିତ ସଭିଙ୍କୁ ଶପଥ ପାଠ କରାଇଛଥିଲେ। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ନେଇ ଛତ୍ରଛାତ୍ରିଙ୍କୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କୃତ କରାଯାଇଥିଲା।

  ଉପ ଆରକ୍ଷୀ ଅଧୀକ୍ଷକ ଦୁର୍ନୀତି ନିଵlରଣ ଶାଖା ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ କାର୍ଯ୍ୟ ପରିଚାଳନା କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

460 ଜଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ଲାଗି ଗଲେ

masiha

କନ୍ଧଗଉଡ଼ ସମାଜ ସେବା ସମିତି କନ୍ଧମାଳ ପକ୍ଷରୁ ସମସ୍ୟା ର ସମାଧାନ ନିମନ୍ତେ ସାଂସଦ ଙ୍କୁ ୧୦ ଦଫା ଦାବୀପତ୍ର ପ୍ରଦାନ

Sunil Chandra Nayak

୬୦ତମ ବାର୍ଷିକ ଗୁରୁ ଭକ୍ତ ସମ୍ମିଳନୀ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!