ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ମିଲେଟ ମିଶନ କ୍ଷେତ୍ର ଦିବସ ପାଳିତ 

ଓଡିଶା ମିଲେଟ ମିଶନ କ୍ଷେତ୍ର ଦିବସ ପାଳିତ 

ଡାବୁଗାଁ, ୨୯/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ଅଧୀନ ମାଝୀଗୁଡା ଗ୍ରାମରେ ମିଲେଟ ଡେମୋ କ୍ରାଟିକ ଆକ୍ସନ ତରଫରୁ ବୁଧବାର କ୍ଷେତ୍ର ଦିବସ ପାଳିତହୋଇଯାଇଛି | ଏହି ରେ କ୍ଷେତ୍ର ଦିବସରେ ମୁଖ୍ୟ ଅତିଥି ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ୱାସ, କୃଷି ପରିଦର୍ଶକ ମମତା ସାହୁ, ବ୍ଲକ ବୈଷୟିକ ପରିଚାଳକ ସୁରେନ୍ଦ୍ର ସିଂ କୌରବ, ଡେମୋ କ୍ରାଟିକ ଆକ୍ସନ ସଂସ୍ଥା ର କର୍ମକର୍ତ୍ତା ନବୀନ ମହୁରୀଆ, ସିଇଓ ସିଦ୍ଧାର୍ଥ ଜଏଲ, ସିଆରପି ସୁବାଷ ଭତରା, ଗୁରୁବନ୍ଧୁ ଭତରା, ବସମନ ମାଳି, ବସନ୍ତ ପୂଜାରୀ, ଏବଂ ମାଣ୍ଡିଆ ଚାଷୀ ଉପସ୍ଥିତ ଥିଲେ | ଏହି ମଣ୍ଡିଆ କ୍ଷେତ୍ର ରେ ୧୦ ପ୍ରକାର ମାଣ୍ଡିଆ ଚାଷ କରାଯାଇଛି | ଏଥିରୁ କେଉଁ ମାଣ୍ଡିଆ ଭଲ ହୋଇଛି ତାହା ୩ଟି ଚାଷୀ ଗ୍ରୁପ ଗଠନ କରି ବାଛିବା ପାଇଁ କୁହା ଗଲା ତହିଁରୁ ୩ ଟି ଗ୍ରୁପ ତିନି ପ୍ରକାର ମାଣ୍ଡିଆ ଚୟନ କଲେ ଏବଂ ୧ମ, ୨ୟ ଓ ୩ୟ ଅନୁସାରେ ମାର୍କ ଦେଲେ ଏବଂ ମାଣ୍ଡିଆ ର କ୍ରପ କଟିଂ କରାଗଲା | ପରିଶେଷରେ ଏହି କାର୍ଯ୍ୟକ୍ରମକୁ ମଣ୍ଡିଆ କରିବାର ଉଦେଶ୍ୟ ଏବଂ କେଉଁ ଫାଇଦା ପାଇବା ସେହି ବିଷୟରେ ଉପସ୍ଥିତ ମହିଳା ଚାଷୀ ଙ୍କୁ ବୁଝାଇ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କନ୍ଧମାଳ : ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଘେରାଉ

Sunil Chandra Nayak

କଳାହାଣ୍ଡି ତୃତୀୟ ପର୍ଯ୍ୟାୟ ରେ ସାମିଲ ହେଲା ୧୧୫ ଉଚ୍ଚ ବିଦ୍ୟାଳୟ

ଶିକ୍ଷକ ଡେପୁଟେସନ୍‌କୁ ବିରୋଧ କରି ଜିଲ୍ଲାପାଳଙ୍କ ପାଖରେ ଗୁହାରୀ

Sunil Chandra Nayak

Leave a Comment

error: Content is protected !!