ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଧର୍ମଗଡ: ସ୍ତ୍ରୀ ହତ୍ୟାକାରୀ ସ୍ବାମୀ କୁ ଆଜୀବନ କାରାଦଣ୍ଡ

ଧର୍ମଗଡ: ସ୍ତ୍ରୀ ହତ୍ୟାକାରୀ ସ୍ବାମୀ କୁ ଆଜୀବନ କାରାଦଣ୍ଡ 

ଯୌତୁକ ଜନିତ ସ୍ତ୍ରୀ ହତ୍ୟାକାରୀ ସ୍ବାମୀ କୁ ଆଜୀବନ କାରାଦଣ୍ଡ ସହ ଦଶ ହଜାର ଟଙ୍କା ଜରିମାନା ଦଣ୍ଡ ରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ 

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ହଣ୍ଡା ଖାଲ ପଡ଼ା ଠାରେ ଗତ ୨୦୧୮ ମସିହା ଜାନୁୟାରୀ ୨୨ ତାରିଖ ରେ ମନଜିତ ମେହେର ନାମକ ଜୈନିକ ବ୍ୟକ୍ତି ନିଜ ସ୍ତ୍ରୀ ସାବିତ୍ରୀ ମେହେର ଙ୍କୁ ଏକ ରଶି ସାହାଯ୍ୟ ରେ ତଣ୍ଟି ଚିପି ହତ୍ୟା କରିଥିବା ନେଇ ସାବିତ୍ରୀ ଙ୍କ ଭାଈ ତୁଲାରାମ ମେହେର ଜୁନାଗଡ ଥାନା ରେ ଅଭିଯୋଗ କରିଥିଲେ । ଜୁନାଗଡ ଥାନା କେସ ନଂ-୩୧/୨୦୧୮ ଦଫା ୩୦୨ ଆଇପିସି ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲା ର ବିଚାର କରି ଆଜି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ସୁରେଶ ଚନ୍ଦ୍ର ପ୍ରଧାନ ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଆଧାର କରି ଅଭିଯୁକ୍ତ ମନଜୀତ ମେହେର କୁ ଆଜୀବନ କାରାଦଣ୍ଡ ସହ ଦଶ ହଜାର ଟଙ୍କା ଜରିମାନା ଦଣ୍ଡ ରେ ଦଣ୍ଡିତ କରିଛନ୍ତି ।ଅଭିଯୁକ୍ତ ର ମା ହର୍ଷ ମହେର(୫୫) ଓ ସାନ ଭାଇ ରିତିକ ମେହେର ( ୩୩)ଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବ ରୁ ନିର୍ଦୋଷ ରେ ଖଲାସ କରାଯାଇଛି।ଏହି ମାମଲା କୁ ସରକାରୀ ଓକିଲ ପୂର୍ଣ୍ଣ ଚନ୍ଦ୍ର ନାଗ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପିକ-ଅପ ଭ୍ୟାନ ଓ ମୋଟରସାଇକେଲ ଦୁର୍ଘଟଣା,୧ ମୃତ ୧ ଗୁରୁତ୍ତର 

Sunil Chandra Nayak

ଧରାକୋଟ, ଚୋରୀ ଅଭିଯୋଗରେ ଚାରି ଗିରଫ 

Sunil Chandra Nayak

ଅପରେସନ ‘ସେଫ୍ ପାସେଜ୍’ର ବଡ଼ ସଫଳତା, ବାଘ ଛାଲ ସହ ୨ ଶିକାରୀ ଗିରଫ: ଶିକାରୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ବାଘ କରିଡର ସୁରକ୍ଷାକୁ ମିଳିଲା ନୂଆ ଶକ୍ତି

Leave a Comment

error: Content is protected !!