ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶପୁର ଠାରେ ସଡ଼କ ଦୁର୍ଘଟଣା, ବାଇକ ଚାଳକ ମୃତ୍ୟୁ

ଦଶପୁର ଠାରେ ସଡ଼କ ଦୁର୍ଘଟଣା, ବାଇକ ଚାଳକ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଦଶପୁର ନିକଟରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋଲାମୁଣ୍ଡା ଥାନା ଖମାର ହଳଦୀ ଗ୍ରାମର ରମଣୀ ନିଆଲ ବୋଲି ଜଣା ପଡିଛି। ସ୍ଥାନୀୟ ଲୋକେ କହିବା ଅନୁସାରେ ରମଣୀ ଦଶପୁର ରାସ୍ତା ଦେଇ ନିଜ ଗାଁ ଖମାର ହଳଦୀ କୁ ଆସୁଥିବା ବେଲେ ବିଳମ୍ବିତ ରାତ୍ରିରେ ଭାରସାମ୍ୟ ହରାଇ ବାଇକ ରୁ ଖସି ଦୁର୍ଘଟଣା ର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନା କୁ ପଠାଇଥିଲେ। ଅଧିକ ଗୁରୁତର ଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସକାଳେ ଦଶପୁର ଫାଣ୍ଡି ପୋଲିସ ବୀରବନ୍ଧୁ ପହଞ୍ଚି ଶବ ଟିକୁ ଜବତ କରି କେଶ ନମ୍ବର 102/23 ରେ ଏକ ମାମଲା ରୁଜୁ କରି ପଞ୍ଚନାମା କରିଥିଲେ।

ଢଗ ନାୟକ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ

Sunil Chandra Nayak

ଅଧ୍ୟାପକ ଡକ୍ଟର ଅଜିତ ବେହେରାଙ୍କୁ କଳାହାଣ୍ଡି ଗବେଷକ ସମ୍ମାନ

Sunil Chandra Nayak

ମା ଶକ୍ତି ମେଲୋଡି ଦଳ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!