ବନ୍ଧୁଗାଁ ଠାରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ
ବନ୍ଧୁଗାଁ ତା, ୧୭/୪/୨୫,ବନ୍ଧୁଗାଁ ବ୍ଲକ ନିଲାବାଡ଼ି ପଞ୍ଚାୟତ ର ସଦର ମହକୁମା ସ୍ଥିତ ଗୋଷ୍ଠି ମଣ୍ଡପ ପ୍ରାଙ୍ଗଣରେ ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୮ତମ ତିରୋଧାନ ଦିବସ ବା ଶ୍ରାଦ୍ଧ ଦିବସ ପାଳିତ ହେଲା। ବନ୍ଧୁଗାଁ ବ୍ଲକ ବିଜେଡି ସଭାପତି ବାଲା ନାଗଙ୍କ ଅଧକ୍ଷତାରେ ଆୟୋଜିତ ଏହି ଶ୍ରାଦ୍ଧ ବାର୍ଷିକ ଦିବସରେ ମୁଖ୍ୟ ଅତିଥି ଭାବରେ ବନ୍ଧୁଗାଁ ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଯୋଗଦେଇଥିଲେ। ସନ୍ନମାନୀତ ଅତିଥି ଭାବରେ ବନ୍ଧୁଗାଁ ବ୍ଲକର ଉପାଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଲି ପିଡ଼ିକା,ଓ ବନ୍ଧୁଗାଁ ବ୍ଲକର ପୂର୍ବତନ ବିଧାୟକ ପ୍ରତିନିଧି ଦୁର୍ଯ୍ୟ ନାଗ,ଅଞ୍ଚଳର ବିଜେଡି ଦଳର ବରିଷ୍ଠ ନେତା ବିଜେଡି ଦଳର ବ୍ଲକ କାର୍ଯ୍ୟକାରୀ ସଭାପତି ଟି.ସି.ଆର.ବୁଡୁ,ଦେବାଶିଷ ଭିବର,ଶଷିଶ୍ୟାମ ସାରଥୀ, ଯୋଗୀ ବିଡ଼ିକା,ଉତ୍ତମ ନାୟକ, ମିନା ଵେବରା,ବିଜୟ ଵେବରା,ବନ୍ଧୁଗାଁ ପଞ୍ଚାୟତ ସୋରପଞ୍ଚ ଶ୍ରୀମତି ଲଷ୍ମୀ କାଡ୍ରାକା,ଆଲମଣ୍ଡା ସରପଞ୍ଚ ଗୌରୀ ମେଲେକା, ଜିଆନା ୱାଟେକା,ପ୍ରମୁଖ ବିଜେଡି ଦଳର କର୍ମୀ ଉପସ୍ଥିତି ଥିଲେ । ସମସ୍ତିଙ୍କ ଉପସ୍ଥିତରେ ବିଜୁ ବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ବିଜୁ ବାବୁଙ୍କ ଜୀବନ ବାଣି ଉପରେ ଓ ଓଡିଶା ପାଇଁ ତାଙ୍କର କଣ ଅବଦାନ ରହିଥିଲା ତା ବିଷୟରେ କିଛି ଆଲଚନା କରିଥିଲେ I ଆଜିର ଏହି ଶ୍ରାଦ୍ଧ ଦିବସ ଅବସରେ ନିଶ୍ୱତି ନିଆ ଗଲା ଯଥାଶୀଘ୍ର ବନ୍ଧୁଗାଁ ବ୍ଲକର ବିଜେଡି ର ସମସ୍ତ କର୍ମୀଙ୍କୁ ନେଇ ଆସନ୍ତା ୨୧ ତାରିଖରେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବିଜେଡି ଦଳୀୟ ବିଷୟକୁ ନେଇ ଏକ ବୈଠକ ର ଆୟୋଜନ କରାଯିବ ଏବଂ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ନେତୃତ୍ୱରେ କିଭଳି ବିଜେଡି ଭଲ ପ୍ରଦର୍ଶନ କରିପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା ।
++++++++++++++++++++++++++
କାନାଗାଁ ରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି
ବନ୍ଧୁଗାଁ ତା,୧୫/୪/୨୫ ବନ୍ଧୁଗାଁ ବ୍ଲକର କାନାଗାଁ ପଞ୍ଚାୟତ ଠାରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାନୀ ଶିବିର ହୋଇଯାଇଛି I ଆଜିର ଅଭିଯଗ ଶୁଣାନୀରେ ବନ୍ଧୁଗାଁ ବ୍ଲକର ଏ ଇ ଶ୍ରୀ ସୌରବ ନୟକଙ୍କ ସଭାପତିତ୍ବରେ ଆଜିର ଶିବିର ଚାଲିଥିଲା ଇଏହି ଅଭିଯୋଗ ଶିବିରରେ ପଞ୍ଚାୟତ ବାସି କୌଣସି ଗୋଟିଏ ମଧ୍ୟ ଅଭିଯୋଗ ପଡିନଥିବାର ଜାଣିବାକୁ ମିଳିଚ୍ଛି I କାରଣ ପୂର୍ବେ ଯେତେ ଅଭିଯୋଗ ଶୁଣାନୀ ହୋଇଥିଲା ଅଭିଯୋଗ ଯେଉଁ ବିଭାଗର ବିଷୟରେ ଲୋକେ କରୁଥିଲେ ତାକୁ ଆଧାର କରି ସାଙ୍ଗେ ସମାଧାନ କରିବା ପାଇଁ ପୂର୍ବତନ ବିଡ଼ିଓ ପ୍ରତିଶୃତି ଦେଇ ସମାଧାନ କରିଦେଉଥିଲେ I ତେଣୁକରୀ ପଞ୍ଚାୟତ ବାସି ଗାଁରେ ଯାହା ଯାହା ଅସୁବିଧା ହୋଉଥିଲା ପ୍ରାୟ ତାର ସମସ୍ତ ସୁବିଧା ଲୋକେ ପାଉଥିବା ଯୋଗୁଁ ଆଜି କେବଳ ପଞ୍ଚାୟତ ଠାରେ ସମସ୍ତ ବିଭାଗର କର୍ମୀଙ୍କ ଉପସ୍ଥିତରେ ବହୁତ ଖୁସି ହୋଇଥିଲେ I ଆଜିର ଅଭିଯୋଗ ଶୁଣାନୀରେ ବ୍ଲକର ଶିଶୁ ବିକାଶ ଅଧିକାରୀ ସି.ଡ଼ି.ପି.ଓ ଶ୍ରୀମତି ଗୀତାଞ୍ଜଲି ମହାରଣା ପଞ୍ଚାୟତର କନିଷ୍ଟ ଯନ୍ତ୍ରୀ କେ. ପି.କେ ପୃଷ୍ଟି,ଏସ.ଇ.ଓ ପଞ୍ଚାୟତ ର ସରପଞ୍ଚ ୱାଟେକା ଭାସ୍କର ପଞ୍ଚାୟତ ର ସମସ୍ତ ଅଙ୍ଗନ ବାଡ଼ି କର୍ମୀ ସୁପର ବାଇଜର,ମିଶନ ଶକ୍ତି ଓଏଲଏମ ବିଭାଗର ପ୍ରାଣୀ ମିତ୍ର,କୃଷି ମିତ୍ର, ଏମ.ବି.କେ, ବନ ବିଭାଗ, ବିଜୁଳି ବିଭାଗ, ଶିକ୍ଷା ବିଭାଗ, ହର୍ଷା ଟ୍ରଷ୍ଟ ବିଭାଗ, ପଞ୍ଚାୟତ ର ଏ ଡ଼ି ଓ,ଓ ଅନ୍ୟାନ୍ୟ ବିଭାଗର ସରକାରୀ କର୍ମଚାରି ଓ ପଞ୍ଚାୟତ ର ଅନ୍ୟାନ୍ୟ ଛୋଟ ବଡ଼ ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ରହିଥିବା ବେଳେ ବନ୍ଧୁଗାଁ ଥାନା ଷ୍ଟାଫ ଉପସ୍ଥିତ ରହି ଆଜିର ଜଣ ଶୁଣାନୀ ଅଭିଯୋଗ ଶିବିରକୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନି୍ୟଜିତ ହୋଇଥିଲେ I
ସଞ୍ଜିବ କୁମାର ବାଙ୍ଗାରି ରିପୋର୍ଟର I

