ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କାମାକ୍ଷାନଗର ରେ ପ୍ରବାଦପୁରୁଷ ବିଜୁ ବାବୁ ଙ୍କ ତିରୋଧାନ ଦିବସ ପାଳିତ 

କାମାକ୍ଷାନଗର ରେ ପ୍ରବାଦପୁରୁଷ ବିଜୁ ବାବୁ ଙ୍କ ତିରୋଧାନ ଦିବସ ପାଳିତ 

କାମାକ୍ଷାନଗର (ମନିସ )17/4/25 // କାମାକ୍ଷାନଗର ନିର୍ବାଚନମଣ୍ଡଳୀ ତରଫରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଙ୍କ ତିରୋଧାନ ଦିବସ ପାଳିତ ହୋଇ ଯାଇଛି l ଏହି ଅବସରରେ କାମାକ୍ଷାନଗର ସହର ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ନେତୃତ୍ୱ ରେ ଏକ ସ୍ମୁତିସଭା ଅନୁଷ୍ଠିତ ହୋଇଛି l ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନ ରୁ ଆସିଥିବା ଶତାଧିକ ବିଜୁପ୍ରେମୀ ଙ୍କ ଉପସ୍ଥିତ ରେ ପ୍ରଥମେ ପ୍ରବାଦପୁରୁଷ ଙ୍କ ତୈଳଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଓଡିଶା ର ସ୍ୱର୍ଣ୍ଣିମ ଇତିହାସ ରେ ବିଜୁ ବାବୁ ଙ୍କ ଉଲ୍ଲେଖନୀୟ ଅବଦାନ ସମ୍ପର୍କ ରେ ଆଲୋଚନା କରାଯାଇଥିଲା l ପରେ ସହର ର ବିଜୁ ପଟ୍ଟନାୟକ ବସଷ୍ଟାଣ୍ଡ ରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା l ଏତଦବ୍ୟତୀତ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା l ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ନୀତି, ଆଦର୍ଶ କୁ ମନେ ପକାଇ ସମସ୍ତେ ଏକ ହୋଇ ଆଗାମୀ ସମୟରେ ଏକ ସମୃଦ୍ଧ ଓ ଶସକ୍ତ ଓଡିଶା ଗଠନ କରିବା ନେଇ ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ ମତ ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା,କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ,ଭୁବନ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ଶକୁନ୍ତଳା ସେଠୀ, କାମାକ୍ଷାନଗର ବ୍ଲକ ବିଜେଡି ସଭାପତି ପ୍ରଭାସ ରଞ୍ଜନ ମିଶ୍ର, ବରିଷ୍ଠ ବିଜେଡି ନେତା ଆଦିତ୍ୟ ଆଚାର୍ଯ୍ୟ, ନଗର ସଭାନେତ୍ରୀ ରଞ୍ଜିତା ବେହେରା ଓ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ସାମିଲ ଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଜେପି ପକ୍ଷରୁ ବିଡ଼ିଓଙ୍କୁ ସ୍ମାରୋକ ପତ୍ର ପ୍ରଦାନ

Sunil Chandra Nayak

ବିଜେପି ର ହାବସପୁର ଠାରେ ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ 

ରାଇରଙ୍ଗପୁରରେ ସଂଯୁକ୍ତ ମୋର୍ଚ୍ଚାର କେନ୍ଦ୍ର ସରକାରଙ୍କ ୯ ବର୍ଷର ସୁଶାସନ,ସେବା ଓ ଜନକଲ୍ଯାଣ କାର୍ଯ୍ୟକ୍ରମ ନେଇ ଖବରଦାତା ସମ୍ମୀଳନୀ

Sunil Chandra Nayak

Leave a Comment

error: Content is protected !!