ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡିତ ଗୋପବନ୍ଧୁଙ୍କ ସମ୍ପର୍କରେ ବିଭିନ୍ନ ପ୍ରତିଯୋଗିତା ଆସନ୍ତା ୭ ରେ …

ପଣ୍ଡିତ ଗୋପବନ୍ଧୁଙ୍କ ସମ୍ପର୍କରେ ବିଭିନ୍ନ ପ୍ରତିଯୋଗିତା ଆସନ୍ତା ୭ ରେ ……

ରାଉରକେଲା: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନୀ, ଓଡ଼ିଆ ଭାଷା ଓ ଓଡିଶା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମିତ୍ତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତା ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଆସନ୍ତା ୭ ତାରିଖ ରବିବାର ଦିନ ଭଞ୍ଜଭବନ ପରିସରରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ଅକ୍ଟୋବର ମାସ ୯ ତାରିଖ ଦିନ ସନ୍ଧ୍ୟା ୬ ଘଟିକା ସମୟରେ ଆଦର୍ଶ ସାହିତ୍ୟ ଘର ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ପୁରସ୍କୃତ କରାଯିବ ବୋଲି ସ୍ଥିର କରାଯାଇଛି। ଛାତ୍ର ଛାତ୍ରୀ ମାନଙ୍କୁ ଦୁଇଟି ବିଭାଗରେ ବିଭକ୍ତ କରାଯାଇଛି। ଚତୁର୍ଥ ରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ କ ବିଭାଗ ଓ ୮ମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଖ ବିଭାଗ କରାଯାଇଛି। ଆସନ୍ତା ୭ ତାରିଖ ଦିନ ସକାଳ ୯ ଟାରୁ ୯ଟା୪୫ ପର୍ଯ୍ୟନ୍ତ କ ବିଭାଗ ପାଇଁ ତ୍ୟାଗର ପ୍ରତୀକ ଗୋପବନ୍ଧୁ ସମ୍ପର୍କରେ ପ୍ରବନ୍ଧ ପ୍ରତିଯୋଗିତା , ୧୦ ଟାରୁ ସାଢେ ୧୦ ଟା ପର୍ଯ୍ୟନ୍ତ ଶ୍ରୃତଲିଖନ ଓ ବନାନ ଶୁଦ୍ଧି ପ୍ରତିଯୋଗିତା, ସନ୍ଧ୍ୟା ସାଢ଼େ ୫ ରୁ ସାଢ଼େ ୬ ଟା ପର୍ଯ୍ୟନ୍ତ ବିଷୟ ସତ୍ୟବାଦୀ ବନବିଦ୍ୟାଳୟ ଓ ଗୋପବନ୍ଧୁ ସମ୍ପର୍କରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି ଖ ବିଭାଗ ପାଇଁ ସକାଳ ୯ ଟାରୁ ୯ଟା ୪୫ ପର୍ଯ୍ୟନ୍ତ ପ୍ରକୃତି ପ୍ରେମୀ ଗୋପବନ୍ଧୁ ସମ୍ପର୍କରେ ପ୍ରବନ୍ଧ ପ୍ରତିଯୋଗିତା,ସକାଳ ୧୦ ଟାରୁ ୧୦ ଟା ୩୦ ପର୍ଯ୍ୟନ୍ତ ଶ୍ରୃତଲିଖନ ଓ ବନାନ ଶୁଦ୍ଧି ପ୍ରତିଯୋଗିତା, ସକାଳ ୧୧ଟାରୁ ୧୧ ଟା ୩୦ ପର୍ଯ୍ୟନ୍ତ ଓଡ଼ିଶା ସମ୍ବନ୍ଧୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା, ସନ୍ଧ୍ୟା ସାଢ଼େ ୫ ଟାରୁ ସାଢେ ୬ ଟା ପର୍ଯ୍ୟନ୍ତ ସମାଜ ସଂସ୍କାରକ ଓ ସମାଜସେବୀ ଗୋପବନ୍ଧୁ ସମ୍ପର୍କରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଣୁ ସହରରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପାଠାଗାରର ସଭାପତି ରାଧାକାନ୍ତ ମିଶ୍ର, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଓ ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ପ୍ରମୁଖ ଅନୁରୋଧ କରିଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଚୂଡାନ୍ତ ତାଲିକା

masiha

ଦକ୍ଷିଣାଞ୍ଚଳ ଆରଡିସି ଙ୍କ ସମୀକ୍ଷା

ସାନ୍ତାଳୀ ଙ୍କର ନିଆରା ପର୍ବ ମାରାମବୁରୁ ବନ ଭୋଜନି ପାଳିତ

Sunil Chandra Nayak

Leave a Comment

error: Content is protected !!