ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୀଜୟନିଙ୍କୁ ମିଳିଲା ସଞ୍ଜୟ ତୁଳ ସମ୍ମାନ 

ବୀଜୟନିଙ୍କୁ ମିଳିଲା ସଞ୍ଜୟ ତୁଳ ସମ୍ମାନ 

ନବରଙ୍ଗପୁର-(ମସିହା)ନବରଙ୍ଗପୁର ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ପାଠାଗାର ରେ ଅନୁଷ୍ଠିତ ହୋଇ ଯାଇଛି ମାସିକ ସାହିତ୍ୟ ଆଲୋଚନା ଚକ୍ର ଏବଂ କବିତା ପାଠ। ପାଠାଗାର ର ସଭାପତି ଶ୍ରୀ ନାରାୟଣ ପଣ୍ଡା ସଭାପତିତ୍ବ କରି ସାହିତ୍ୟ ସମାଜ କୁ ସଂସ୍କାର କରିଥାଏ ବୋଲି କହିଥିଲେ ।ବିଶିଷ୍ଟ ବକ୍ତା ରୂପରେ ଜୟପୁର ର କମଳ କୃଷ୍ଣ ତ୍ରିପାଠୀ ଯୋଗଦାନ କରି ଆକୋହଂ ବହୁସାମି ଅର୍ଥ ର ବିଭିନ୍ନ ଉଦାହରଣ ଦେଇ ବୁଝାଇ ଥିଲେ।ସଂସାର ର ସୃଷ୍ଟି ଏବଂ ତାକୁ ପରି ଚାଳନା ପାଇଁ କିପରି ବେଦ ଉପନିଷଦ ରେ ଶ୍ଳୋକ ମାନ ଅଛି,ସବୁକୁ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ। ରଘୁନାଥ ଶତପଥୀ ସ୍ଵାଗତ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଶିଷ୍ଟ ନାଟ୍ୟକାର ଜଗନ୍ନାଥ ବେହେରା କବିତା ସଂଯୋଜନା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ଅବସର ରେ ଦଶମ ବୋର୍ଡ ପରୀକ୍ଷାରେ ନବରଙ୍ଗପୁର ଶ୍ରୀ ରାଜା ଚୈତନ୍ୟ ଦେବ ହାଇ ସ୍କୁଲ ରୁ ହିନ୍ଦୀ ବିଷୟ ରେ ଶତକଡା ୯୪ ପର୍ଶେଣ୍ଟେଜ ରଖି ପାସ କରିଥିବା ଝିଅ ବୀଜୟନି ସ୍ୱାଇଁ ଙ୍କୁ ସଞ୍ଜୟ କୁମାର ତୁଳ ସ୍ମୁତି ସମ୍ମାନ – ୨୦୨୩ ରେ ସମ୍ମାନିତ କରାଯାଇଥିଲା। ମାନପତ୍ର ଉପଢୌକନ,ପୁଷ୍ପ ଗୁଚ୍ଛ ସହିତ ଆର୍ଥିକ ସହାୟତା କରା ଯାଇଥିଲା। ପ୍ରକାଶ ଥାଉ କି ନବରଙ୍ଗପୁର ହିନ୍ଦୀ ଶିକ୍ଷକ ସ୍ଵର୍ଗତ ସଞ୍ଜୟ ତୁଳ ସ୍ମୁତି ରେ ପ୍ରତ୍ୟେକ ବର୍ଷ ଏହି ସମ୍ମାନ ଦିଆଯାଉଛି।ପ୍ରାରମ୍ଭିକ ସଙ୍ଗୀତ ହରିହର ନାୟକ ଗାନ କରିଥିଲେ।ବର୍ଷା ଉପରେ ହେଇଥିବା କବିତା ପାଠ ରେ କବି କପିଳ ଚନ୍ଦ୍ର ମହାନ୍ତି, ବିଭୂଦତ୍ତ ସେଠୀ,ଜାହ୍ନବୀ ପଣ୍ଡା,ସୁବାସ ବିଷୋୟୀ,ଜୟଦେବ ଗଣ୍ଡ,ଜ୍ୟୋସ୍ନା ମହାନ୍ତି,ହର ପ୍ରସାଦ ଦାସ,ପ୍ରମୁଖ ନିଜ ନିଜ କବିତା ଆବୃତ୍ତି କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡ ରାଧାନାଥ ବେହେରା,ଗୋପବନ୍ଧୁ ବିଷୋୟୀ,ନିରଞ୍ଜନ ମିଶ୍ର,ବିଜୟ ଚୌଧୁରୀ, କୁମୁନ୍ଦ ପଟନାୟକ,ଜଗଦୀଶ ତ୍ରିପାଠୀ, ବଇଦେହୀ ପଣ୍ଡା, ଦମୟନ୍ତୀ ବେହେରା,ସାନୁଜ ପାତ୍ର,ରଘୁନାଥ ପାତ୍ର,ମନୋଜ ପଟ୍ଟନାୟକ,ହୁର୍ଶିକେଶ ଦାସ,ଦେବି ପ୍ରସାଦ ତ୍ରିପାଠୀ, ପ୍ରଭାତୀ ବିଷୋୟୀ,ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ର ସଭ୍ୟା ଜେନାମଣି ବିଷୋୟୀ , ପର୍ଶୁରାମ ସାହୁ,ସରୋଜ କୁମାର ତ୍ରିପାଠୀ,ରାଜେନ୍ଦ୍ର ପାଳ ଙ୍କ ସହିତ କୃଷ୍ଣ ଦାସ ପ୍ରମୁଖ ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ। ଶେଷରେ ପ୍ରସାଦ ସେବନ ସହ ସଭାକାର୍ଯ୍ୟ କୁ ସମାପ୍ତ ଘୋଷଣା କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୋକସରା ଠାରେ ଦୁର୍ଗାପୂଜା ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୂଳ

masiha

ବିଜାତଳା ଲ୍ୟାମ୍ପସରେ ମାଣ୍ଡିଆ ମଣ୍ଡି ଉଦଘାଟିତ 

Sunil Chandra Nayak

ଆବାସ ଗୃହ ପାଇବାର ମାପକାଠି ରେ ଦାନୀ ଗୁଡା ବୃଦ୍ଧ ବୃଦ୍ଧା ଯୋଗ୍ୟ ହେଲେନି ! ଏମାନଙ୍କ ବିକଳ ଗୁହାରି ଶୁଣିଲେନି ଅଧିକାରୀ , ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ଭୁଲିଗଲେ

Sunil Chandra Nayak

Leave a Comment

error: Content is protected !!