ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟନ
ତେନ୍ତୁଳିଖୁଣ୍ଟି ୨୪/୦୯/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ସରକାରୀ ନୋଡାଲ ବାପୁଜୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି l ସରକାର ଙ୍କ ନିର୍ଦ୍ଦେଶ ପ୍ରକାରେ ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିବ । ପ୍ରଥମ ଦିନ 12ବର୍ଷ ରୁ କମ ଓ ଦ୍ୱିତୀୟ ଦିନ 17ବର୍ଷରୁ କମ ପୁଅ ଝିଅ ଭାଗ ନେବେ । ଯେଉଁ ମାନେ କୃତିତ୍ୱ ଅର୍ଜନ କରିବେ ସେହିମାନେ ଜିଲ୍ଲା ସ୍ତରରେ ଭାଗ ନେଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେଇ ପାରିବେ ବୋଲି ସୂଚନା ମିଳିଛି l ଏହି ପ୍ରତିଯୋଗିତା କୁ ଆଜି ବ୍ଲକ ଅଧକ୍ଷା ନୀଳାଦ୍ରି ନାୟକ ମୁଖ୍ୟ ଅଥିତି ଓ ସାନମାନନୀୟ ଅତିଥି ଭାବେ ,ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ମୋହନ ମଧୁସୂଦନ ବାଘ, ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ରବୀନ୍ଦ୍ର ନାଥ ପରିଡା ଓ ପ୍ରଧାନ ଶିକ୍ଷକ ଉମରସିଂ ନାୟକ ଅତିଥି ପରିଚୟ ଓ ସମସ୍ତଙ୍କୁ ସ୍ୱାଗତ କରି ଆଜିର ଏହି ପ୍ରତିଯୋଗିତା ର ଉଦେଶ୍ୟ ବିଷୟରେ ବୁଝାଇ ଥିଲେ ମଞ୍ଚ ପରିଚାଳନା ଶାରୀରିକ ଶିକ୍ଷକ ବିଭାଶିଷ ଦେ କରିଥିବା ବେଳେ l ଖେଳ ପରିଚାଳନା ଶାରୀରିକ ଶିକ୍ଷକ ରବୀନ୍ଦ୍ର ମୁଦୁଲି, ମୋନଜ ପୂଜାରୀ, ବିଶ୍ୱଜିତ ବାରିକ, ଉମେଶ ମଲ୍ଲିକ, ହିମାଂଶୁ ଶେଖର ଦାସ, ସୁନିତା ଖେଶ, ଅନିଲ ଦାସ, ଙ୍କ ସହ ସମସ୍ତ ଶାରୀରିକ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ଏହା ସହ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l କାଲି ଦ୍ୱିତୀୟ ଦିନ ସିନିଅର ପିଲାମାନେ ଙ୍କ ଖେଳ ହେବ l