ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ତରଫରୁ କଂଗ୍ରେସ ଅଫିସ ଘେରାଉ 

ବିଜେପି ତରଫରୁ କଂଗ୍ରେସ ଅଫିସ ଘେରାଉ 

ରାଉରକେଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମା’ଙ୍କ ସମ୍ପର୍କରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅପଶବ୍ଦ ବ୍ୟବହାର ବିରୁଦ୍ଧରେ ସମଗ୍ର ଦେଶରେ ବିଜେପି ତରଫରୁ ପ୍ରତିବାଦ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ତରଫରୁ ସେକ୍ଟର -୨୧ କଂଗ୍ରେସ କାର୍ଯ୍ୟାଳୟ ଘେରାଉ କରା ଯାଇଥିଲା। । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା , ପ୍ରମିଳା ଦାସ, ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ବରିଷ୍ଠ ନେତା ଜିତେନ ମହାନ୍ତି, ଦିଲ୍ଲୀପ ଦାଶ, ପ୍ରଵାଳ ରଞ୍ଜନ ବାରିକ, ପ୍ରଣତାପ୍ ଦାସ, ଯୁବନେତା ଅଙ୍କୁଶ ବର୍ମା, ନିରୁପମା ବଳିୟାରସିଂ ଆଦି ନେତୃ ବୃନ୍ଦ ତାଙ୍କ ବକ୍ତବ୍ୟରେ ଅସହାୟ କଂଗ୍ରେସ ଦଳର ଶସ୍ତା ରାଜନୀତି, କଂଗ୍ରେସ ନେତାମାନଙ୍କ ହତାଶା ଓ ମାନସିକତାକୁ କଡା ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମା’ଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ସହିବ ନାହିଁ ଭାରତ ବୋଲି ବିଜେପି ନେତୃବୃନ୍ଦ ପ୍ରକାଶ କରିଥିଲେ । କର୍ମୀମାନେ ଘେରାଉ ସମୟରେ ରାହୁଳ ଗାନ୍ଧୀ ଓ କଂଗ୍ରେସ ବିରୁଦ୍ଧରେ ସ୍ଲୋଗାନ ମାନ ଦେଇଥିଲେ ଓ କଂଗ୍ରେସ ଦେଶବାସୀଙ୍କୁ କ୍ଷମା ମାଗୁ ବୋଲି କହିଥିଲେ । ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା ଦଳୀୟ କାର୍ଯ୍ୟରେ ବାହାରକୁ ଗ୍ରସ୍ତରେ ଯାଇ ଥିବା ଯୋଗୁ ସେ ଏହି କାର୍ଯ୍ୟକ୍ରମକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କରିବା ପାଇଁ ପରାମର୍ଶ ଦେଇଥିଲେ । ବରିଷ୍ଠ ନେତା ଦିଲ୍ଲୀପ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ବରିଷ୍ଠ ନେତା ମନୋରଞ୍ଜନ ମୁନି,ମନୋଜ ମାହେଶ୍ୱରୀ, ଶଙ୍କର ପୂଜାରୀ, ସସ୍ମିତା ସାହୁ, ଭବାନୀ କବି, ଆଲୋକ ନାୟକ, କେଦାର ମହାନ୍ତି, ଦୀପକ ତିୱାରୀ, ଦିଲ୍ଲୀପ ପଟ୍ଟନାୟକ, ରମାକାନ୍ତ ଜେନା, ସନ୍ତୋଷ ଦାସ, ରାମ ଦୀପ, ହୀରୋଜ ରାୟ , ମନ୍ମଥ ଦେ,ଆଶା ନାଇଡୁ, ମମତା ମହାନ୍ତି, ରଞ୍ଜିତା କିସପଟା, ବଟକୃଷ୍ଣ ନାୟକ, ତ୍ରିବିକ୍ରମ ମାଝୀ, ବିନତି ଭୁମିଜ୍, ନାରାୟଣ ମହାନ୍ତି, ସନ୍ଦୀପ ଅଗ୍ରୱାଲ, ପ୍ରକାଶ ପାଶୱାନ, ସଞ୍ଜୟ ଭୂମିଜ, ଚନ୍ଦନ ବେହେରା, ଶମ୍ଭୁ, ଜନ ନାୟକ, ଲକ୍ଷ୍ମଣ ଲୋହାର, ଗୁଡୁ ସିଂ, ଅନିଲ ମହାନନ୍ଦ, ବିଟୁ ନାୟକ, ପ୍ରତାପ ପଟ୍ଟନାୟକ, ଲୁଲୁ ଦାଶ, ନୀନା ଷଡ଼ଙ୍ଗୀ, ସବିତା ଜେନା, ଲତିକା ବେହେରା, ଝରଣା ମହାରଣା, ନମ୍ରତା ବାଗ, ବନ୍ଦିତା ଚୌଧୁରୀ, ଯୁଗଳ ପାତ୍ର, ଶରତ ବାରିକ, ନିରଜ୍ ଚତ୍ରୁ ବେଦୀ, ଜଳୁଆ ବେହେରା, ଧନେଶ୍ଵର ତରାଇଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମମତା ରାଣୀ ଗୋପାଳ ଧର୍ମଗଡ଼ ବ୍ଲକ ବିଜୁ ଜନତା ଦଳର ସଭାନେତ୍ରୀ ନିଯୁକ୍ତ

Sunil Chandra Nayak

କାମାକ୍ଷାନଗର ବ୍ଲକରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁପଟନାୟକଙ୍କ ୧୦୭ ତମ ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!