ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ ଜିଲ୍ଲା ଗଠନ ଦାବୀ , ସମର୍ଥନରେ ବସିଲେ ବିଜୁ ଜନତା ଦଳ

ଏକାଦଶ ଦିନରେ ପହଞ୍ଚିଲା ଗଣଧାରଣା

ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଏକାଦଶ ଦିବସରେ ରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଧର୍ମଗଡ ଜିଲ୍ଲା ଦାବୀ କୁ ନୈତିକ ସମର୍ଥନ କରାଯାଇ ଗଣଧାରଣାରେ ବସିଥିଲେ। ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ପୁର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନେତୃତ୍ବରେ ଏହି ଗଣ ଧାରଣାରେ ରାଜ୍ୟ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା କଲ୍ୟାଣୀ ନାଏକ, ଧର୍ମଗଡ ଏନଏସି ଉପଧ୍ୟକ୍ଷା ମନିଷା ମିଶ୍ର, ପୁର୍ବତନ ଏନଏସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ, ସରକାରୀ ଓକିଲ ରାଜେନ୍ଦ୍ର ମୁନି, ଅଜିତ କୁମାର ସାହୁ, ଭବାନୀ ଶଙ୍କର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଗୋପୀ ମହାନନ୍ଦ, ବରିଷ୍ଠ ବିଜେଡି ନେତା ଗୌର ଛତ୍ରୀୟା, ଗୋବିନ୍ଦ ଖଡିକାର, ଯୋଗେନ୍ଦ୍ର ସାହୁ, ଦିବ୍ୟ ସିଂ ମହାନ୍ତି, ବ୍ଲକ ଅଧ୍ୟକ୍ଷ ଙ୍କ ପ୍ରତିନିଧି ମନୋଜ ପଟ୍ଟଯୋଷୀ, ବିବେକ ରଞ୍ଜନ ମିଶ୍ର, ଯୁବ ନେତା ପ୍ରସନ୍ନ ରାଉତ 

ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ଜିଲ୍ଲା ଗଠନ ଦାବୀ କୁ ଜୋରଦାର କରିବା ପାଇଁ ମତ ପ୍ରଦାନ କରିଥିଲେ। କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ ସଭା ପରିଚାଳନା କରିଥିବା ବେଳେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ପ୍ରେମଲାଲ ସାଗର,ସନ୍ତୋଷ ପାଢ଼ୀ, ରତନ ନାଏକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ଏକାଦଶ ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।ଧର୍ମଗଡ ଜିଲ୍ଲା ଗଠନ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ କୁ ଆହୁରି ବ୍ୟାପକ କରାଯିବ ବୋଲି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କଳାହାଣ୍ଡିରେ ‘ଜନଜାଗରଣ ଅଭିଯାନ’ ଉଦ୍‌ଯାପିତ

କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ବିରୋଧରେ ଝରିଗାଁ ବିଜେଡ଼ିର ବିକ୍ଷୋଭ

Sunil Chandra Nayak

ରାଜନଗର ବିଜେଡିର ପଞ୍ଚାୟତ ସ୍ତରୀୟ ସମନ୍ବୟ କର୍ମୀ ସମ୍ମିଳନୀରେ‌ ଡବଲ ଶଙ୍ଖର ସମର୍ଥନ ସାଉଟିଲେ ଧୃବ

masiha

Leave a Comment

error: Content is protected !!