ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି କେନ୍ଦ୍ରୀୟ ନେତାଙ୍କ ମୟୂରଭଞ୍ଜ ଗସ୍ତ

ବିଜେପି କେନ୍ଦ୍ରୀୟ ନେତାଙ୍କ ମୟୂରଭଞ୍ଜ ଗସ୍ତ

ବାରିପଦା: ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାକୁ ବିଜେପି କେନ୍ଦ୍ରୀୟ ନେତାମାନଙ୍କର ଗସ୍ତ କ୍ରମ ଆରମ୍ଭ ହୋଇଯାଇଥିବା ଜଣାଯାଇଛି। ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଇତି ମଧ୍ୟରେ ଏଠାରେ ପହଂଚି ବିଭିନ୍ନ ବିଧାନସଭା କ୍ଷେତ୍ର ପରିଦର୍ଶନ କରି ସାରିଥିବା ବେଳେ ଶନିବାର ଦିନ ବିଜେପି ସର୍ବଭାରତୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ବାରିପଦା ପହଞ୍ଚିଛନ୍ତି।

ଏହି ନେତାମାନେ ବିଭିନ୍ନ ସ୍ଥାନରେ ବିଭିନ୍ନ ବୈଠକ, ସଭା ସମିତି କରିବାର ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି।ଆଗାମୀ ଦିନରେ ଆହୁରି ବହୁ ବଡ଼ ନେତା ଏ ଜିଲ୍ଲାକୁ ଆସିବେ ଏବଂ ମୟୂରଭଞ୍ଜ ଲୋକସଭା ଆସନ ତଥା ସମସ୍ତ ବିଧାନସଭା କ୍ଷେତ୍ରରେ ଦଳର ବିଜୟ ସୁନିଶ୍ଚିତ କରିବା ଦୃଷ୍ଟିରୁ ନେତୃମଣ୍ଡଳୀଙ୍କ ଏହି ସବୁ ବ୍ୟାପକ ଗସ୍ତ ତଥା ସଭା, ସମିତି, ବୈଠକ ଇତ୍ୟାଦି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ହେବ ବୋଲି ବିଜେପି ରାଜ୍ୟ ମୁଖପାତ୍ର କବିବିଷ୍ଣୁ ଶତପଥୀ କହିଛନ୍ତି।

ରାଜ କିଶୋର ବାରିକ୍ ଙ୍କ ରିପୋର୍ଟ୍ 

Related posts

ମହିଳା ସଂରକ୍ଷଣ ବିଲ୍‌ କାଟ୍ ଖାଇବା ପ୍ରସଙ୍ଗରେ ଜିଲ୍ଲାସ୍ତରରେ ପ୍ରତିବାଦ କରିବେ ମହିଳା ,୨୪ ଓ ୨୫ରେ ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମହିଳା ଆକ୍ରୋଶ ସମ୍ମିଳନୀ : ଡା.ଐଶ୍ଚର୍ଯ୍ୟା ବିଶ୍ଵାଳ

Sunil Chandra Nayak

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ ପ୍ରକାଶିତ ବିଭ୍ରାନ୍ତକାରୀ ସମ୍ବାଦ ‘ସଂପୂର୍ଣ୍ଣ ଅମୁଳକ ଏବଂ ଆଧାରହୀନ’ : ଶ୍ରୀ ମନମୋହନ ସାମଲ

ଡାବୁଗାଁ ବ୍ଲକ ଗିର୍ଲା ଠାରେ ବିଜେଡିର ବ୍ଲକ ସ୍ତରୀୟ ମହିଳା ସମାବେଶ

Sunil Chandra Nayak

Leave a Comment

error: Content is protected !!