ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି କେନ୍ଦ୍ରୀୟ ନେତାଙ୍କ ମୟୂରଭଞ୍ଜ ଗସ୍ତ

ବିଜେପି କେନ୍ଦ୍ରୀୟ ନେତାଙ୍କ ମୟୂରଭଞ୍ଜ ଗସ୍ତ

ବାରିପଦା: ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାକୁ ବିଜେପି କେନ୍ଦ୍ରୀୟ ନେତାମାନଙ୍କର ଗସ୍ତ କ୍ରମ ଆରମ୍ଭ ହୋଇଯାଇଥିବା ଜଣାଯାଇଛି। ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଇତି ମଧ୍ୟରେ ଏଠାରେ ପହଂଚି ବିଭିନ୍ନ ବିଧାନସଭା କ୍ଷେତ୍ର ପରିଦର୍ଶନ କରି ସାରିଥିବା ବେଳେ ଶନିବାର ଦିନ ବିଜେପି ସର୍ବଭାରତୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ବାରିପଦା ପହଞ୍ଚିଛନ୍ତି।

ଏହି ନେତାମାନେ ବିଭିନ୍ନ ସ୍ଥାନରେ ବିଭିନ୍ନ ବୈଠକ, ସଭା ସମିତି କରିବାର ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି।ଆଗାମୀ ଦିନରେ ଆହୁରି ବହୁ ବଡ଼ ନେତା ଏ ଜିଲ୍ଲାକୁ ଆସିବେ ଏବଂ ମୟୂରଭଞ୍ଜ ଲୋକସଭା ଆସନ ତଥା ସମସ୍ତ ବିଧାନସଭା କ୍ଷେତ୍ରରେ ଦଳର ବିଜୟ ସୁନିଶ୍ଚିତ କରିବା ଦୃଷ୍ଟିରୁ ନେତୃମଣ୍ଡଳୀଙ୍କ ଏହି ସବୁ ବ୍ୟାପକ ଗସ୍ତ ତଥା ସଭା, ସମିତି, ବୈଠକ ଇତ୍ୟାଦି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ହେବ ବୋଲି ବିଜେପି ରାଜ୍ୟ ମୁଖପାତ୍ର କବିବିଷ୍ଣୁ ଶତପଥୀ କହିଛନ୍ତି।

ରାଜ କିଶୋର ବାରିକ୍ ଙ୍କ ରିପୋର୍ଟ୍ 

Related posts

ବ୍ଲକ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ ସମାରୋହ 

masiha

କଂଗ୍ରେସର ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର ନଗର ବିଜେଡି ସଭାପତି ଭାବେ ବିଶ୍ବଜିତ ପଣ୍ଡା(ଟନି)ନିଯୁକ୍ତ

Sunil Chandra Nayak

Leave a Comment

error: Content is protected !!