ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଆମ୍ ଆଦମୀ ପାର୍ଟିର ସାଂଗଠନିକ ବୈଠକ

ଢେ଼ଙ୍କାନାଳ(ମସୀହା) ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଆମ୍ ଆଦମୀ ପାର୍ଟିର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ଆପ୍ ଉପସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକରେ ଘଟିପିରି, କୋତ୍ତମ, କଳାଙ୍ଗ ଓ ଗୋବିନ୍ଦ ପ୍ରସାଦ ପଞ୍ଚାୟତର ସକ୍ରିୟ କାର୍ଯ୍ୟକର୍ତ୍ତା ଭାଗ ନେଇଥିଲେ। ଦିଲ୍ଲୀ ଓ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଶ୍ରୀ ପଣ୍ଡା ଉପସ୍ଥାପନା କରିଥିଲେ। ପ୍ରାରମ୍ଭରେ ଯୁବନେତା ତଥା ଏହି ଜୋନର ସଭାପତି ବ୍ରହ୍ମାନନ୍ଦ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଏହି ବୈଠକରେ ସଦର ବ୍ଲକ ସଭାପତି ରାଜକୁମାର ପ୍ରଧାନ, କଳାଙ୍ଗ ପଞ୍ଚାୟତର ସଭାପତି ଧର୍ମାନନ୍ଦ ସାମଲ, କୋତ୍ତମ ପଞ୍ଚାୟତର ଚିତ୍ତରଞ୍ଜନ ନାୟକ, ଘଟିପିରିର ମହନ୍ତ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସନାତନ ନାଏକ, ଗୋବିନ୍ଦ ନାଏକ, ବିଜୟ ନାଏକ, ମହିଳା ନେତ୍ରୀ ରମା ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ। ଆମ୍ ଆଦମୀ ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଝୁନୁବାଳା ଦାସ, ସଜନୀ ବେହେରା, ପ୍ରଭାତୀ ବେହେରା, ଅଶାନ୍ତି ଡେଙ୍ଗ, ବରୁଣ ନାଏକ, ସୁଶିଳ ନାଏକ, ସତ୍ୟବାଦୀ ବେହେରା ଦଳରେ ସଦସ୍ୟତା ଗ୍ରହଣ କରିଥିଲେ।ଜିଲ୍ଲା ସୋସିଆଲ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା ସ୍ଥାନୀୟ ଲୋକମାନଙ୍କ ସମସ୍ୟା କିପରି ସମାଧାନ କରିବାରେ ସଂଗଠନ ପକ୍ଷରୁ ସହଯୋଗ ମିଳିବ ସେ ବିଷୟରେ ଆଲୋଚନା କରିଥିଲେ। ପରିଶେଷରେ କଳାଙ୍ଗ ପଞ୍ଚାୟତ ସଭାପତି ଧର୍ମାନନ୍ଦ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଡୁମେରପଦର  ଓ ଥୁଆମୂଳ ରାମପୁର ବିଜେପି ମଣ୍ତଳ କାର୍ଯ୍ଯକାରିଣୀ ବୈଠକ ଅନୁଷ୍ଠିତ

ୟଙ୍ଗ ଇଣ୍ଡିଆକେ ବୋଲ ର କାର୍ଯ୍ୟକ୍ରମ ବିବରଣୀ

Sunil Chandra Nayak

ପଣ୍ଡିତ ଦୀଦୟାଲ ଙ୍କ ସମର୍ପଣ ଦିବସ 

masiha

Leave a Comment

error: Content is protected !!