ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପେଟ୍ରୋଲ ଓ ଡିଜେଲର ଅସ୍ୱାଭାବିକ ଦରବୃଦ୍ଧି ବିରୋଧରେ ବିଜେଡିର ଜୋରଦାର ବିକ୍ଷୋଭ

ପେଟ୍ରୋଲ ଓ ଡିଜେଲର ଅସ୍ୱାଭାବିକ ଦରବୃଦ୍ଧି ବିରୋଧରେ ବିଜେଡିର ଜୋରଦାର ବିକ୍ଷୋଭ

ଭୁବନେଶ୍ୱର, ୨୫/୦୫/୨୦୨୬: ଦେଶରେ ପେଟ୍ରୋଲ ଓ ଡିଜେଲର ଅସ୍ୱାଭାବିକ ଦରବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ ଏହାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଆଜି ତୀବ୍ର ପ୍ରତିବାଦ କରାଯାଇଛି । ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ ଓ ବିଜୁ ମହିଳା ଜନତା ଦଳର ମିଳିତ ଆହ୍ୱାନରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିର କଟୁ ସମାଲୋଚନା କରିଥିଲେ ।

ନେତୃବୃନ୍ଦ କହିଥିଲେ ଯେ, ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ସିଧାସଳଖ ପ୍ରଭାବ ନିତ୍ୟାବଶ୍ୟକ ସାମଗ୍ରୀର ଦର ଉପରେ ପଡ଼ୁଛି । ଫଳରେ ସାଧାରଣ ଲୋକ, ମଧ୍ୟବିତ୍ତ ପରିବାର, ଚାଷୀ, ଶ୍ରମିକ, ଛୋଟ ବ୍ୟବସାୟୀ ଓ ପରିବହନ କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଦରଦାମ ବୃଦ୍ଧି ରୋକିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଜନସାଧାରଣଙ୍କ ଦୁଃଖ କଷ୍ଟ ପ୍ରତି ସରକାରଙ୍କର କୌଣସି ସମ୍ୱେଦନଶୀଳତା ନାହିଁ ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଳା ରେ ମଣ୍ଡି ସମସ୍ୟା ତଥା ଗରିବ ଓ କୃଷକ ବିରୋଧୀ କେନ୍ଦ୍ର ବଜେଟ ବିରୁଦ୍ଧରେ ଯୁବ କଂଗ୍ରେସର‌ ବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ/ସର୍କିଟ ବେଞ୍ଚ ଦାବି ନେଇ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଭେଟିଲେ ଡ଼ଃ ସସ୍ମିତ ପାତ୍ର

ଭାଗୀରଥି ପାତ୍ର କଂଗ୍ରେସ ଦଳିତ ସେଲର ମୟୂରଭଞ୍ଜ ଜିଲ୍ଲା ଅଧ୍ଯକ୍ଷ ନିଯୁକ୍ତ

Sunil Chandra Nayak

Leave a Comment

error: Content is protected !!