ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସ୍ଥାନୀୟ ଭଜାପା ଦଳ ପକ୍ଷରୁ ତାଳଚେର ଉପଖଣ୍ଡ ବି ଡି ଓ କାର୍ଯ୍ୟାଳୟ ଘେରାଉ 

ତାଳଚେର ( ଆର୍ତ୍ତତ୍ରାଣ ପାଣି ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ରାଜ୍ୟ ବିଜେଡି ଚଞ୍ଚକତା କରି ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରାଫେରି କରିଥିବା ଅଭିଯୋଗ ନେଇ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ କାଳିନ୍ଦୀ ଚରଣ ସାମଲଙ୍କ ନେତୃତ୍ୱ ରେ ଆଜି ତାଳଚେର ବହୁ ପୁରୁଖା ଭାଜପା ନେତୃ ବର୍ଗ ସ୍ଥାନୀୟ ବିଡ଼ିଓ କାର୍ଯ୍ୟାଳୟ ଘେରାଉ କରିଥିବା ଦେଖିବାକୁ ମିଳି ଥିଲା l ଭାଜପା ନେତୃ ବର୍ଗ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସ୍ଥାନୀୟ ପ୍ରଶାସନ ପାତର ଅନ୍ତର ନିତୀ ଆପଣେଇ ବିଜେଡି ସମର୍ଥିତ ଏହି ଯୋଜନାରେ ସାମିଲ କରି ବିଜେଡି ଦଳର ହାତ ବାରିସୀ ଭଳି କାମ କରୁଥିବା ଅଭିଯୋଗ କରିବା ସହିତ ଏହାର ଏକ ତଦନ୍ତ ଦାବୀ କରିଥିବା ଦେଖିବାକୁ ମିଳି ଥିଲା l ବିଡ଼ିଓ ଅଫିସ ଘେରାଉ କାର୍ଯ୍ୟ କ୍ରମରେ ଭାଜପାର ତୁଙ୍ଗ ନେତା ଯଯାତି ପଟ୍ଟନାୟକ, ପେସ୍କାର ଗଡ଼ନାୟକ, ମିଡ଼ିଆ ସେଲ୍ ପରିଚଳକ ପର୍ଶୁରାମ ବାରିକ ରାଜ୍ୟ ସମ୍ପାଦକ କାଳିନ୍ଦୀ ସାମଲଙ୍କ ସହ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l

Related posts

ବ୍ଲକ କଂଗ୍ରେସ କମିଟି ପକ୍ଷରୁ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସନ୍ଦିକୁଲିହାରି ଠାରେ ବିଜୁ ଜନତା ଦଳର ସଂକଳ୍ପ ସମାବେଶ

masiha

ରାଇରଙ୍ଗପୁର ରେ ପ୍ରାକ୍ତନ ଓଡିଶା କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!