ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ସପ୍ତାହ ପାଳନ

ଓଡ଼ିଶା ସରକାର ଙ୍କର ଜଳ ସମ୍ପଦ ବିଭାଗ ଦ୍ୱାରା ତା ୧/୨/୨୦୨୩ ରିଖ ଠାରୁ ୧୫/୨/୨୦୨୩ ରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ କରାଯାଇଛି। ଏହି କ୍ରମରେ କନ୍ଧମାଳ ଜିଲ୍ଲାରେ କ୍ଷୁଦ୍ର ଜଳ ସେଚନ ବିଭାଜନ କନ୍ଧମାଳ ଫୁଲବାଣୀ ଦ୍ବାରା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଆଜି ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଅଧ୍ୟକ୍ଷତା କରି ଅଳ୍ପ ଜଳରେ କିପରି ଉତ୍ତମ ଚାଷ କରାଯାଇପାରିବ । ଚାଷୀ ଲାଭବାନ ମଧ୍ୟ ହୋଇ ପାରିବ । ତା ଉପରେ ଚାଷୀ ଭାଇ ଭଉଣୀ ମାନେ ପ୍ରଥମେ ସଚେତନ ହେବା ଆବଶ୍ୟକ। ସରକାରୀ ଅଧିକାରୀ ତଥା କର୍ମଚାରୀ ମାନେ ସେମାନଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶାର ସରକାର ଙ୍କର ଜଳ ସମ୍ପଦ ବିଭାଗର କନ୍ଧମାଳ ଜିଲ୍ଲା ପାରିବେ ବୋଲି କହିଥିଲେ। ନିମନ୍ତେ ସର୍ବୋଚ୍ଚ ଯନ୍ତ୍ରୀ ଜଳ ପ୍ରଭାରୀ ମହେନ୍ଦ୍ର କୁମାର ଭୁଇଁୟା ମୁଖ୍ୟ ଅତିଥି ଭାବେ ଗ୍ରହଣ ଦେଇ ଯେଉଁଠି ଜଳ ସଙ୍କଟ ଦେଖା ଯାଉଛି ସେଠାରେ ଲୋକମାନେ ଜଳ ବ୍ୟବହାର ପାଇଁ ସଚେତନ ଅଛନ୍ତି।ତେବେ ଆମେ ଯଦି ଏବେଠୁ ସେ ଦିଗରେ ସଚେତନ ହୋଇଯିବା ତେବେ ଭବିଷ୍ୟତ ରେ ଜଳର ଅଭାବ ଦେଖାଯିବ ନାହିଁ। ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ ପ୍ରଶାନ୍ତ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭବେ ଏବଂ ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡ଼ଃ ଅଶୋକ ତ୍ରିପାଠୀ ସମାରୋହ ପ୍ରବକ୍ତା ଭାବରେ ଯୋଗ ଦେଇ ଜଳର ସଂରକ୍ଷଣ,ପୁନଃ ବ୍ୟବହାର,ଫସଲ ବିବିଧକରଣ ତଥା ଫସଲ ଘନତ୍ୱ ବୃଦ୍ଧି ସହିତ ଜଳର ସୁ ପରିଚାଳନା ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ,ଜଳ ପରିଚାଳନା ରେ ସମାନତା ତଥା ସମୁଚିତ ଉପାୟ ଅବଲମ୍ବନ ,ପାଣି ପଞ୍ଚାୟତ ରେ ମହିଳା ମାନଙ୍କ ଅଂଶ ଗ୍ରହଣ ତଥା ନେତୃତ୍ୱ କୁ ଅଧିକ ଗୁରୁତ୍ୱ ପ୍ରଦାନ ସହିତ ଜଳ ବ୍ୟବହାରୀଙ୍କ ମଧ୍ୟରେ ବିଭିନ୍ନ ଜଳ ଆବଣ୍ଟନ ଜନିତ ଜଳ ବିବାଦର ଆପୋଷ ସମାଧାନ ଦିଗରେ ଆଲୋଚନା କରିଥିଲେ। ସେହିପରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ,ଉପ ଉଦ୍ୟାନ କୃଷି ଉପନିର୍ଦେଶକ,ଜିଲ୍ଲା ମସ୍ଚୟ ଅଧିକାରୀ,ନିର୍ବାହୀଯନ୍ତ୍ରୀ ଉଠା ଜଳସେଚନ ବିଭାଜନ,ନିର୍ବାହୀଯନ୍ତ୍ରୀ କନ୍ଧମାଳ ଜଳସେଚନ ବିଭାଜନ,ଫୁଲବାଣୀ ଉପନିର୍ଦେଶକ ଆତ୍ମା କୃଷି ବିଭାଗ ଫୁଲବାଣୀ,ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପାଣି ପଞ୍ଚାୟତ, ସଫଳ କୃଷି,ସଶକ୍ତ କୃଷକ ଉପରେ ଆଲୋଚନା କରିଥିବା ବେଳେ କୃଷକ ପ୍ରତିନିଧିମାନେ ମଧ୍ୟ ପାଣି ପଞ୍ଚାୟତ ଗଠନ ଫଳରେ ସେମାନେ କେତେ ସଫଳ ସେ ବିଷୟରେ ଆଲୋଚନା କରିଥିଲେ। ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଆୟୋଜିତ ପ୍ରତିଯୋଗିତା ର ବିଜେତା ମାନଙ୍କୁ ଅତିଥି ମାନଙ୍କଦ୍ୱାର ପୁରସ୍କାର ପ୍ରଦାନ କରାଯାଇଥିଲା ବେଳେ କନ୍ଧମାଳ ଫୁଲବାଣୀ କ୍ଷୁଦ୍ର ଜଳ ସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ ସୁନିଲ କୁମାର ତ୍ରିପାଠୀ ବୈଠକ ପରିଚାଳନା କରିଥିବାବେଳେ ଶେଷରେ ସହକାରୀ ଯନ୍ତ୍ରୀ ଘୁ .ଉଦୟଗିରି ଧନ୍ୟବାଦ ଅର୍ପଣ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ପକ୍ଷଘାତି ଟୁକୁନି ମାଝୀଙ୍କୁ ଟ୍ରାଇ ସାଇକେଲ ଓ ଭତ୍ତା ଖଣ୍ଡେ ଦେବାକୁ ଦାବି

Sunil Chandra Nayak

ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ଏବଂ ଜିଲ୍ଲା ଆରକ୍ଷୀ ନିଯୁକ୍ତି ନେଇ ରାଇରଙ୍ଗପୁର ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତିଙ୍କ ଖବରଦାତା ସମ୍ମିଳନୀ

ବହୁ ଚର୍ଚ୍ଚିତ ଵହଳଦା- ତିରିଂ ରାସ୍ତା ଦୁର୍ଘଟଣାରେ ୪ ମୃତକଙ୍କୁ କ୍ଷତିପୂରଣ ନେଇ ୨୫ଘଣ୍ଟାରୁ ଉର୍ଦ୍ଧ୍ବ ରାସ୍ତାରୋକ, ପ୍ରଶାସନ ର ହସ୍ତକ୍ଷେପ ପରେ ସମାଧାନର ବାଟ ଫିଟିଲା

masiha

Leave a Comment

error: Content is protected !!