ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଘଟ ପରେ ଅଙ୍ଗନବାଡି କର୍ମୀ ମାନେ ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିବାରୁ ଚାରି ଦିନର ଦରମା ପାଇବାରୁ ବଞ୍ଚିତ

ବିଭିନ୍ନ ସମସ୍ୟା ଓ ଦାବୀ ନେଇ ଅଙ୍ଗନବାଡି କର୍ମୀ ମାନେ ଗତ ଡ଼ିସେମ୍ବର ୨୧ ତାରିଖରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଧର୍ମଘଟ କରିଥିଲେ । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣାରେ ବସିଥିଲେ । ପର୍ଯ୍ୟାୟ କ୍ରମେ ରାଲି ଓ ଜେଲଭର ଆନ୍ଦୋଳନ କରିଥିଲେ। ତେବେ ଧର୍ମଘଟ ବନ୍ଦହେଲା ପରେ ଡବ୍ଲ୍ୟୁ ସି ଡି ନିର୍ଦେଶକ ଙ୍କ ଟି ଭି ଘୋଷଣା ଅନୁଯାଇ ଅଫିସ ରେ ଅଙ୍ଗନବାଡି କର୍ମୀ ମାନେ ତା ୫/୧/୨୦୨୩ ରିଖ ଦିନ ସି ଡି ପି ଓ ଙ୍କୁ ଜଇନିଙ୍ଗ ରିପୋର୍ଟ ଦେଲେ । ଅଙ୍ଗନବାଡି କର୍ମୀ ମାନେ ପାଠ ପଢା ଆରମ୍ଭ ନିମନ୍ତେ ଅଙ୍ଗନବାଡି କେନ୍ଦ୍ର ସଫା ସଫି କରିଥିଲେ। କିନ୍ତୁ କର୍ମୀମାନେ ଅଙ୍ଗନୱାର୍ଡି ଖୋଲି ତା ୯/୧/୨୦୨୩ ରିଖ ଠାରୁ ପାଠ ପଢା ଓ ଖାଦ୍ୟ ପ୍ରଦାନ ଆରମ୍ଭ କରିଥିଲେ। ଯାହା ଫଳରେ ୯ ତାରିଖରୁ ସେମାନଙ୍କର ଦରମା ବିଲ ସୁପରଭାଇଜର ମାନେ କରିଥିଲେ। ନିୟମାନୁଯାୟୀ ୫/୧ ଠାରୁ ୯/୧ ପର୍ଯ୍ୟନ୍ତ ୪ ଦିନର ଦରମା କଟିଯିବାରୁ ଅଙ୍ଗନୱାର୍ଡି କର୍ମୀ ମାନେ ଅସନ୍ତୋଷ ହୋଇ ଏକ ଦାବିପତ୍ର ସି ଡି ପି ଓ ଙ୍କୁ ପ୍ରଦାନ କରିଛନ୍ତି।ଖଜୁରୀପଡା ଶିଶୁ ବିକାଶ ପ୍ରକଳ୍ପରେ ଏଭଳି ସ୍ଥିତି ଉପୁଜିଛି । ସୁପର ଭାଇଜର ମାନଙ୍କୁ ଏ ସମ୍ପର୍କରେ ପଚାରିବାରେ ଜଣାପଡିଛି ଯେ ଯେଉଁ ଦିନ ଅଙ୍ଗନୱାର୍ଡି କେନ୍ଦ୍ର ସଫାକଲେ ସେହି ଦିନଠୁଁ ଦରମା ବିଲ ହେବ ନାହିଁ, ଯେଉଁଦିନରୁ କେନ୍ଦ୍ରରେ ପାଠ ପଢା ଓ ଖାଦ୍ୟପ୍ରଦାନ କରାଗଲା (୯/୧/୨୩) ସେହିଦିନ ଠାରୁ ଦରମାବିଲ ହୋଇଛି ନିୟମାନୁଯାୟୀ କାହାରିକୁ ପାତର ଅନ୍ତର କରାଯାଇ ନାହିଁ । ବିଲ ସୁପରଭାଇଜର ମାନେ କରନ୍ତି କିନ୍ତୁ ବିଲ ସ୍କ୍ରୁଟିନୀ ଓ ଅନୁମୋଦନ ସି ଡି ପି ଓ କରିଥାନ୍ତି।ଖାଦ୍ୟ ପ୍ରଦାନ ଓ ଶିକ୍ଷା ଦାନ କରାଯାଇ ନଥିବା ଦିନ ଗୁଡିକ ପାଇଁ ଦରମା ଦେବାପାଇଁ ସି ଡି ପି ଓ ଙ୍କର ଅର୍ଡର ନାହିଁ ବୋଲି ପ୍ରକାଶ କରିଛନ୍ତି। ଖାଜୁରୀପଡା ସି ଡି ପି ଓ ଅଙ୍ଗନୱାର୍ଡି କର୍ମୀ ଙ୍କ ଠାରୁ ଦାବୀ ପତ୍ର ଗ୍ରହଣ କଲାପରେ ନିରବଥିବା ଜଣାପଡିଛି । ଏ ସମ୍ପର୍କରେ କେହି ଜଣେ କନ୍ଧମାଳ ସମାଜ ମଙ୍ଗଳ ଅଧିକାରୀ ସୁଶ୍ରୀ ପୁଷ୍ପାଞ୍ଜଳି ମିଶ୍ର ଙ୍କୁ ଅଭିଯୋଗ ଫୋନ ରେ ଜଣାଇବାରୁ ସେ ତଦନ୍ତ କରିବି ବୋଲି କହିଥିଲେ! ଉଲେଖ୍ହ ଯୋଗ୍ୟ ଯେ ଜିଲ୍ଲା ର ୧୧ ଟି ଶିଶୁ ବିକାଶ ପ୍ରକଳ୍ପ ରେ ଯେଉଁ ଦିନ ଅଙ୍ଗନୱାର୍ଡି କର୍ମୀ ମାନେ କେନ୍ଦ୍ର ଖୋଲି ଖାଦ୍ୟ ପ୍ରଦାନ ଓ ଶିକ୍ଷାଦାନ କଲେ ସେହି ଦିନଠାରୁ ଦରମା କରାଯାଇଛି।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ତରାପୁର ଠାରେ କୋଶଲା ମାଳୀ ସମାଜ ବାର୍ଷିକ ସାଧାରଣ ବୈଠକ 

masiha

ଧର୍ମଗଡ଼ ଓକିଲ ସଂଘ ତରଫରୁ ହାଇକୋର୍ଟ ମାନ୍ୟବର ବିଚାରପତିଙ୍କୁ ସମ୍ବର୍ଦ୍ଧନା 

masiha

ସାମ୍ବାଦିକ ସତ୍ୟ ଦାଶ ଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

Leave a Comment

error: Content is protected !!