ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ରେ ପ୍ରକୃତ ହିତାଧିକାରୀ ନାମ ବାଦ ପଡ଼ିଥିବାରୁ କେସିଙ୍ଗା ଭାରତୀୟ ଜନତା ପାର୍ଟି ବ୍ଲକ୍ ସମ୍ମୁଖରେ ଧାରଣା 

କେସିଙ୍ଗା – କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ସମ୍ମୁଖରେ ଆଜି କେସିଙ୍ଗା ନଗର ବିଜେପି ସଭାପତି ମଗନ ସିନ୍ଦୂର ଙ୍କ ନେତୃତ୍ୱ ରେ ବିଜେପି ପକ୍ଷରୁ ପ୍ରଧାମନ୍ତ୍ରୀ ଆବାସ ତାଲିକା ରେ ବ୍ୟାପକ ଅନିୟମିତତା ଦର୍ଶାଇ ଗଣଧାରଣା ସକାଳ ୧୦ ଘଣ୍ଟା ସମୟ ରୁ ଆରମ୍ଭ ହେଇଥିଲା। ଗତ ୨୦୧୮ _୧୯ରେ ତିଆରି କରାଯାଇଥିବା ତାଲିକା ରେ ବ୍ୟାପକ ତ୍ରୁଟି ଅଛି ଓ ତାଲିକା ରେ ଅନେକ ଗରିବ ଲୋକଙ୍କ ନାମ ନାହିଁ ଯାହା ଏକ୍ ଦୁଃଖ ର ବିଷୟ ବୋଲି ସଭାପତି ପ୍ରକାଶ କରିଛନ୍ତି।ଆଗାମୀ ୭ ଦିନ ମଧ୍ୟ ରେ ନୂତନ ତାଲିକା ତିଆରି କରି ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଧାମନ୍ତ୍ରୀ ଆବାସ ଦିଆ ନ ଗଲେ ଆଗାମୀ ଦିନରେ ଆବାସ ଗୃହ ପାଇ ନ ଥିବା ଯୋଗ୍ୟ ହିତାଧିକାରୀ ମାନଙ୍କ ସହିତ ମିଶି ବଡ଼ ଧରଣର ଆନ୍ଦୋଳନ କରିବା ପାଇଁ କେସିଙ୍ଗା ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।ଏହି ଧାରଣା ରେ ଅନ୍ୟ ମାନଙ୍କ ମଧ୍ୟରେ ଗୋବିନ୍ଦ ବନ୍ ଛୋର,ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ, ଅଶୋକ ପୋଢ଼, ଶ୍ରୀମତୀ ନିରୁପମା ସାମଲ,ପ୍ରତାପ ବାଗ, ଶଶାଙ୍କ ଶେଖର ମହଲା,ବସନ୍ତ ପୁରୋହିତ,ମନୋଜ ସାହୁ,ଯୁବ ନେତା ଧରଣୀ ନାଏକ, ଥବିର ଗୌଡ, ଏନ୍ ଏ ସି ବିଧାୟକ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ,ସୀତାରାମ ନାଏକ,ସରୋଜ ସେଠ୍, ପ୍ରମୁଖ ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ବଂଶୀ ପାଣି ସାହା।

ମସିହା ନିଉଜ ସର୍ଭିସ୍ 

Related posts

ରାଇରଙ୍ଗପୁର‌ କଂଗ୍ରେସ ତରଫରୁ ଏଫଏମ କଲେଜ ଛାତ୍ରୀ ସ୍ଵର୍ଗତା ସୌମ୍ଯାଶ୍ରୀଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଵହଳଦା ବ୍ଳକ କଂଗ୍ରେସ କମିଟି ତରଫରୁ ବିଭିନ୍ନ ଦାବି ନେଇ ବ୍ଳକ କାର୍ଯ୍ୟାଳୟ ଘେରାଉ

masiha

ବିଜୁ ଜୟନ୍ତୀ ରେ ବିଜେଡି ର ଜନସମାବେଶ

Sunil Chandra Nayak

Leave a Comment

error: Content is protected !!