ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଦହିପଣା ବଣ୍ଟନ ଓ ଅଂଶୁଘାତ ସଚେତନତା ଶିବିର ଆୟୋଜନ 

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଦହିପଣା ବଣ୍ଟନ ଓ ଅଂଶୁଘାତ ସଚେତନତା ଶିବିର ଆୟୋଜନ 

ରାଉରକେଲା: ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ “ସୁବର୍ଣ୍ଣରେଖା” ତରଫରୁ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଛେଣ୍ଡ ସାପ୍ତାହିକ ପରିବା ହାଟରେ ସାଧାରଣ ଜନତା ତଥା ପଥଚାରୀ ମାନଙ୍କୁ ସୁସ୍ଵାଦୁ,ରୁଚିକର , ଶୀତଳ ଦହିପଣା ବଣ୍ଟନର ବ୍ୟବସ୍ଥା କରାଯାଇଥିଲା। ତତ୍ ସହିତ ଅଂଶୁଘାତରୁ କିପରି ରକ୍ଷା ମିଳିବ, ସେ ବିଷୟରେ ସମସ୍ତଙ୍କୁ ସଚେତନ କରାଗଲା। ବିଭିନ୍ନ ବକ୍ତା ମାନେ ତାଙ୍କ ଅଭିଭାଷଣରେ ସ୍ୱାସ୍ଥ୍ୟ ବିଭାଗ ଓ ସରକାରଙ୍କ ଦ୍ଵାରା ଅଂଶୁଘାତ ପାଇଁ ଦିଆ ଯାଇଥିବା ବିଭିନ୍ନ ସତର୍କତା ମୂଳକ ସୂଚନାର ଅବତାରଣା କରିଥିଲେ। ଅଂଶଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଆଶୁ ଚିକିତ୍ସା କିପରି କରିବେ ତାହା ମଧ୍ୟ ସୂଚନା ଦିଆଯାଇଥିଲା। ଆଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ଥିବା ଦୃଷ୍ଟିରୁ ଆଜିର ସ୍ଲୋଗାନ ଥିଲା “ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ”। ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସୁବର୍ଣ୍ଣରେଖାର ସଦସ୍ୟ,ସଦସ୍ୟା , ଉପଦେଷ୍ଟା ମଣ୍ଡଳୀ, ପଦାଧିକାରୀ , ଆଞ୍ଚଳିକ ପ୍ରତିନିଧି ତଥା ନନ୍ଦିନୀ ମହିଳା ସଂଘତିର ସଦସ୍ୟା ମାନେ ପ୍ରବଳ ଗରମ ଗୁଳୁଗୁଳିରେ ଅକ୍ଲାନ୍ତ ପରିଶ୍ରମ କରି ପୂର୍ଣ୍ଣ ସହଯୋଗ କରିଥିବାରୁ ଅନୁଷ୍ଠାନର ସଭାପତି ଓ ସାଧାରଣ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମାତୃକୃପା ସାହିତ୍ୟ ସଂସଦର ଷଷ୍ଠ ବାର୍ଷିକ ଵସନ୍ତ ମହୋତ୍ସବ ପାଳିତ 

masiha

ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

masiha

ବିଭିନ୍ନ ପ୍ରକଳ୍ପ ର ଭୂମିପୂଜନ

Sunil Chandra Nayak

Leave a Comment

error: Content is protected !!