ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଶ୍ରୀ ତନ୍ତୀ ଡେଙ୍ଗୁ ସଂକ୍ରମିତ ଜୋନ ବୁଲିବା ସହ ଇସ୍ପାତ ଜେନେରାଲ ହସ୍ପିଟାଲରେ ସଂକ୍ରମିତଙ୍କୁ ଭେଟିଲେ 

ବିଧାୟକ ଶ୍ରୀ ତନ୍ତୀ ଡେଙ୍ଗୁ ସଂକ୍ରମିତ ଜୋନ ବୁଲିବା ସହ ଇସ୍ପାତ ଜେନେରାଲ ହସ୍ପିଟାଲରେ ସଂକ୍ରମିତଙ୍କୁ ଭେଟିଲେ 

ରାଉରକେଲା : ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ରାଉରକେଲା ଇସ୍ପାତ ନଗରୀର ସେକ୍ଟର-୧୪ ଏ ଓ ବି ବ୍ଲକ୍ ରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ଉଦବେଗ ଜନକ ଭାବେ ବଢୁ ଥିବା ଖବର ପାଇ ସେହି ଅଞ୍ଚଳକୁ ଯାଇ ଘର ଘର ବୁଲି ଲୋକମାନଙ୍କ ସହ ଡେଙ୍ଗୁ ଉପରେ ସଚେତନତା ଜାଗ୍ରତ କରି ଥିଲେ । ଲୋକ ମାନେ ପାଣି ନିଷ୍କାସନ ପାଇଁ ନାଳ ନଥିବା, ସ୍ବରେଜ ବାରମ୍ବାର ଜାମ ହେବା , ବହୁ କ୍ୱାର୍ଟର ଖାଲି ପଡ଼ି ଥିବା ଯୋଗୁ ପାଣି ଜମି ଡେଙ୍ଗୁ ବୃଦ୍ଧି ପାଉଥିବା ପ୍ରକାଶ କରିଥିଲେ ।ଏହା ସହିତ ଆବର୍ଜନା ଟ୍ରଲି ବହୁଦିନ ଧରି ଆସୁନ ଥିବା ଅଭିଯୋଗ କରିଥିଲେ । ଏହା ଉପରେ ସେ ସହର ସେବା ଅଧିକାରୀଙ୍କ ସହିତ ଆଲୋଚନା କରି ଉଚିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ। ଡେଙ୍ଗୁକୁ ରୋକିବା ଓ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ଏ ଏନ୍ ଏମ୍ ଓ ହାଇଟେକ୍ ମେଡ଼ିକାଲ କଲେଜ ଓ ହସପିଟାଲ ର କମ୍ୟୁନିଟି ଟିମ ଏହି ଅଞ୍ଚଳ ରେ ଘର ଘର ବୁଲି ବୁଝିବା ସହିତ ଡେଙ୍ଗୁ କୁ କିପରି ରୋକାଯିବ ତା ଉପରେ ସଚେତନତା ଜାଗ୍ରତ କରୁଥିବା ବେଳେ ବିଧାୟକଙ୍କ ସହିତ ସାକ୍ଷାତ କରି ଆଲୋଚନା କରିଥିଲେ । ସମସ୍ତେ ପରିବେଶ କୁ ସଫା ସୁତୁରା ରଖିବା ସହିତ କୁଲର ର ପାଣିକୁ ସର୍ବଦା ପରିବର୍ତ୍ତନ କରିବା ସହିତ ଶରୀରକୁ ସର୍ବଦା ଢାଙ୍କି ରଖିବା, ଶୋଇବା ସମୟରେ ମଶାରୀ ବ୍ୟବହାର କରିବା ଆଦି ପରାମର୍ଶ ଦେଇଥିଲେ । ସରକାର ଏହା ଉପରେ ନଜର ରଖିଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ଏହାପରେ ବିଧାୟକ ଇସ୍ପାତ ଜେନେରାଲ ହସପିଟାଲର ଡେଙ୍ଗୁ ୱାର୍ଡ଼ ବୁଲି ଡେଙ୍ଗୁ ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝି ଥିଲେ ଓ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି ୱାର୍ଡର ଡାକ୍ତର ମାନେ ମଧ୍ୟ ସହଯୋଗ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଓ ଅନ୍ୟ ପ୍ରମୁଖ ନେତା ମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚର୍ଚ୍ଚାରେ ଯୁବ ମିଡ଼ିଆ ପ୍ଲାନର ଭରତ ପ୍ରଧାନ

ଭୁବନ ବ୍ଲକ ମହୁଲପାଳ ଗ୍ରାମରେ ଜନବିରୋଧି ସରକାରୀ କାର୍ଯ୍ୟ/ପିଇବା ପାଣିକୁ ଦୂଷିତ ନାଳର ରୂପ ଦେଲା ପ୍ରଶାସନ

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୪ ପାଇଁ କୋର କମିଟି ବୈଠକ

masiha

Leave a Comment

error: Content is protected !!