ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମରୁଡି ଘୋଷଣା ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ଲକ ଉପାଧ୍ୟକ୍ଷ

ମରୁଡି ଘୋଷଣା ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ଲକ ଉପାଧ୍ୟକ୍ଷ

କୋକସରା,୬/୯ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ସମ୍ଭାବ୍ୟ ମରୁଡି ପରିସ୍ଥିତିକୁ ନେଇ ବ୍ଲକର ୨୨ ପଞ୍ଚାୟତକୁ ମରୁଡି ଘୋଷଣା କରିବା ସହ କୃଷି ଋଣ ଛାଡ କରିବାକୁ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡିଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ । ଚଳିତ ବର୍ଷ ଅନାବୃଷ୍ଟି କାରଣରୁ କୋକସରା ବ୍ଲକର ୨୨ ପଞ୍ଚାୟତରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖା ଦେଇଥିବା ବେଳେ ବ୍ଲକର ସଚେତନ କୃଷକ ମଞ୍ଚ ଓ ବିଭିନ୍ନ ପଞ୍ଚାୟତର ଚାଷୀମାନେ ମରୁଡି ଘୋଷଣା କରିବାକୁ କୋକସରା ତହସିଲଦାରଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣାକୁ ନେଇ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଚିଠି ଲେଖି କୋକସରା ବ୍ଲକର ଚାଷି ସମୁହଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବ୍ଲକର ୨୨ ପଞ୍ଚାୟତରେ ହୋଇଥିବା ଚାଷ କ୍ଷୟକ୍ଷତି ଆକଳନ କରି ମରୁଡି ଘୋଷଣା ସହ କ୍ଷତିପୂରଣ, କୃଷି ଋଣ ଛାଡ ,ବୀମା କରିଥିବା ଚାଷିଙ୍କୁ ସହାୟତା ଯୋଗାଇଦେବା ପାଇଁ ଚିଠି ଲେଖିଥିବା ବେଳେ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଓ ନ୍ୟାସନାଲ ଆଲାଏନ୍ସ ଅଫ୍ ଓମେନ୍ ମଧ୍ଯରେ ଚୁକ୍ତି ସ୍ଵାକ୍ଷରିତ 

Sunil Chandra Nayak

ହାପି ମୋମେଣ୍ଟସ ର ପ୍ରତିଭା ଖୋଜ କାର୍ଯ୍ୟକ୍ରମ 

masiha

୭୭ତମ ବନ ମହୋତ୍ସବ ସପ୍ତାହ, ୨୦୨୬,  ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ 

Leave a Comment

error: Content is protected !!