ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଧାୟକ ପ୍ରଦିପ ଦିଶାରୀ ହେଲେ କଳାହାଣ୍ଡି ଜିଲ୍ଲା ବିଜେଡିର ନୂତନ ସଭାପତି

ବିଧାୟକ ପ୍ରଦିପ ଦିଶାରୀ ହେଲେ କଳାହାଣ୍ଡି ଜିଲ୍ଲା ବିଜେଡିର ନୂତନ ସଭାପତି

ଭବାନୀପାଟଣା:ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ଦିନ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର ସଭାପତି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନାମ ଘୋଷଣା କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ କଳାହାଣ୍ଡି ଜିଲ୍ଲା ବିଜେଡିରେ ଖୁସିର ଲହରି ଖେଳିଯାଇଛି। ପ୍ରଦୀପ ଗତ ୨୦୧୯ରେ ଓ ୨୦୨୪ରେ ଲାଞ୍ଜିଗଡ଼ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଦିଶାରୀ ସାଧାରଣ ଜନତାଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା କରି ଆସୁଛନ୍ତି। ଏହା ସହ ତାଙ୍କ ସାଙ୍ଗଠନିକ ଦକ୍ଷତା ଜନତାଙ୍କ ନିକଟତର କରିପାରିଛି। ଜଣେ ନିର୍ବିବାଦୀୟ ନେତା ରୂପେ ସମସ୍ତଙ୍କ ପ୍ରୀୟପାତ୍ର ହୋଇ ପାରିଛନ୍ତି ପ୍ରଦୀପ। ତାଙ୍କ ଲୋକପ୍ରିୟତା ଓ କର୍ମନିଷ୍ଠ ସ୍ଵଭାଵ ପାଇଁ ସେ ଅଞ୍ଚଳରେ ବେଶ ଚର୍ଚ୍ଚିତ। ଆଗାମୀ ଦିନରେ ଦଳର ସଂଘଠନଙ୍କୁ ମଜବୁତ୍ କରିବା ସହ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

  ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

Related posts

ଲୋକସଭା ନିର୍ବାଚନ ସଂଚାଳନ ସମିତିର ନିର୍ବାଚନ ପ୍ରସ୍ତୁତି ବୈଠକରେ ତୋମର ଙ୍କ କର୍ଣ୍ଣ ମନ୍ତ୍ର

masiha

ଧର୍ମଗଡ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି

masiha

ମୟୁରଭଞ୍ଜ ଜିଲ୍ଲା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ଜାତୀୟ କଂଗ୍ରେସ ରେ ଯୋଗଦେଲେ

Sunil Chandra Nayak

Leave a Comment

error: Content is protected !!