ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟକ୍ତି ନିର୍ମାଣ ର ନିର୍ମାତା ଥିଲେ ପଣ୍ଡିତ ରଘୁନାଥ ମିଶ୍ର: ଡଃ ଘାସିରାମ ମିଶ୍ର

ରାଉରକେଲା/ ବ୍ୟକ୍ତି ନିର୍ମାଣ ର ନିର୍ମାତା ତଥା ଓଡିଆ ଜାତୀୟତା ର ପ୍ରତୀକ ପଣ୍ଡିତ ରଘୁନାଥ ମିଶ୍ର ଥିଲେ ବୋଲି ବିଶିଷ୍ଟ ସାହିତ୍ୟିକ ଡଃ ଘାସିରାମ ମିଶ୍ର ପଣ୍ଡିତଙ୍କ ସ୍ମୃତିଚାରଣ ସଭାରେ ମତବ୍ଯକ୍ତ କରିଥିଲେ । ଭାରତୀୟ ଇତିହାସ ସଂକଳନ ସମିତି (ଓଡିଶା) ପଶ୍ଚିମ ଆୟୋଜିତ ରାଷ୍ଟ୍ରୀୟ ଆଲୋଚନାଚକ୍ର ‘ ବିପ୍ଳବୀ ପଣ୍ଡିତ ରଘୁନାଥ ମିଶ୍ର – ଏକ ଅନୁକରଣୀୟ ବ୍ୟକ୍ତିତ୍ବ’ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡଃ ମିଶ୍ର ଉପରୋକ୍ତ ମନ୍ତବ୍ଯ ଦେଇଥିଲେ । ଏହା ସହ ପଣ୍ଡିତ ରଘୁନାଥଙ୍କ ସଂପର୍କରେ କହିଲେ ଯେ ସେ ଏକାଧାରରେ ମେଳିଆ,ପଣ୍ଡିତ, ବ୍ୟବସାୟୀ, ଆୟୁର୍ବେଦାଚାର୍ୟ୍ୟ, କବିରାଜ, ସାମ୍ବାଦିକ, ଶିକ୍ଷକ, ଛାତ୍ରବତ୍ସଳ, ଆଦର୍ଶବାଦୀ, କ୍ରାନ୍ତିକାରୀ ତଥା ବହୁମୁଖୀ ପ୍ରତିଭାର ସେଥିଲେ ଅପୂର୍ବ ସମନ୍ବୟ । ନିତ୍ୟନୈମିତ୍ତିକ ଜନ ଜାଗରଣପାଇଁ ଯୁଗବାର୍ତ୍ତା ଓ ଯୁଗବୃଦାନ୍ତ ଖବର କାଗଜ ପ୍ରକାଶନ କରି ସାମାଜିକ ପ୍ରତିବଦ୍ଧତାର ପରିଚୟ ଦେଇଥିଲେ । ଅପସଂସ୍କୃତି କୁ ସଂସ୍କାରିତ କରିବା ବିପ୍ଳବୀ ଥିଲେ । ତେଣୁ ପଣ୍ଡିତଙ୍କ ସଂପର୍କରେ ଏକ ପୁସ୍ତକ ପ୍ରକାଶିତ କରାଗଲେ ସମସ୍ତେ ତାଙ୍କ ବିଷୟରେ ଜାଣିପାରିବେ ମତ ରଖିଥିଲେ । ଡଃ ଉମାକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତା ଓ ସାମ୍ବାଦିକ ଜ୍ଞାନରଂଜନ ମିଶ୍ର ଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀନିବାସ ପାଠିଶର୍ମା, ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବିଚିତ୍ରାନନ୍ଦ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଣ୍ଡିତ ଶ୍ରୀ ମିଶ୍ରଙ୍କ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ଏ କେ ସିଂହଦେଓ, ଶୈଳେନ୍ଦ୍ର ମହାନ୍ତି,ଅମଲେଶ ତ୍ରିପାଠୀ, ବିଜ୍ଞରଂଜନ ମିଶ୍ର, କାଳିପ୍ରସାଦ ମହାପାତ୍ର, ଲକ୍ଷ୍ମୀନାରାୟଣ ମିଶ୍ର, ଶରତ ପାଢୀ ପ୍ରମୁଖ ପଣ୍ଡିତ ମିଶ୍ରଙ୍କ ସହ ବିତାଇଥିବା ମୁହୁର୍ତ୍ତକୁ ବଖାଣିଥିଲେ। ବକ୍ତାମାନେ ପଣ୍ଡିତ ରଘୁନାଥଙ୍କ ଦ୍ବାରା ପ୍ରତିଷ୍ଠିତ ବେଦବ୍ୟାସ ମହାବିଦ୍ୟାଳୟ ସହ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ତାଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ କବି କୁଞ୍ଜବିହାରୀ ରାଉତ ପଣ୍ଡିତଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଡଃ ପରମେଶ୍ଵର ଶତପଥୀ, ଗୋରାଚାନ୍ଦ ପଟ୍ଟନାୟକ, ଉଦ୍ଧବ ପ୍ରଧାନ, ଚିତ୍ତରଞ୍ଜନ ବ୍ରହ୍ମା,ଡଲିରାଣୀ ବ୍ରହ୍ମା, ଟିକେଲାଲ ତ୍ରିପାଠୀ, ଦେବେନ୍ଦ୍ର କୁମାର ସିଂଦେଓ, ଦିଗମ୍ବର ମହାନ୍ତି, ଆର ଏସ ଚୌଧୁରୀ, ବିଶ୍ବମ୍ବର ମହାନ୍ତି, ଶ୍ରୀକାନ୍ତ ଜୟସ୍ବାଲ, ରଣଧୀର ଲେଙ୍କା, ସୁବାସ ରାଉତ, ନିରଞ୍ଜନ ବର୍ମା, ବିରେନ୍ଦ୍ର କୁମାର ବେହେରା, ଅରୁଣ ଦାଶ, କମଳାକାନ୍ତ ରାଉତ, ସୌମ୍ଯରଂଜନ ରାଉତ, ଲିଙ୍ଗରାଜ ନନ୍ଦ, ରଂଜନ ଲେଙ୍କା, ଅନିତା ସାଗର, ଉମେଶ ସିଂ, ଦିଲ୍ଲୀପ ଶର୍ମା, ଲକ୍ଷ୍ମୀଧର ସେଠୀ ପ୍ରମୁଖ ଙ୍କ ସମେତ ପଣ୍ଡିତ ମିଶ୍ରଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଧର୍ମଗଡ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟାପକ ଅଧ୍ୟାପିକା ନିଯୁକ୍ତି ପାଇଁ ଚଞ୍ଚକତା। ନିଯୁକ୍ତି ନିୟମ ଉଲଂଘନ କରି ଚୟନ ପାଇଁ ପ୍ରୟାସ…

masiha

ଚନ୍ଦାହାଣ୍ଡି ଠାରେ ଶ୍ରୀ ହରିକଥା ପରାୟଣ ଉଦଯାପିତ     

Sunil Chandra Nayak

ଏସ.ପି.ସି.ବି ପକ୍ଷରୁ ବିଶ୍ୱ ଓଜୋନ ଦିବସ ପାଳିତ 

masiha

Leave a Comment

error: Content is protected !!