ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଏକତା ଓ ଜେପି ହସପିଟାଲ ତରଫରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

ରାଉରକେଲା/ ଏକତା ମହିଳା ଗୃପ ଓ ଜେପି ହସପିଟାଲ୍ ର ମିଳିତ ଆନୁକୂଲ୍ୟରେ ଏନଆଇଟି ବ୍ୟାକପୋଷ୍ଟ ଠାରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏକତା ଗୃପର ସଭାପତି ବସୁମତି ମହାନ୍ତି ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଜାହାଙ୍ଗିର ହକ, ରୋହିତ ତନ୍ତୀ, ଜାମସେରା ପଞ୍ଚାୟତ ସରପଞ୍ଚ ବେଦନା ଓରାମ, ଝିରପାଣି ଥାନା ସବଇନ୍ସପେକ୍ଟର ମନୋହର ପ୍ରଧାନ, ପରଭେଜ ଅରୋରା, ରାଜେଶ ମୁନି ଓ ସ୍ବତନ୍ତ୍ର ଅତିଥି ଭାବେ ସୁରେଶ ଶର୍ମା ପ୍ରମୁଖ ଯୋଗଦେଇ ଏହିଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି କହିଥିଲେ । ଏହି ଅବସରରେ ପ୍ରାୟ ଦେଢଶହ ବ୍ୟକ୍ତି ଚକ୍ଷୁ ପରୀକ୍ଷା ସହ ଚଷମା ଦାନ ଓ ଆବଶ୍ୟକସ୍ଥଳେ ନିଃଶୁଳ୍କ ମୋତିଆବିନ୍ଦୁ ଅପରେସନ୍ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜୟପ୍ରକାଶ ହସପିଟାଲର ଡାକ୍ତର ଦେବାଶିଷ ସାହୁ,କିଶୋର କୁମାର ସେଠୀ ଓ ପ୍ରଦୀପ୍ତ ବାରିକ ତଥା ଏକତା ଗୃପର ଶାନ୍ତିଲତା, ଅଂଶୁପା,ଅସ୍ମିତା,ବନଜା,ଅଞ୍ଜଳି, ସୁଚିସ୍ମିତା, ଶୁଭସ୍ମିତା,ମନୋରମା, ନିରୁପମା,ସଂଯୁକ୍ତା, ରୀନା, ମିତା, ଗୌରୀ, ବୀଣାପାଣି, ରାହୁଳ,ବିକାଶ, ସୁମତି, ଆଦିତ୍ଯ,ପ୍ରବାଣୀ, ମାନସ, ଶିବ , ଜ୍ଞାନ, ବିଶାଖା, ମୋହନ, ଜ୍ୟୋତି, ଶ୍ରୀକାନ୍ତ, ରାଜେଶ, ମୁନୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସ୍ବତନ୍ତ୍ର ଅତିଥି ଶ୍ରୀ ଶର୍ମା ଆଗାମୀ ଦିନରେ ଜେପି ହସପିଟାଲ୍ ତାର ସାମାଜିକ ପ୍ରତିବଦ୍ଧତା ସହ ଏହିଭଳି ସେବା ଯୋଗାଇ ଦେବ ବୋଲି ପ୍ରତିଶୃତି ଦେଇଥିଲେ । ଶେଷରେ ସଭାପତି ଶ୍ରୀ ମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅରୁନ୍ଧତୀ ଫାଉଣ୍ଡେସନ ପକ୍ଷରୁ “ଓଡିଶା ମୋ ପରିବାର ଜୀବନ ବିନ୍ଦୁ”ସହଯୋଗରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ସେମେଲପଦର ଓ ବାଲାପଦର ଝାଡ଼ାବାନ୍ତି ରୋଗ ନିୟନ୍ତ୍ରଣାଧୀନ, ସଂପୂର୍ଣ୍ଣ ବିପଦ ଟଳିନି

Sunil Chandra Nayak

ଯୋରାଡବରା ଛକରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!