ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଜିଲ୍ଲା ସ୍ୱାସ୍ଥ୍ୟ ମିଶନ , ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳ ଓ ରୋଗୀ କଲ୍ୟାଣ ସମିତି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ପରିଚାଳନା ସମିତି ବୈଠକ ୨୦୨୨ ଅନୁଷ୍ଠିତ

ଫୁଲବାଣୀ -:   ଗତକାଲି ୨୪/୮/୨୦୨୨ ରିଖ ବୁଧବାର ଦିନ ଅପରାହ୍ନ ୧୦.୩୦ ମିନିଟ ସମୟରେ ଫୁଲବାଣୀ ଜିଲ୍ଲା ପରିଷଦ ସଭା ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳ ର ପରିଚାଳନା ବୈଠକ,ଜିଲ୍ଲା ସ୍ଵାସ୍ଥ୍ୟ ମିଶନର ବୈଠକ,ଜିଲ୍ଲା ସଦର ମହକୁମା ରୋଗୀ କଲ୍ୟାଣ ସମିତି ବୈଠକ ୩ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ,ବାଲିଗୁଡା ବିଧାୟକ ଚକ୍ରମଣି କଁହର, ଜି. ଉଦୟଗିରି ସାଲୁଗା ପ୍ରଧାନ କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର,କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ବିଶ୍ଵ ରଞ୍ଜନ ନାୟକ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା,ଫୁଲବାଣୀ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରା, ଫୁଲବାଣୀ ପୋୖର ପରିଷଦ ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି,ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ,ସ୍ୱାସ୍ଥ୍ୟ ବିଭାଗ ର ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ମନୋଜ କୁମାର ଉପାଧ୍ୟାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର ବିଭିନ୍ନ ଯୋଜନା ଉପରେ କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହେଲା ତାହାରି ଉପରେ ଉପସ୍ଥିତ ଅଧିକାରୀ ମାନେ ଆଲୋଚନା କି ପର୍ଯ୍ୟାଲୋଚନା ନକରି ଡି ପି ଏମ ଓ ଗୀତ ଭଳି ଗାଈ ଯାଉଥିବା ଯୋଜନା ଗୁଡ଼ିକ ହଁ ମାନି ନେଇଥିବା ଦେଖିବା ମିଳିଥିଲା । ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ଫୁଲବାଣୀ ସଦର ମହକୁମା ମୁଖ୍ୟ ଡାକ୍ତରଖାନା ପ୍ରସୂତି ମାଆ ମାନଙ୍କୁ ଅଲ୍ଟ୍ରାସାଉଣ୍ଡ ର ସୁବିଧା ଠିକ୍ ଭାବରେ ମିଳୁନ ଥିବା ପ୍ରଶ୍ନ କରିଥିବା ବେଳେ ଦୁର୍ଗମ ଅଞ୍ଚଳ ବିଲାବାଡି ମେଡ଼ିକାଲ ରେ ମଧ୍ୟ ରୋଗୀ ସେବା ଠିକ ଭାବରେ ମିଳୁନାହିଁ ବୋଲି କହିଥିଲେ। ସେହିପରି ବାଲିଗୁଡା ବିଧାୟକ ଚକ୍ରମଣି କଁହର ସୁବର୍ଣ୍ଣଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ରୋଗୀ ଠିକ୍ ଭାବରେ ପାଉନଥିବା ଅଭିଯୋଗ କରିଥିବା ବେଳେ ଜି .ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ରାଇକିଆ ବ୍ଲକ ଅନ୍ତର୍ଗତ ସୁଗଡ଼ବାଡି ପି ଏଚ ସି ରେ ରୋଗୀମାନେ ମଧ୍ୟ ଠିକ୍ ଭାବରେ ସ୍ୱାସ୍ଥ୍ୟ ସେବା ପାଉ ନାହାଁନ୍ତି। ସ୍ୱାସ୍ଥ୍ୟ କର୍ମୀ ସେଠାରେ ରହୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ ବାଡିଥିଲେ । ୨୦୨୧ -୨୨ ଆର୍ଥିକ ବର୍ଷରେ କାୟାକଳ୍ପ ସ୍ୱଚ୍ଛତା ପୁରସ୍କାର ୧୦ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପଖଣ୍ଡ ଚିକିତ୍ସାଳୟ ବାଲିଗୁଡା , ୧୨ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,୬ ଗୋଟି ଉପସ୍ୱାସ୍ଥ୍ୟ କେନ୍ଦ୍ର କୁ ପୁରସ୍କୃତ କରାଯାଇଥିଲା।କେନ୍ଦ୍ରୀୟ ସ୍ୱତନ୍ତ୍ର ଯୋଜନାରେ ୪ ଗୋଟି ଅପହଞ୍ଚ ଅଞ୍ଚଳ ପାଇଁ ୪ଟି ଭ୍ରାମ୍ୟମାଣ ପ୍ରସବ ଯାନ ଓ ୪ ଟି ବହୁମୁଖୀ ସ୍ୱାସ୍ଥ୍ୟ ସେବା ଯାନ ଅନୁଦାନ ମିଳିଥିବାରୁ ଆଜି ଗୋଟିଏ ଭ୍ରାମ୍ୟମାଣ ପ୍ରସବ ଯାନ ଆଉ ଗୋଟିଏ ବହୁମୁଖୀ ସ୍ୱାସ୍ଥ୍ୟସେବା ଯାନ ସାଂସଦ , ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଓ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଲୋକାର୍ପଣ କରିଥିଲେ। ବାଲିଗୁଡା ବ୍ଲକ ର ଖମନଖୋଲ,ରାଇକିଆ ବ୍ଳକ ର ଇନ୍ଦ୍ରଗଡ଼,ତୁମୁଡିବନ୍ଧ ବ୍ଲକ ର ବେଲଘର,ଦାରିଙ୍ଗବାଡିର ବ୍ରାହ୍ମଣୀ ଗାଁ କୁ ପଠାଇ ଆନୁଷ୍ଠାନିକ ପ୍ରସବ କୁ ଶତ ପରିଶତ କରାଇବା ଏବଂ ଅପହଞ୍ଚ ଅଞ୍ଚଳ ରେ ଲୋକ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ସରକାର ଙ୍କର ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମ ବୋଲି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ପାଟିଲ ବୈଠକରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଙ୍କ ନିର୍ଦେଶକ୍ରମେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଇଖାନା ଉନ୍ନତି କରଣ କାର୍ଯ୍ୟ ଚାଲିଛି।ଜିଲ୍ଲାର ୪ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରୀକ୍ଷାଗାର ନିମନ୍ତେ ଏବଂ ୧୪ ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୨୯ ଟି ଉପମୁଖ୍ୟ ଚିକିତ୍ସା କେନ୍ଦ୍ର କୁ ସରକାର ଙ୍କର ବିଭିନ୍ନ ଯୋଜନା ଅନୁସାରେ ୧୫ ତମ ଆର୍ଥିକ କମିଶନ ପକ୍ଷରୁ ଏବଂ ପିଏମ୍ ,ଏବିଏଚଆଇଏମ,ଏନ ଏଚ ଏମ ପକ୍ଷରୁ ଅନୁଦାନ ମିଳିଛି। ବିଜୁ କନ୍ଧମାଳ ଯୋଜନା ବି ବିଭିନ୍ନ ଯୋଜନା ପାଇଁ ଅନୁଦାନ ମିଳିଛି।ନୀତି ଆୟୋଗ କେଦ୍ର ସରକାର ଙ୍କ ତରଫରୁ ଉତ୍ତମ କାର୍ଯ୍ୟ ପାଇଁ ସ୍ୱାସ୍ଥ୍ୟ ଓ ପୃଷ୍ଟି କ୍ଷେତ୍ରରେ ଆକାଂକ୍ଷା ଜିଲ୍ଲା ହିସାବରେ ସର୍ବ ଭାରତୀୟ ସ୍ତରୀୟରେ ଦ୍ୱିତୀୟ ପୁରସ୍କାର ବାବଦରେ ୩ କୋଟି ୭୫ ଲକ୍ଷ ଟଙ୍କାର ଅନୁଦାନ ମିଳିଛି।ଜିଲ୍ଲା ସାଂସଦ ଓ ବିଧାୟକ ମୁକ୍ତ ପାଣ୍ଠି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନୁଦାନ ଦେବା ଏବଂ ବିଭିନ୍ନ ସିଏସଆର ଫଣ୍ଡ କୁ ମୋବିଲାଇଜ କରିବା ଏବଂ ବିଜୁ କନ୍ଧମାଳ ଗଜପତି ଯୋଜନାରେ ଅଧିକ ସ୍ୱାସ୍ଥ୍ୟ ସେବା ପାଇଁ ଅନୁଦାନ ଦେବା ପାଇଁ ଆୟୋଜିତ ବୈଠକରେ ଆଲୋଚନା ହୋଇଥିଲା। ଶେଷରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଆଶୀଷ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ 

Related posts

ପୁଣି କରୋନା ଭୟ…. ଡାକ୍ତରଖାନା ଗୁଡିକରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର

Sunil Chandra Nayak

ସ୍ବର୍ଗତ ସୂର୍ଯ୍ୟ କୁମାର ଘୋଷ ଙ୍କ ଏକାଦଶାହ ଉପଲକ୍ଷେ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ଆହ୍ବାନ କ୍ରମେ ଧର୍ମଗଡ ମାରୱାଡି ଯୁବା ମଞ୍ଚ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort