ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାଫିକ ବିଭାଗ କୋଅପରେଟିଭ ରେ ଅନିୟମିତା ଅଭିଯୋଗ

ରାଉରକେଲା/ ଆରଏସପି ଟ୍ରାଫିକ ବିଭାଗ କୋଅପରେଟିଭ ରେ ନିର୍ବାଚନ ସହ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହେବାପରେ ପାନପୋଷ ସ୍ଥିତ ସହକାରୀ ସମବାୟ ନିବନ୍ଧକଙ୍କ ତରଫରୁ ତଦନ୍ତ ଆରମ୍ଭ କରାଯାଇଛି । ଏନେଇ ସୋସାଇଟିର ସଭାପତି ସୋମନାଥ କରଙ୍କୁ ନୋଟିସ୍ କରାଯାଇଥିଲେ ମଧ୍ୟ ସେ ଉପସ୍ଥିତ ହୋଇନଥିଲେ। ନୂତନ ଭାବେ ସମ୍ପାଦକ ଭାବେ ଦାୟିତ୍ୱ ନେଇଥିବା ଶ୍ରବଣ କୁମାର ଦଳେଇ ଉପସ୍ଥିତ ଥିଲେ । ତେବେ ସେ ନୂଆ ଭାବେ ଯୋଗଦେଇଥିବାରୁ ସମୟ ନେଇଥିଲେ । ସୂଚନା ଯୋଗ୍ୟ ଯେ ଏହି ସୋସାଇଟିର ସଭ୍ୟ ମାନଙ୍କ ଅଭିଯୋଗ ହେଲା ଯେ ମେମ୍ବର ମାନଙ୍କ ଅଂଶଧନ ୨୦୧୭ରୁ ଫେରସ୍ତ ହେଉନାହିଁ । ଲକ୍ଷ ଲକ୍ଷ ଟଙ୍କା ଜମାଥିବା ସିଡିଏସ ରାଶିର ସୁଧ ୨୦୧୭ରୁ ଦିଆଯାଇ ନାହିଁ । ବନ୍ଧକ ଥିବା ଏଲଆଇସି ପଲିସିର ମାଚ୍ୟୁରିଟି ରାଶି ଋଣ ପରିଶୋଧ ପରେ ମଧ୍ୟ ପଲିସି ବଣ୍ଡ କିମ୍ବା କୋଅପରେଟିଭ ଆକାଉଣ୍ଟ କୁ ଯାଇଥିବା ମାଚ୍ୟୁରିଟି ରାଶି ଫେରସ୍ତ କରାଯାଉ ନାହିଁ । ଅବସର ନେଉଥିବା ଅନେକ ସଭ୍ୟଙ୍କ ଜମାରାଶି ଫେରସ୍ତ କରୁନାହାନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଙ୍କ ଦେହାନ୍ତ ହୋଇସାରିଲାଣି। ସୋସାଇଟି ର ଅଫିସ ନିୟମିତ ଖୋଲାଯାଉନାହିଁ । ସମିତିର ସଭାପତି ଙ୍କୁ ପଚାରିଲେ ସିଏ ସଂପାଦକ ଙ୍କୁ ଓ ସଂପାଦକଙ୍କୁ ପଚାରିଲେ ସିଏ ସଭାପତି ଙ୍କୁ ଦେଖାକରିବାକୁ କହୁଛନ୍ତି । ଅଡିଟ୍ ଏବଂ ଅନ୍ୟ ବାହାନା ଦେଖାଇ ୨୦୧୭ରୁ ଦିନ ଗଡେଇ ଚାଲିଛନ୍ତି । ଅଂଶଧନ ଥାଇ ମଧ୍ୟ କର୍ମକର୍ତ୍ତା ନିର୍ବାଚନ ସମୟରେ ନାମ ତାଲିକାରୁ କାଟିବା ଓ କମିଟିରେ ୧୫ ଜଣିଆ କମିଟି ସ୍ଥାନରେ ୧୧ ଜଣିଆ କମିଟି ଓ ସେଥିରେ ମହିଳାଙ୍କୁ ସ୍ଥାନ ନଦେବା ନେଇ ସଭ୍ୟମାନେ ବିଭାଗୀୟ ଅଧିକାରୀ ଜଣାଇଥିଲେ ।

 ଏନେଇ ବହୁପୂର୍ବରୁ ସଭାପତି ଙ୍କୁ ଅଧିକାରୀ ନୋଟିସ କରିଥିଲେ ମଧ୍ୟ ଉପସ୍ଥିତ ନହେବା ଏହି ଅନିୟମିତାରେ ସଂପୃକ୍ତି ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ତାଙ୍କ ମୋବାଇଲ ନଂ୮୮୪୭୮୨୪୫୨୯କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ନଉଠାଇବାରୁ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା। ଏସଂପର୍କରେ ତଦନ୍ତକାରୀ ଅଫିସରଙ୍କୁ ପଚାରିବାରୁ ସଭାପତି କିଛି କାରଣ ବସତଃ ଅନୁପସ୍ଥିତ ରହିବା ସଂପାଦକଙ ମାଧ୍ୟମରେ ଜଣାଇଥିବାରୁ ପୁଣି ଥରେ ତାଙ୍କୁ ଡକାଯାଇ ପ୍ରକୃତ ତଥ୍ୟ ଜଣାଇବା ପାଇଁ କୁହାଯିବା ସହ ଆସିଥିବା ସଦସ୍ୟଙ୍କ ଅଭିଯୋଗ ଗ୍ରହଣ କରାଯାଇଥିଲା ବୋଲି କହିଥିଲେ । ତେବେ ସଦସ୍ୟ ମାନଙ୍କ ଅନୁଯାୟୀ ସଭାପତି ଏହି ଅନିୟମିତାରେ ଜଡିତ ଥିବାରୁ ସେ ଏହାକୁ ଏଡାଇ ଯିବାକୁ ଚାହୁଁଥିବା ସର୍ବଶ୍ରୀ ଏମ୍ ସାରଥି,ଏନ ଏଲ ମୁଣ୍ଡା, ପି କେ ମହାପାତ୍ର, ଗଣେଶ ଜୟପୁରିଆ, ଏମ ଏମ ବେହେରା, ବି ଡି ବିଶ୍ବାଳ, ଏସ କେ ମିଶ୍ର, ଅଜିତ ପୃଷ୍ଟି, ଟି ପାତ୍ର, ଏସ ଏନ ସିଂହ ପ୍ରମୁଖ ଆମକୁ ଜଣାଇଛନ୍ତି । ତେବେ ଏହି ଅନିୟମିତା କୁ ତଦନ୍ତ କରି ଉପଯୁକ୍ତ ନ୍ୟାୟ ଦେବା ପାଇଁ ସଦସ୍ୟ ମାନେ ଦାବି କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପରୀକ୍ଷା ସମାପ୍ତ ହେବାର ଦୁଇ ଦିନ ମଧ୍ୟରେ ପରୀକ୍ଷା ଫଳାଫଳ ପ୍ରକାଶନ ପାଇଁ ବିପିୟୁଟି କୁ ଏସିଆ ବୁକ୍ ଅଫ୍ ରେକର୍ଡସ୍ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ର ସ୍ୱୀକୃତି

Sunil Chandra Nayak

ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ରାଉରକେଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ

Sunil Chandra Nayak

ରାଇରଙ୍ଗପୁରରେ କେରଳ ପବ୍ଲିକ ସ୍କୁଲର ୨୭-ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

masiha

Leave a Comment

error: Content is protected !!