ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଉନ ହଲ ନିର୍ମାଣ ନେଇ ଭୂମିପୂଜନ ଉତ୍ସବ, ବିଧାୟକ ଏବଂ ନଗରପାଳ ଦ୍ଵାରା ପୂଜା ଅର୍ଚ୍ଚନା

ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ନିର୍ମାଣ ହେବାକୁ ଥିବା ଟାଉନ ହଲ ଭୂମି ପୂଜନ ଉତ୍ସବ ରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭୂମି ପୂଜନ କରିଛନ୍ତି। ଏହି ଟାଉନ ହାଲ ଦ୍ଵାରା ଖଡ଼ିଆଲର ସହରାଞ୍ଚଳରେ ଉନ୍ନତ ମାନର ସଭା,ସମିତି, ବୈଠକ ଏବଂ କର୍ମଶାଳା ଅନୁଷ୍ଠିତ ହେବ। ସାତ ଶହ ପଚାଶ ସିଟ ବିଶିଷ୍ଟ ଏହି ହଲ ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ନଅ କୋଟି ଆଠ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଭବିଷ୍ୟତରେ ବିଭିନ୍ନ ପାଣ୍ଠିରୁ ଅର୍ଥ ଆଣି ଏକ ଭବ୍ୟ ହଲ ନିର୍ମାଣ ହେବ ବୋଲି ବିଧାୟକ କହିଥିଲେ। ଗୃହ ଓ ପୁତ୍ତ ନିର୍ମାଣ ବିଭାଗ ଏହି ନିର୍ମାଣ କାର୍ଯ୍ୟ ଦାୟିତ୍ବ ଥିବା ବେଳେ ଖଡ଼ିଆଳ ଏନ ଏ ସି ଏହାର ପତିଚଳନା ରହିବ। ନଗରପାଳ ଉଜ୍ଜ୍ୱଳ ଗୁପ୍ତା, ଏନଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷl ପୁଷ୍ପାଞ୍ଜଳି ନନ୍ଦ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ ,ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ସଭ୍ୟ ଏବଂ ସଭ୍ୟା ମାନେ ଯୋଗ ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

Rotary club of Rourkela Vibrant organised an awareness programme

Sunil Chandra Nayak

ବାଦାମପାହାଡ଼ରୁ ଟାଟା ନଗର ସକାଳୁଆ ଟ୍ରେନ ଚଳାଚଳ ଏବଂ ରାଇରଙ୍ଗପୁରରେ ଉଡନ୍ତା ପୋଲ ନିର୍ମାଣ ପାଇଁ ରାଇରଙ୍ଗପୁର ବାଣିଜ୍ୟ ସଂଘ ତରଫରୁ ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକଙ୍କୁ ଲିଖିତ ଦାବିପତ୍ର 

masiha

ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶରେ ସାନବାର୍ଲି ପଂଚାୟତର ପେନସନ ସମସ୍ୟାର ସମୀକ୍ଷା କଲେ ନନ୍ଦାହାଣ୍ଡି ବିଡ଼ିଓ  

Sunil Chandra Nayak

Leave a Comment

error: Content is protected !!