ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପିର ପ୍ରତିଷ୍ଠା ଦିବସ

ଖୋର୍ଦ୍ଧା : ୪୪ ବର୍ଷରେ ପାଦ ଥାପିଛି ଭାରତୀୟ ଜନତା ପାର୍ଟି । ପାର୍ଟି ପ୍ରତିଷ୍ଠା ଦିବସ ଅବସରରେ ଚିଲିକାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର । ଚିଲିକାରେ ଆୟୋଜିତ କାର୍ଯ୍ୟକ୍ରମରେ ଡ. ସମ୍ବିତ ପାତ୍ର ଭାରତୀୟ ଜନତା ପାର୍ଟିର ଦୀର୍ଘ ୪୩ ବର୍ଷର ଯାତ୍ରା ବିଷୟରେ ସ୍ମୃତିଚାରଣ କରିଛନ୍ତି । ସେ କହିଛନ୍ତି ” ମାଆ ଭାରତୀଙ୍କ ସେବାରେ ଆମ ସମସ୍ତ କର୍ଯ୍ୟକର୍ତ୍ତା ସମର୍ପିତ ଓ ଆମ ଦଳର କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣା ହେଉଛନ୍ତି ଭଗବାନ ହମୁମାନ । ଆଜି ମହାବୀର ହନୁମାନଙ୍କ ଭଳି ନିଜ ମଧ୍ୟରେ ସୁପ୍ତ ଶକ୍ତିର ଅନୁଭବ କରୁଛି ସଂପୂର୍ଣ୍ଣ ଦେଶ । ଆଜି ଦେଶର କୋଟି କୋଟି ଜନତାଙ୍କ ସ୍ବରକୁ ଶାଣିତ କରୁଛି ଭାଜପା । ଭାରତୀୟ ଜନତା ପାର୍ଟି କେବଳ ଏକ ଦଳ ନୁହେଁ ଏହା ଏକ ବିଚାର ଯାହାର ଲକ୍ଷ୍ୟ ରାଷ୍ଟ୍ର ନିର୍ମାଣ ଓ ଜନ କଲ୍ୟାଣ । ବିନା ସ୍ବାର୍ଥରେ ଦେଶବାସୀ ଓ ପୁରୀବାସୀ ଙ୍କ ପାଇଁ କାମ କରୁଛି ଭାଜପା । ଲୋକଙ୍କ ଆଶାର କିରଣ ଭାରତୀୟ ଜନତା ପାର୍ଟି । ଏକ ଭାରତ, ଶ୍ରେଷ୍ଠ ଭାରତ ଭାଜପାର ମନ୍ତ୍ର । ଏହି କାର୍ଯ୍ୟକ୍ରମରେ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ପୃଥିବୀରାଜ ହରିଚନ୍ଦନ , ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଓ ଚିଲିକା ବ୍ଲକ ଅଧ୍ୟକ୍ଷା ଜୋସ୍ନା ବେହେରାଙ୍କ ସହିତ ଜିଲ୍ଲାର ଅନେକ ବରିଷ୍ଠ କର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଭାରତୀୟ ଜନତା ପାର୍ଟି ମଣ୍ଡି ଚାଲ ଅଭିଯାନ କ୍ରମରେ ମଣ୍ଡି ପରିଦର୍ଶନ କଲେ ପୂର୍ବତନ ବିଧାୟକ 

Sunil Chandra Nayak

ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ନବ ନିଯୁକ୍ତ କଂଗ୍ରେସ ସଭାପତି ଶ୍ରୀ ଭୁବନ ବିହାରୀ ସାହୁଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା 

Sunil Chandra Nayak

ଧର୍ମଗଡ଼ ରେ ନିର୍ବାଚନୀ ବିଗୁଲ ଫୁଙ୍କିଲେ ରାଜ୍ୟ ବିଜେପି ସଭାପତି 

masiha

Leave a Comment

error: Content is protected !!