ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତିର୍ତ୍ତୋଲ ବିଧାୟକଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ମହିଳା କଂଗ୍ରେସ

ଜଗତସିଂହପୁର :-07/02/23:-/ ତିର୍ତ୍ତୋଲ ରାଜନୀତିରେ ଲାଗିଛି କଳଙ୍କ ! ଶାସକଦଳ ପାଇଁ କଳଙ୍କ ପାଲଟିଛି ରାଜତିଳକ ! ରାଜ୍ୟସାରା ଚାଲିଛି ଚର୍ଚ୍ଚା ! ପ୍ରେମ, ସେକ୍ସ, ଧୋକା ର ନାୟକ ଖୋଲମ ଖୋଲା ବୁଲି ପାରୁଛି କିପରି ? ସୋମାଲିକା ଙ୍କ ଏଫ.ଆଇ.ଆର. ଉପରେ ପୋଲିସ ନେଇ ପାରିଲାନି କାର୍ଯ୍ୟାନୁଷ୍ଠାନ ! ହାଇକୋର୍ଟ ଅର୍ଡର ଦେବା ପରେ ଆକ୍ସନ ମୁଡ଼ ରେ ପୋଲିସ ! ଏହା ଭିତରେ ସୋମାଲିକା ଙ୍କୁ ପୋଲିସ କରିଛି ଜେରା ! ରାଜ୍ୟ ରାଜନୀତିରେ ଉତ୍କଣ୍ଠା ! କଣ ବିଚାର ରହିବ ତିର୍ତ୍ତୋଲ ବିଧାୟକ ଙ୍କ ପାଇଁ ? ଏପଟେ ତିର୍ତ୍ତୋଲ ମହିଳା କଂଗ୍ରେସ ପକ୍ଷରୁ ଏସ. ପି. ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ଯେ ସୋମାଲିକା କୁ ନ୍ୟାୟ ମିଳୁ ! ମହିଳା କଂଗ୍ରେସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଯେ ଏତେ ସଂଗୀନ ଅପରାଧିକୁ ସ୍ୱଚ୍ଛ ଶାସନର ନାରାବାଜି କରୁଥିବା ନବୀନ ସରକାର ଦଳରୁ ବରଖାସ୍ତ କରିନାହାନ୍ତି କିପରି ? ଦୀର୍ଘଦିନରୁ ସରକାର କହି ଆସୁଛନ୍ତି ନାରୀକୁ ସମ୍ମାନ, କଣ ଏହିପରି ସମ୍ମାନ ବିଷୟରେ ନବୀନ ସରକାର କହିଥିଲେ ? ସେ ଯାହାବି ହେଉ ପ୍ରେମ ଆଉ ଧୋକାର ଚକ୍ରବ୍ୟୁହରେ ଫସିଯାଇଛନ୍ତି ବିଧାୟକ ବିଜୟ ଶଙ୍କର !ବହିଷ୍କାର ହେବେକି ଦଳରୁ ?

ତିର୍ତ୍ତୋଲର ବିଧାନସଭା ଆସନ ପଡ଼ିଯିବକି ଶୂନ୍ୟ ? ସ୍ବର୍ଗତ ବିଷ୍ଣୁ ଚରଣ ଦାସ ଙ୍କ ଦେହାନ୍ତ ପରେ ଉପନିର୍ବାଚନ ଯୋଗୁ ବିଷ୍ଣୁପୁତ୍ର ବିଜୟ ଶଙ୍କର ଙ୍କୁ ତିର୍ତ୍ତୋଲବାସୀ ବିଧାୟକ ଭାବେ ଜିତାଇ ଥିଲେ ! ତିର୍ତ୍ତୋଲର ସବୁ ଆଶା ଭରସାକୁ କଳଙ୍କିତ କରିଦେଇଛନ୍ତି ବୋଲି ଏବେ ସର୍ବତ୍ର ଚର୍ଚ୍ଚା ଚାଲିଛି !

ଜଗତସିଂହପୁରରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ରାଇରଙ୍ଗପୁରରେ “ଆଶା ଭରସା ପାର୍ଟି” ତରଫରୁ ସାମ୍ବାଦିକ ସମ୍ମିଳନୀ

masiha

ପାଟଭାଲେରଠାରେ ବିଜେଡିର ପଞ୍ଚାୟତସ୍ତରୀୟ ବୈଠକ ଅନୁଷ୍ଠିତ 

masiha

ଅଯୋଧ୍ୟା ରୁ ଆସିଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଅକ୍ଷ୍ୟତ କଳସ କୁ ଧର୍ମଗଡ ରେ ଭବ୍ୟ ସ୍ଵାଗତ

masiha

Leave a Comment

error: Content is protected !!