ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

850 କୁଇଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ହଡପ, ତିର୍ତ୍ତୋଲରେ ବ୍ଲକ ଦୁର୍ନୀତିର ନଗ୍ନ ଚିତ୍ର

ତିର୍ତ୍ତୋଲ :- 07/02/23 :- କଥାରେ ଅଛି ମରିନେଲେ ମହାପାତ୍ରେ ଚାହିଁଥାରେ ଜଳକା ! ଖାଇଗଲେ ଛୁଆଙ୍କ ଚାଉଳ, କେତେ ଉନ୍ନତ ତିର୍ତ୍ତୋଲର ଶିକ୍ଷା ! ପାଠକ ବନ୍ଧୁ, ଅତି ଲଜ୍ଜିତ ବିଷୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ! ବର୍ତ୍ତମାନର ବ୍ଲକ ଶିକ୍ଷାଧିକାରୀ ଅନନ୍ତ କିଶୋର ଭୂୟାଁ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚାଉଳ ଦୁର୍ନୀତିର ମୁଖ୍ୟ ନାୟକ ! ଖବର ମୁତାବକ, ଶ୍ରୀଯୁକ୍ତ ଭୂୟାଁ 2019/20 ଆର୍ଥିକ ବର୍ଷରେ ତିର୍ତ୍ତୋଲର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିଲେ !ସେଇ ସମୟରେ 850 କୁଇଣ୍ଟାଲ ଚାଉଳ ହେରଫେର କରି ନିଜ ଦୋଷ ତତ୍କାଳୀନ ଯୋଗାଣ ଅଧିକାରୀ ପଞ୍ଚାନନ ମହାନ୍ତିଙ୍କ ଉପରେ ଲଦି ଦେଇ କହିଥିଲେକି ଶ୍ରୀଯୁକ୍ତ ମହାନ୍ତି ସମ୍ପୃକ୍ତ ବିଦ୍ୟାଳୟ ମାନଙ୍କୁ 850 କୁଇଣ୍ଟାଲ ଚାଉଳ ଯୋଗାଇଦେଇ ନାହାନ୍ତି ! ସେହି ସମୟର ବ୍ଲକ ଶିକ୍ଷାଧିକାରୀ ଧୀରେନ୍ଦ୍ର ନାଥ ଦାଶ ଯୋଗାଣକାରୀ ପଞ୍ଚାନନ ମହାନ୍ତିଙ୍କ ନାମରେ ତିର୍ତ୍ତୋଲ ଥାନାରେ ଏକ ମାମଲା ରୁଜୁ କରିଥିଲେ ଯାହାର ଅଫିସ ଚିଠି ନମ୍ବର 350/date -14/02/2020 ! ବର୍ତ୍ତମାନ ଶ୍ରୀଯୁକ୍ତ ଭୂୟାଁ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ! ଏହି ଭଦ୍ରବ୍ୟକ୍ତି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟଗତ ଉନ୍ନତି ପାଇଁ ସରକାର ଯୋଗାଇଦେଉଥିବା ” ଆଲବେଣ୍ଡାଜୋଲ ଟ୍ୟାଵଲେଟ ” ଓ ” ଫେରୁସ ଫୋଲିକ ଏସିଡ ଟ୍ୟାଵଲେଟ ” କୁ କାର୍ଯ୍ୟାଳୟ ପରିସରରେ ଅତି ଦାୟିତ୍ୱହୀନ ଭାବେ ବହୁଳ ମାତ୍ରାରେ ପୋଡି ଦେଇଥିବାର ଦେଖିବାକୁ ମିଳିଥିଲା ! ଏହି ଅଭାବନୀୟ କାର୍ଯ୍ୟରେ ନାଉସିରା ଆଖଣ୍ଡଳମଣି ୟୁ. ପି. ସ୍କୁଲର ସି.ଆର.ସି.ସି. ଅକ୍ଷୟ କୁମାର ନାୟକ, ମତ୍ତଗଜପୁର ବାଲାବିହାରୀ ସରକାରୀ ସ୍କୁଲର ସି. ଆର. ସି. ସି. ତାପସ ମହାନ୍ତି, ନରୁଆ ବାପୁଜୀ ୟୁ. ପି. ସ୍କୁଲ ସି. ଆର. ସି. ସି. ରଜନୀକାନ୍ତ ବେହେରା ଙ୍କ ଦ୍ୱାରା ନିଆଁ ଲଗାଇ ଜଳେଇ ଦେଇଥିବାର ଜଣା ଯାଇଛି ! ଏହିସବୁ ଦୁର୍ନୀତିର କାରଣ ସରକାରୀ ନିର୍ଦ୍ଧେଶନାମାକୁ ବେଖାତିର କରି ଦୀର୍ଘଦିନ ଧରି ନିର୍ଦ୍ଧିଷ୍ଟ ଗୋଟିଏ ସ୍ଥାନରେ ସି. ଆର. ସି. ସି. ଭାବେ କାର୍ଯ୍ୟଭାର ତୁଲାଇବା ! କେବଳ ସେତିକି ନୁହେଁ ଶିକ୍ଷକ ମାନଙ୍କ ବଦଳି କ୍ଷେତ୍ରରେ ଏହି ତିନି ସି. ଆର. ସି. ସି. 5000/ ଟଙ୍କା ଲେଖାଏଁ ଲାଞ୍ଚ ନେଇ ଥାନ୍ତି ବୋଲି ବିଶେଷ ସୂତ୍ରରୁ ପ୍ରକାଶ ! ଏହାରି ପ୍ରତିବାଦରେ ତିର୍ତ୍ତୋଲ ବିଧାନସଭା ଯୁବକଂଗ୍ରେସ ସଭାପତି ଶ୍ରୀଯୁକ୍ତ ବେଦଦ୍ୟୁତି ପୃଷ୍ଟି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଡକାଇ ଏକ ପ୍ରତିକ୍ରିୟା ସଭାର ଆୟୋଜନ କରିଥିଲେ ! ଶ୍ରୀଯୁକ୍ତ ପୃଷ୍ଟି ସୂଚାଇ ଦେଲେ ଯେ ଉପରୋକ୍ତ ମାମଲାକୁ ନେଇ ଜଗତସିଂହପୁର ଏସ. ପି., ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳ ମହୋଦୟାଙ୍କୁ ସମ୍ପୃକ୍ତ ଦୁର୍ନୀତିଖୋର ବ୍ୟକ୍ତି ଅନନ୍ତ କିଶୋର ଭୂୟାଁ ଓ ସହଯୋଗୀ ମାନଙ୍କ ବିରୁଦ୍ଧରେ, ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ! ଦେଖିବାକୁ ରହିଲା ପ୍ରଶାସନର ବାସ୍ତବ ଚିତ୍ର ରହୁଛି କଣ ? ନା ସରକାର କା ମାଲ ଦରିୟାମେ ଡାଲ ନୀତିରେ ପ୍ରଶାସନ ଖୁସୀ ମନାଉଛି ?

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

କ୍ଷମତାର ଅପବ୍ୟବହାର କରୁଛନ୍ତି କି ୱାଡେନ ଡଃ.ଗଣେଶ ସେଠୀ ? ଗୃହ ବିଜ୍ଞାନ ବିଭାଗକୁ କାହିଁକି ପାତର ଅନ୍ତର ?

Sunil Chandra Nayak

ଜଳେଶ୍ଵର ଷ୍ଟେସନରୁ ଶିରିଡ଼ି ସାଇବାବାଙ୍କ ମୁକୁଟ ଥିବା ବାକ୍ସକୁ ପାଇଲେ ଆର.ପି.ଏଫ୍ 

Sunil Chandra Nayak

ଧର୍ମଗଡ଼ ଠାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ ତରଫରୁ ମହାତ୍ମା ଜ୍ୟୋତି ରାଓ ଫୁଲେ ଙ୍କ ଜୟନ୍ତୀ ପାଳନ

masiha

Leave a Comment

error: Content is protected !!