ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୃକ୍ଷରୋପଣ ଓ ବନୀକରଣ ନିମନ୍ତେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କୃତ

ଡାବୁଗାଁ, ୨୧/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁ ଙ୍କ ପ୍ରଚେଷ୍ଟାରେ ବିଦ୍ୟାଳୟଟି ବୃକ୍ଷରୋପଣ ଓ ବନୀକରଣ କାର୍ଯ୍ୟ ନିମନ୍ତେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ମଙ୍ଗଳବାର ପୁରସ୍କୃତ ହୋଇଛି | ବିଶ୍ଵ ବନ ଦିବସ ପାଳନ ଉପଲକ୍ଷେ ନବରଙ୍ଗପୁର ଜିଲା ବନବିଭାଗ ଆନୁକୁଲ୍ୟରେ ଚରକ ବନ ଠାରେ ଏକ ପୁରସ୍କାର ବିତରଣ ସଭା ଆୟୋଜିତ ହୋଇଥିଲା | ଏଥିରେ ନବରଙ୍ଗପୁର ଜିଲା ରୁ ଏକ ମାତ୍ର ବିଦ୍ୟାଳୟ ଭାବେ ନବରଙ୍ଗପୁର ବନଖଣ୍ଡ ଅଧୀନ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୃକ୍ଷରୋପଣ ଓ ବନୀକରଣ କାର୍ଯ୍ୟ ନିମନ୍ତେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କୃତ କରାଯାଇଥିଲା | ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଭାସ୍କର ରଇତୋ, ନବରଙ୍ଗପୁର ବନଖଣ୍ଡ ଅଧିକାରୀ ପ୍ରସନ୍ନ କୁମାର ବେହେରା, ସହକାରୀ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ର, ଗ୍ରାମ୍ୟ ବିକାଶ ସଂଗଠନ ମୁଖ୍ୟ ଇଶ୍ଵର ସାବତ, ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ ଙ୍କ ସମେତ ଅନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ | ଏଥିରେ ପୁରସ୍କାର ରୂପେ ମାନପତ୍ର ଓ ୧୦ ହଜାର ଟଙ୍କାର ଏକ ଚେକ ପ୍ରଦାନ କରାଯାଇଥିଲା | ଏହି ପୁରସ୍କାର କୁ ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଶୋୟୀ ଓ ଶିକ୍ଷକ ମହେଶ୍ଵର ନାଥ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ | ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ, କର୍ମଚାରୀ ଓ ଛାତ୍ରୀ ମାନଙ୍କର ନିଷ୍ଠାପର କାର୍ଯ୍ୟ ପାଇଁ ଏହି ପୁରସ୍କାର ମିଳିଥିବାରୁ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ସମସ୍ତ ଙ୍କୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଜଣାଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଓଡିଶା ଭାଷା ବିକାଶ ମଞ୍ଚର ଭକ୍ତକବିଙ୍କ ତିରୋଧାନ ଦିବସ ,ପୁସ୍ତକ ଉନ୍ମୋଚନ ଓ ମଧ୍ୟ ରାତ୍ର କବିତା ଆସର ଅନୁଷ୍ଠିତ

Sunil Chandra Nayak

ସମ୍ପୂର୍ଣ୍ଣତା ଅଭିଯାନ ୨.୦ ପାଇଁ ପ୍ରସ୍ତୁତିକାଳୀନ ବୈଠକ ଆୟୋଜିତ

Sunil Chandra Nayak

ବାଙ୍ଗିରିପୋଷି ଘାଟି ରାସ୍ତା ଜାମ ପାଇଁ ଲୋକେ ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!