ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବେକ ସେନା ପାଳନ କଲା ଜାତୀୟ ମତଦାତା ଦିବସ

କାର୍ଲମୁଣ୍ଡା: ତା ୨୫/୦୧/୨୦୨୩ରିଖ // ସ୍ଥାନୀୟ ଉଧ୍ୟାନ ଭବନ ଠାରେ କଳାହାଣ୍ଡି ର ଅଗ୍ରଣୀ ସ୍ଵଚ୍ଛାସେବୀ ସଂଗଠନ ବିବେକସେନା ପକ୍ଷରୁ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ବିବେକସେନା ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଶିକ୍ଷାବିତ୍, ସମାଜସେବୀ ଡ଼. ଶିବରାମ ନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ସମାଜସେବୀ ଓ ଶିକ୍ଷାବିତ ପ୍ରେମା ପାତ୍ର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ରୂପେ ବିବେକସେନା ବ୍ଲକ ସଭାପତି ଧରଣୀଧର ସାହୁ, ସମାଜସେବୀ ମୋହନ ସାହୁ, ସଚ୍ଚିଦାନନ୍ଦ ନାଏକ ଯୋଗଦେଇ ନିର୍ବାଚନ କମିସନ ର ପ୍ରତିଷ୍ଠା ଦିବସ ଜାନୁଆରୀ ୨୫ ତାରିଖକୁ ଜାତୀୟ ମତଦାତା ଦିବସ ୨୦୧୧ରୁ ପାଳନ କରାଯାଇଛି। ଏହି ଦିବସ ପାଳନର ଉଦେଶ୍ୟ ଗଣତାନ୍ତ୍ରିକ ନିର୍ବାଚକ ପ୍ରକ୍ରିୟା ରେ ସାଧାରଣ ନାଗରିକ ବିଶେଷ କରି ଯୁବବର୍ଗର ଭୋଟରଙ୍କୁ ଅଧିକ ରୁ ଅଧିକ ସଂଖ୍ୟାରେ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା ଓ ଗଣତନ୍ତ୍ରକୁ ସୁଦୃଢ କରିବାରେ ଯୁବବର୍ଗର ନୂଆ ଭୋଟରଙ୍କ ରହିଛି ଦାୟିତ୍ୱ ବୋଲି ସମସ୍ତ ଉପସ୍ଥିତ ଅତିଥିଗଣ ବ୍ୟକ୍ତବ୍ୟରେ କହିଥିଲେ। ଅଜୟ ରଣା, ମାଜିନ୍ଦ୍ର ସୁନା, ମନୋଜ ଭୋଇ, ଅଭିନାଶ ସାହୁ,ଉତ୍କଳମଣି ରଣା, ଫୀରୋଜ ରଣା, ଅଜିତ ବଗର୍ତ୍ତି, ଅଞ୍ଜୁ ସୁନା, ଟୁକୁମଣୀ ସାହୁ, ଅରୁଣ ସାହୁ, ଦଶରଥ ସାହୁ, ଟିକେଧର ରଣା, ରାଜୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ପ୍ରମୁଖ ସହଯୋଗ କରିଥିବା ବେଳେ ବରିଷ୍ଠ ସଦଶ୍ୟ ବାବୃବାହାନ ରଣା ଧନ୍ୟବାଦ ଦେଇଥିଲେ। ରାଷ୍ଟ୍ରୀୟ ଗାନସହ ସଭା ସାଙ୍ଗ କରାଯାଇଥିଲା।

ମସିହା ନିୟୁଜ୍ ସର୍ଭିସ 

Related posts

ରାୟଗଡା ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ କିଶୋର କିଶୋରୀ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପରିଭ୍ରମଣ କାର୍ଯ୍ୟକ୍ରମ 

masiha

ରାଜମିସ୍ତ୍ରୀ ସଂଘର ସାଧାରଣ ବୈଠକ 

Sunil Chandra Nayak

ଭବାନୀପାଟଣା ଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!