ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କୁଣ୍ତୁଳି ପଞ୍ଚାୟତରେ ବିଜେଡିର କର୍ମୀ ସମାବେଶ ଏବଂ ବିଶାଳ ମିଶ୍ରଣ ପର୍ବ , ଅନ୍ୟ ଦଳ ଛାଡି ବିଜେଡିରେ ଯୋଗ ଦେଲେ ଶତାଧିକ କର୍ମୀ

ବାଲିଆପାଳ,୨୫/୧ -ବାଲିଆପାଳ ବ୍ଲକ କୁଣ୍ତୁଳି ଗ୍ରାମ ପଞ୍ଚାୟତରେ ଆଜି ବିଜୁ ଜନତା ଦଳର ବିଶାଳ କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଶାଳ କର୍ମୀ ସମାବେଶ ଓ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳ ଜିଲ୍ଲା ସଭାପତି ତଥା ମାନ୍ୟବର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଇଂ ରବୀନ୍ଦ୍ର କୁମାର ଜେନା ଯୋଗ ଦେଇ ନବୀନ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ମହିଳା ସଶକ୍ତିକରଣ,ରାସ୍ତାଘାଟ,ପାନୀୟ ଜଳ,ଶିକ୍ଷା,ସ୍ବାସ୍ଥ୍ୟ ,ମିଶନ ଶକ୍ତି ଏବଂ ରାଜ୍ୟ ସରକାରଙ୍କ ସ୍ବଚ୍ଛ ଶାସନ ବାବଦରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି ସୁବାସିନୀ ଜେନା,ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ,ଜିଲ୍ଲା ସାଧାରଣ ସଂପାଦକ ବରଦା ପ୍ରସନ୍ନ ପଟ୍ଟନାୟକ,ବିଜୁ କୃଷକ ଜନତା ଦଳ ଜିଲ୍ଲା ସଭାପତି ଅଜୟ କୁମାର ସାମଲ,ଜିଲ୍ଲା ପରିଷଦ ନିଶାକର ସେଠୀ,ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ସୀମନ ଦାସ ମହାପାତ୍ର,ସରପଞ୍ଚ ଜୟନ୍ତ କୁମାର ଦାସ,ସମିତି ସଦସ୍ୟା ନମିତା ମଲ୍ଲିକ, ବସ୍ତା ବ୍ଲକ ବିଜେଡି ସଭାପତି ଅନୀଲ ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ,ଅଶ୍ବିନୀ କୁମାର ଜେନା,ଶତ୍ରୁଘ୍ନ ମଲ୍ଲିକ,ବସ୍ତା ନିର୍ବାଚନମଣ୍ତଳୀ ଯୁବ ସଭାପତି ଅଞ୍ଜନ ଦଣ୍ତପାଟ,ଇଡିଦା ସରପଞ୍ଚ ଦେବୀ ପ୍ରସାଦ ଭଞ୍ଜ, ବ୍ଲକ ମହିଳା ସଭାନେତ୍ରୀ ତଥା ସରପଞ୍ଚ କସ୍ତୁରୀବାଳା ପାତ୍ର,ବ୍ଲକ ଯୁବ ବିଜେଡି ସଭାପତି ସଂଗ୍ରାମ ପରିଡା,ଛାତ୍ର ବିଜେଡି ସଭାପତି ସୁଶାନ୍ତ ବେହେରା ପ୍ରମୁଖ ବହୁ ଦଳୀୟ ନେତୃବୃନ୍ଦ,ଯୁବ,ଛାତ୍ର ଓ ମହିଳାମାନେ ଯୋଗ ଦେଇଥିଲେ ।ଏହି ଅବସରରେ କୁଣ୍ତୁଳି ପଞ୍ଚାୟତର ଶତାଧିକ ଅନ୍ୟ ଦଳର କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ସମସ୍ତଙ୍କୁ ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଇଂ ରବୀନ୍ଦ୍ର କୁମାର ଜେନା ଏବଂ ମହିଳା ବିଜେଡିର ରାଜ୍ୟ କାର୍ଯ୍ଯକାରୀ ସଭାପତି ଶ୍ରୀମତୀ ସୁବାସିନୀ ଜେନା ଦଳୀୟ ଉତ୍ତରୀୟ ପିନ୍ଧାଇ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ବାଗତ କରିଥିଲେ ।ପଞ୍ଚାୟତର ଦୁର୍ଜୟ ମହାନ୍ତି,କୈଳାସ ମଲ୍ଲିକ,ଦେବେନ୍ଦ୍ର ମଣ୍ତଳ,ପିତାମ୍ବର ରାଉଳ,ପରେଶ ପଟ୍ଟାୟତ,ଭଗୀରଥ ମଲ୍ଲିକ,ଘନଶ୍ୟାମ ଜେନା ,ଗୌରାଙ୍ଗ ମଲ୍ଲିକ,ଗଗନ ମଲ୍ଲିକ ପ୍ରମୁଖ ସମାବେଶ ପରିଚାଳନାରେ ସହଯୋଗ କରିଥିଲେ ।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଆପ୍ ଦଳର ଜିଲ୍ଲା ସଭାପତିଙ୍କ ଝରିଗାଁ ଓ ଚନ୍ଦାହାଣ୍ଡି ଗସ୍ତ

Sunil Chandra Nayak

ମୋଦୀ – ମୋହନ ସରକାର ପ୍ରତାରଣା ର ସରକାର: କଂଗ୍ରେସ 

masiha

ବିଜେଡି ସାମାଜିକ ଗଣମଧ୍ୟମ ପ୍ରସିକ୍ଷଣ ଶିବିର

masiha

Leave a Comment

error: Content is protected !!