ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସରକାରୀ ଦଳର ଗୁଣ୍ଡାରାଜକୁ ବରଦାସ୍ତ କରାଯିବ ନାହିଁ ବୋଲି,ଆଜି ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଲେ ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର 

ସରକାରୀ ଦଳର ଗୁଣ୍ଡାରାଜକୁ ବରଦାସ୍ତ କରାଯିବ ନାହିଁ ବୋଲି,ଆଜି ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଲେ ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର 

ବସ୍ତା,29/01 : ବସ୍ତା ବ୍ଲକ୍ ଅନ୍ତର୍ଗତ ଇଡ଼ଦା ପଞ୍ଚାୟତର ରାଜନୈତିକ ହିଂସାକାଣ୍ଡ ଚରମସୀମାରେ ପହଞ୍ଚିଛି।ବେନର ଚିରା ଘଟଣାକୁ ନେଇ ସରକାରୀ ଦଳର ସରପଞ୍ଚ ତଥା ତାଙ୍କ ସମର୍ଥିତ କର୍ମୀ ଜୈନିକ କଂଗ୍ରେସ ଦଳର ସମର୍ଥକଙ୍କ ଘରେ ପଶି ଆକ୍ରମଣ କରିବା ସହିତ ପାଖା ପାଖି ୨୦୦ରୁ ଉର୍ଦ୍ଧ୍ବ ଲୋକ ରାତି ୮ଟା ବେଳେ ଘରେ ପୁରୁଷ ଲୋକ ନଥିବା ବେଳେ ତାଙ୍କର ଦୁଇଟି ମୋଟର ସାଇକେଲ ଭାଙ୍ଗିବା ସହିତ ଗୋଟିଏ ଗୋଟିଏ ଅଟୋରିକ୍ସା ମଧ୍ୟ ଭାଙ୍ଗି ଦେଇଛନ୍ତି ଏବଂ ବିଭିନ୍ନ ମାରଣାସ୍ତ୍ରରେ ବାଡ଼େଇବା ସହିତ ଘରେ ଥିବା ସ୍ତ୍ରୀ ଲୋକଙ୍କୁ ଭୟଭୀତ କରାଇଛନ୍ତି।ତେଣୁ ସରକାରୀ ଦଳର ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ଏଭଳି ଗୁଣ୍ଡାରାଜ ସଭ୍ୟ ସମାଜରେ ଆଦି ଗ୍ରହଣୀୟ ନୁହେଁ।ସରକାର ନାରୀ ଜାତିର ସମ୍ମାନ ସହିତ ଗାଁର ଶୃଙ୍ଖଳା ଓ ବିକାଶର ଡ଼ିଣ୍ଡିମ ପିଟୁଥିବା ବେଳେ ସେହି ଦଳର ସରପଞ୍ଚଙ୍କ ଏଭଳି କାଣ୍ଡ ବିଜୁ ଜନତା ଦଳ ଓ ରାଜ୍ୟ ସରକାରଙ୍କ ଅସଲ ଚେହେରା ଜଣା ପଡ଼ୁଛି।ଆକ୍ରମଣର ଶିକାର ହୋଇଥିବା ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ମଧ୍ୟ ଅଛି।ଏଭଳି କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ପୁଲିସ ଗିରଫ୍ ନକରେ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସୋମବାର ଅପରାହ୍ନ 4 ଟା ସମୟରେଜିଲା ସାଧାରଣ ସଂପାଦକ ତଥା ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନା l ଏହି ଅବସରରେ ବସ୍ତା ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ବିଜନ ନାୟକ,ବସ୍ତା ବ୍ଲକ୍ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତା, ଶେଖର ଜେନା,ଉପ ସଭାପତି ମନୋଜ କୁମାର ମହାନ୍ତି,ଜିଲା କିଶାନ କଂଗ୍ରେସ ସଭାପତି ଜୟନ୍ତ ମହାପାତ୍ର,ସରପଞ୍ଚ ଡ଼.ନଗେନ୍ଦ୍ର କୁମାର ସିଂ,ଅମିତ ବିଶ୍ବାଳ,ନରହରି ଘଡ଼େଇ,ବସ୍ତା ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ଅବିନାଶ ନାୟକ,ନିତ୍ୟାନନ୍ଦ ସିଂଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର କୁଡୁମି ଭବନ ପରିସରରେ ପଶ୍ଚିମ ମୟୂରଭଂଜ ବିଜେପି ତରଫରୁ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷର ବିକାଶ କାର୍ଯ୍ୟକ୍ରମକୁ ନେଇ ସାମ୍ବାଦିକ ସମ୍ମିଳନୀ

masiha

ବିଜେପି ର ହାବସପୁର ଠାରେ ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ 

ଜୁନାଗଡ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ହେଲେ ମଣ୍ଟୁ ସାହୁ

Sunil Chandra Nayak

Leave a Comment

error: Content is protected !!