ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରୁପ୍ରାରୋଡରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ 

ରୁପ୍ରାରୋଡରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ 

ନର୍ଲା ,27/12: ନର୍ଲା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର  ୨୮ତମ ପ୍ରତିଷ୍ଠା ଦିବସ ରୁପ୍ରାରୋଡଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚଳ ସାହୁ, କର୍ଲାମୁଣ୍ଡା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ସାହୁ, ନର୍ଲା ବ୍ଲକ ମହିଳା ବିଜେଡ଼ି ସଭାନେତ୍ରୀ ପ୍ରମିଳା ପଧାନ, ବରିଷ୍ଠ ବିଜେଡ଼ି ନେତା ନିଳମଣି ସାହୁ, ଜିବେଶ ପଣ୍ଡା,ମଦନପୁର ରାମପୁର  ର ଅବଶର ପ୍ରାପ୍ତ ଶିକ୍ଷକ  ରଜନି ମହାକୁଡ଼, କେସିଙ୍ଗା ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ୟା ଦିପାଞ୍ଜଳୀ ସାହୁ, ନର୍ଲା ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ, ନର୍ଲା ଜୋନ୍-୩ ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦୀପ, କର୍ଲାମୁଣ୍ଡା ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ୟ ମହେନ୍ଦ୍ର ରଣା, ମଦନପୁର ରାମପୁର ଜୋନ୍-୨ ଜିଲ୍ଲାପରିଷଦ ସଦସ୍ୟା ମଞ୍ଜୁଲତା ଧରୁଆ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ନର୍ଲା ବ୍ଲକ ଯୁବ ବିଜେଡ଼ି ସଭାପତି ବିଜୟ ଧଙ୍ଗଡାମାଝୀ, ମଦନପୁର ରାମପୁର ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟ ନାରାୟଣ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଗୋବିନ୍ଦ ତାଣ୍ଡି ମଞ୍ଚ ପରିଚାଳନା  କରିଥିଲେ। ଅତିଥିବୃନ୍ଦ ଓଡ଼ିଶାର ବରପୁତ୍ର ବିଜୁ ବାବୁଙ୍କ ଗୁଣଗାନ କରିଥିବା  ବେଳେ ନର୍ଲା ବିଧାୟିକା ମନୋରମା ମହାନ୍ତି ପ୍ରବାଦ ପୁରୁଷ  ବିଜୁ  ବାବୁ ଙ୍କ  ଜୀବନୀ  ଓ ଓଡିଶା  ପ୍ରତି ତାଙ୍କର  ଅବଦାନ  ବିଷୟରେ  ଉପସ୍ଥିତ  କର୍ମୀ ମାନଙ୍କୁ  ବିସ୍ତୃତ ଭାବେ  ବୁଝାଇଥିଲେ। ଆଗାମୀ  ନିର୍ବାଚନରେ ନର୍ଲା ନିର୍ବାଚନ ମଣ୍ଡଳୀ ରେ ନିଜର ସ୍ଥିତି  କିଭଳି  ବଜାୟ  ରଖିବେ   ସେଥିପାଇଁ  ପ୍ରସ୍ତାବ ଦେଇଥିଲେ  ।   

ଦୀପକ୍ ଠାକୁର ଙ୍କ ରିପୋର୍ଟ୍ 

 

Related posts

କେସିଆଡି ନବନିର୍ବାଚିତ ବିଧାୟକ ଭଦ୍ର ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧନା 

ଦିନକୁ ଦିନ ବଢୁଛି ନବରଙ୍ଗପୁର ବିଜେଡ଼ି ର ଶକ୍ତି 

masiha

ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ଉଦଘାଟନ

masiha

Leave a Comment

error: Content is protected !!