ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

୨୦୦ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ହେଉଛି ସାରା ଓଡ଼ିଶାର ନ୍ୟାର୍ଯ୍ୟଦାବି

ଢେଙ୍କାନାଳ :- ଓଡ଼ିଶା ରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଦେୟ ମୁକ୍ତ କରିବା ପାଇଁ ପୁଣି ଥରେ ଦାବି ଉଠାଇଛି ଆମ୍ ଆଦମୀ ପାର୍ଟି । ଆଜି ଅପରାହ୍ନ ରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଂଯୋଜକ ପଙ୍କଜ ନାୟକ କହିଛନ୍ତି ଯେ ୨୦୦ ୟୁନିଟ୍ ଦେୟ ମୁକ୍ତ ସହିତ ୨୪ ଘଣ୍ଟା ବିଜୁଳି ଏବଂ ଲୋ ଭଲ୍ଟେଜ ରହିତ ବିଜୁଳି କେବଳ ଆମ୍ ଆଦମୀ ପାର୍ଟି ର ଦାବି ହୋଇ ରହିନାହିଁ। ସାରା ଓଡ଼ିଶା ଏହି ଦାବି କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି। ଆସନ୍ତା ଜୁନ ୮ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ସହିତ ଓଡ଼ିଶାର ପୁରପଲ୍ଲୀ ରୁ ଜନସାଧାରଣଙ୍କ ଦସ୍ତଖତ ଥିବା ଲକ୍ଷ୍ୟ ଲକ୍ଷ୍ୟ ଦାବିପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ୨୦୨୧ ମସିହା ଏପ୍ରିଲ ମାସରେ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଏହି ବିଜୁଳି ପାଇଁ ଭୁବନେଶ୍ୱର ଠାରେ ସତ୍ୟାଗ୍ରହ ରେ ବସିଥିଲେ । ଏହି ସତ୍ୟାଗ୍ରହକୁ ଓଡ଼ିଶାର ବିଭିନ୍ନ ବର୍ଗର ଲୋକେ ସମର୍ଥନ ଜଣାଇଥିଲେ । ପରେ କୋଭିଦ ଜନିତ କଟକଣା ପାଇଁ ଏବଂ ଆପ୍ ର ଜାତୀୟ ସଂଯୋଜକ ଶ୍ରୀ ଅରବିନ୍ଦ କେଜରିୱାଲଙ୍କ ନିର୍ଦ୍ଦେଶ କ୍ରମେ ଏହି ସତ୍ୟାଗ୍ରହ କୁ ସ୍ଥଗିତ ରଖିବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟ ରେ ଦଳର ଶହ ଶହ କାର୍ଯ୍ୟକର୍ତ୍ତା ଜିଲ୍ଲାର ପ୍ରତେକ ପଞ୍ଚାୟତ ବୁଲି ଏହି ଦାବି ପାଇଁ ଦସ୍ତଖତ ସଂଗ୍ରହ କରିଥିଲେ ।

ବିଦ୍ୟୁତ ଭଳି ଏକ ଅତ୍ୟାବଶ୍ୟକୀୟ ସେବା ପାଇଁ ଏପରି ଦସ୍ତଖତ ଅଭିଯାନ କରିବାରେ ଆପ୍ ହେଉଛି ଏକ ମାତ୍ର ଦଳ l ଅତ୍ୟଧିକ ବିଦ୍ୟୁତ ଦର ବଢିବା ସାଙ୍ଗ କୁ ବାରମ୍ବାର ବିଦ୍ୟୁତ କାଟ ତଥା ଲୋ ଭୋଲ୍ଟେଜ , ଘରୋଇ ବିଦ୍ୟୁତ ବିତରଣ ସଂସ୍ଥା ଟାଟା ପାୱାର ତରଫରୁ ଚଞ୍ଚକତା ପୂର୍ଣ୍ଣ ଭାବେ ବିଳମ୍ବିତ ମିଟର ରୀଡିଂ ଆଦି ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟିକରିଛି l ୨୦୧୫ ମସିହା ରୁ ବି.ଏସ.ଇ କମ୍ପାନି ବିଦ୍ୟୁତ ବିତରଣ ଛାଡିସାରିଥିବା ବେଳେ ତାଙ୍କ ଉପରେ ବାକି ଥିବା ୪୨୩୪ କୋଟି ଟଙ୍କା  ରୁ ସରକାର ଏପର୍ଯ୍ୟନ୍ତ ଟଙ୍କାଟିଏ ବି ଆଦାୟ କରି ପାରିନାହାନ୍ତିl ଅଥଚ ଉପଭୋକ୍ତାଙ୍କ ଠାରୁ ଟାଟା ପାୱାର ଆସିବା ପୂର୍ବର ପୁରୁଣା ବିଲ ବାବଦ ଟଙ୍କା ଯୋର ଜବରଦସ୍ତ ଆଦାୟ କରୁଛି l ଏପରିକି ୨୦୧୮ ମସିହାରେ ଯେଉଁ ଗରିବ ଲୋକମାନେ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା ଅନ୍ତର୍ଗତ ମାଗଣା ବିଦ୍ୟୁତ ସଂଯୋଗ କରିଥିଲେ ସେମାନଙ୍କ ଠାରୁ ଅନ୍ୟାୟ ଭାବେ ସେକୁରିର୍ଟୀ ଭାବରେ ଆଦାୟ କରାଗଲା l

ଆପ୍ ଶାସିତ ଦିଲ୍ଲୀ ଓ ପଞ୍ଜାବ ରେ ଯଥାକ୍ରମେ ୨୦୦ ଓ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ଯୋଗାଇ ଦିଆଯାଉଅଛି l ଆପ୍ ଓଡିଶା ତରଫରୁ ଏଥିପାଇଁ ହିସାବ ଦିଆଯାଇଛି ଯେ ଓଡିଶା ସରକାର ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଯୋଗାଇଲେ ରାଜ୍ୟ ସରକାର , ବିଦ୍ୟୁତ ବିତରକ କମ୍ପାନୀ ଓ ଉପଭୋକ୍ତା ଲାଭବାନ ହେବେ l ଆଜିର ଦିନରେ ବିଦ୍ୟୁତ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଯାଇଛି lଜୁନ ୮ ତାରିଖ ରେ ଆପ୍ ଓଡିଶା ତରଫରୁ ଭୁବନେଶ୍ଵର ମାଷ୍ଟର କ୍ୟାନଟିନ ଠାରୁ ଜଣସାଧାରଣଙ୍କ ଦସ୍ତଖତ ଥିବା ଲକ୍ଷ ଲକ୍ଷ ଦାବି ପାତ୍ର କୁ ଏକ ଶୋଭାଯାତ୍ରାରେ ନିଆଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ l ଏହି ଶୋଭାଯାତ୍ରା ରେ ସାମିଲ ହେବା ପାଇଁ ଜିଲ୍ଲା ସଂଯୋଜକ ଶ୍ରୀ ନାୟକ ଢେଙ୍କାନାଳ ଜିଲ୍ଲାର ଜନସାଧାରଣଙ୍କୁ ନିବେଦନ କରିଛନ୍ତିl ଯଦି ଖୁବ ଶୀଘ୍ର ଏହି ଦାବି ପୂରଣ ନ ହୁଏ ଦ୍ଵିତୀୟ ପର୍ଯ୍ୟାୟରେ ଏହି ଆନ୍ଦୋଳନ କୁ ଆହୁରି ତୀବ୍ର କରାଯିବ ଏବଂ ଆଗାମୀ ନିର୍ବାଚନରେ ବିଦ୍ୟୁତ ଏକ ମୁଖ୍ୟ ପ୍ରସଙ୍ଗ ହେବ l ଏହି ସାମ୍ବାଦିକ ସମ୍ମିଳନୀ ରେ ସଂଗଠନ ସମ୍ପାଦକ ବିଧୁ ରଞ୍ଜନ ନାୟକ , ମହିଳା ନେତ୍ରୀ ନଳିନି ସାହୁ , ହିନ୍ଦୋଳ ବ୍ଲକ ସଭାପତି ମନୋରଞ୍ଜନ ପାଳ କାର୍ଯ୍ୟାଳୟ ସମ୍ପାଦକ ଚିନ୍ମୟ ସେନାପତି, ପରଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ୱାଳ, ସଦସ୍ୟ ଅଜୟ ନାୟକ, ଅମରେନ୍ଦ୍ର ସାହୁ, ସନାତନ ନାୟକ, ବିଶ୍ଵନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ l

ଢେଙ୍କାନାଳ ରୁ ତାପସଦାସ ଙ୍କ ରିପୋର୍ଟ ମସିହା ନିଉଜ

Related posts

କଂଗ୍ରେସ ଦଳ ବ୍ଲକ ସ୍ତରୀୟ କର୍ମୀ ସମାବେଶ ଏମ ପି ପ୍ରାର୍ଥୀ ଙ୍କ ଉପସ୍ଥିତି ରେ ମିଶ୍ରଣ ପର୍ବ

masiha

ଓଡିଶାରେ ହେବ ବିଜେପି ସରକାର 

masiha

ମହିଳାଙ୍କ ଵିରୋଧରେ ଅତ୍ୟାଚାର ଵରଦାସ୍ତ କରାଯିବ ନାହିଁ- ରାଇରଙ୍ଗପୁର ବିଜୁ ମହିଳା

Sunil Chandra Nayak

Leave a Comment

error: Content is protected !!