ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟ ରାଜନୀତି ର ଏକଛତ୍ର ବାଦି ନେତା ଙ୍କ କୁଶ ପୁତ୍ତଳିକା ଦାହକଲା ଜିଲ୍ଲା କଂଗ୍ରେସ

ରାଜ୍ୟ ରାଜନୀତି ର ଏକଛତ୍ର ବାଦି ନେତା ଙ୍କ କୁଶ ପୁତ୍ତଳିକା ଦାହକଲା ଜିଲ୍ଲା କଂଗ୍ରେସ

ନବରଂଗପୁର ୧୭.୦୨.୨୪ ବର୍ତ୍ତମାନ ରାଜ୍ୟସଭା ପ୍ରାର୍ଥୀ ପାଇଁ ଓଡ଼ିଶା ରାଜନୀତି ରେ ଚହଳ ପକାଇଥିବା ରାଜ୍ୟସଭା ପ୍ରାର୍ଥୀ ଶ୍ରୀ ଅଶ୍ଵିନୀ ବୈଷ୍ଠମ୍ବ ଙ୍କୁ ପୁନର୍ବାର ବିଜେଡି ଅନୁମୋଦନ ଦେବାରେ ରାଜ୍ୟ ତଥା ଦେଶ ରେ ବିଜେଡି ଓ ବିଜେପି ଦଳ ପୂର୍ଣ୍ଣ ସମର୍ଥନ ଦେବା ପଛରେ ଦୁଇ ଦଳର ଆଭିମୁଖ୍ୟ ପଦାରେ ପଡିଛି।ରାଜ୍ୟରେ ବିଜେଡି ଦଳ ବିଜେପି ଦଳଠାରୁ ଦୂର ସମ୍ପର୍କ ରଖିଥିବା କହୁଥିବା ବେଳେ ଲଗାତାର ଦ୍ଵିତୀୟ ଥର ପାଇଁ ଓଡ଼ିଶା ରାଜ୍ୟ ରୁ ଅଶ୍ଵିନୀ ବୈଷ୍ଠମ୍ବ ଙ୍କୁ ସମର୍ଥନ ଦେବା ବିଜେପି ଦଳ ପ୍ରତି ବିଜେଡି ଦଳର ଦୋଷ ଦୁର୍ବଳତା ଲୋକ ଲୋଚନ କୁ ଆସିଛି।ତତ୍ ସଙ୍ଗେ ସଙ୍ଗେ ସାରା ଦେଶରେ ଅଣ କଂଗ୍ରେସ ଶାସିତ ରାଜ୍ୟ ଗୁଡ଼ିକ ରେ କେନ୍ଦ୍ର ସରକାର ଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇ ଡି ଦ୍ଵାରା ଜେରା କୁ ଜିଲ୍ଲା କଂଗ୍ରେସ ତରଫରୁ ଦୃଢ ନିନ୍ଦା କରିବାସହ ବିଜେପି ଦଳର ଯଦି ସତ୍ ସାହାସ ଅଛି ତାହା ହେଲେ ଓଡ଼ିଶା ରାଜ୍ୟ ରେ ଦୀର୍ଘ ୨୪ ବର୍ଷ ଧରି ଚାଲିଥିବା ପ୍ରଥମେ ବିଜେପି ବିଜେଡ଼ି ମିଳିତ ଭାବେ ୯ ବର୍ଷ ଓ ପରେ ଦୁଇ ଦଳ ମଧ୍ୟରେ ବ୍ୟବଧାନ ଓ ବର୍ତ୍ତମାନ ୧୦ ବର୍ଷ ହେବ ଜଣେ ଜଣକୁ ସାହାଯ୍ୟ ଓ ସହଯୋଗ କରି ରାଜ୍ୟର ଖଣି ଖାଦାନ ଲୁଟିବା ବର୍ତ୍ତମାନ ଓଡ଼ିଶା ରାଜ୍ୟ ର ନିରୀହ ଜନ ସାଧାରଣ ଜାଣି ସାରିଲେଣି।ବର୍ତ୍ତମାନ ଓଡ଼ିଶା ର ଜନ ସାଧାରଣ ନିଜ ମତ କାହା ସପକ୍ଷ ରେ ଦେବେ ଦେଖିବା ବାକି ରହିଲା କହିବା ସହ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଭୁଜବଳ ମାଝୀ ଙ୍କ ପ୍ରତିନିଧିତ୍ଵ ରେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦୃଢ ସମର୍ଥକ ଭିକେ ପାଣ୍ଡିଆନ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଦଳର ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ସୁବାଷ ଚନ୍ଦ୍ର ସୁର, ବୃନ୍ଦାବନ ତ୍ରିପାଠୀ,ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ,ଦିଲ୍ଲିପ କୁମାର ପ୍ରଧାନୀ,ଦିଲ୍ଲିପ କୁମାର ବେହେରା,ସୁରଜ୍ ଲାଲ,ବାମଦେବ ନାୟକ,ବାସୁଦେବ ପଟ୍ଟନାୟକ,ବନମାଳୀ ଭତରା,ଗୋପାଳ ତ୍ରିପାଠୀ,ଭବାନୀ ପ୍ରସାଦ ସାହୁ, ପ୍ରଦୀପ ସାହୁ,ଗଣେଶ୍ୱର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ବିକ୍ଷୋଭ ସମାବେଶ 

Sunil Chandra Nayak

ପ୍ରଧାନମନ୍ତ୍ରୀ ଙ୍କ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଵିଜାତଳାରେ ବିଜେପି ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା ଙ୍କ ରୋଡ଼ ସୋ

masiha

Leave a Comment

error: Content is protected !!