ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଉତ୍ତର ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଫାଲଗୁନୀ ପାଣିଗ୍ରାହୀ ସମ୍ବର୍ଦ୍ଧିତ

ଉତ୍ତର ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଫାଲଗୁନୀ ପାଣିଗ୍ରାହୀ ସମ୍ବର୍ଦ୍ଧିତ

ଜଳେଶ୍ଵର,୨୬/୫(ମନିସ)-ଯୁବମୋର୍ଚ୍ଚା ମଣ୍ଡଳ ପ୍ରବାସ କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ବାଲେଶ୍ଵର ଉତ୍ତର ସଭାପତି ଫାଲଗୁନୀ ପାଣିଗ୍ରାହୀ ରାଜ୍ୟରେ ପ୍ରଥମ ଜିଲ୍ଲା ସଭାପତି ଭାବେ ସମସ୍ତ ୧୯ଗୋଟି ମଣ୍ଡଳରେ ପ୍ରବାସ ସାରିଥିବାରୁ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶ୍ରୀ ପାଣିଗ୍ରାହୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ସମଗ୍ର ରାଜ୍ୟରେ ପ୍ରଥମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଭାବେ ସମ୍ମାନିତ ହୋଇଥିବା ଶ୍ରୀ ପାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ ଏହା କେବଳ ତାଙ୍କର ସଫଳତା ନୁହେଁ ବରଂ ରାଜ୍ୟ ଯୁବମୋର୍ଚ୍ଚା ସଭାପତିଙ୍କ ମାର୍ଗଦର୍ଶନ ଓ ନେତୃତ୍ବରେ ଏଵଂ ଏହା ସମଗ୍ର ଉତ୍ତର ବାଲେଶ୍ଵର ଯୁବମୋର୍ଚ୍ଚାର ସମସ୍ତ ମଣ୍ଡଳ ସଭାପତି ଓ ଜିଲ୍ଳା କାର୍ଯ୍ୟକର୍ତ୍ତାଙ୍କ ନିଷ୍ଠାପର ପ୍ରଚେଷ୍ଟା ଯୋଗୁଁ ହିଁ ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିଅଛନ୍ତି ।ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ପାଣିଗ୍ରାହୀ ମଧ୍ୟ ଜଣେ ଆଇନଜୀବୀ ରୂପେ ଜଳେଶ୍ୱର କୋର୍ଟରେ ମଧ୍ଯ କାର୍ଯ୍ୟ କରୁଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବିଜେପି କେନ୍ଦ୍ରୀୟ ନେତାଙ୍କ ମୟୂରଭଞ୍ଜ ଗସ୍ତ

masiha

ମହିଳାଙ୍କ ଵିରୋଧରେ ଅତ୍ୟାଚାର ଵରଦାସ୍ତ କରାଯିବ ନାହିଁ- ରାଇରଙ୍ଗପୁର ବିଜୁ ମହିଳା

Sunil Chandra Nayak

କଲେଜ ବାଇପାସ ୫୫ନମ୍ବର ଜାତୀୟ ରାଜପଥ ଘଣ୍ଟିକିଆ ଅବରୋଧ

Sunil Chandra Nayak

Leave a Comment

error: Content is protected !!