ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

5T ଉପକ୍ରମରେ “ଆମ ହସ୍ପିଟାଲ ” ଯୋଜନା ରେ ରୂପାନ୍ତରିକରଣ ରାଇରଙ୍ଗପୁର ଉପ ଜିଲ୍ଲାଚିକିତ୍ସାଳୟର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

5T ଉପକ୍ରମରେ “ଆମ ହସ୍ପିଟାଲ ” ଯୋଜନା ରେ ରୂପାନ୍ତରିକରଣ ରାଇରଙ୍ଗପୁର ଉପ ଜିଲ୍ଲାଚିକିତ୍ସାଳୟର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୟୂରଭଞ୍ଜ- ତା ୧୭-୦୨- ( ମସିହା)ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆଦର୍ଶ “‘ପ୍ରତିଟି ଜୀବନ ମୂଲ୍ୟବାନ ” କୁ ଆଧାର କରି ଓଡିଶା ରେ ସ୍ୱାସ୍ଥ୍ୟ ସେବାକୁ ଜନଆଦୃତ କରିବା ପାଇଁ ବିଭିନ୍ନ ପ୍ରକାର ଦୁରାରୋଗ୍ୟରେ ଆକ୍ରାନ୍ତ ରୋଗୀ ମାନଙ୍କ ବ୍ୟୟ ବହୁଳ ଚିକିତ୍ସାଭାରକୁ ଲାଘବ କରିବା ଲକ୍ଷ୍ୟ ନେଇ ଅନେକ ପ୍ରକାର ମାଗଣା ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇଛନ୍ତି. । ମୁଖ୍ୟମନ୍ତ୍ରୀ ଙ୍କ ସ୍ବପ୍ନ ସୁସ୍ଥ ଓଡ଼ିଶା,ସୁଖୀ ଓଡ଼ିଶା ଓ ସମୃଦ୍ଧ ଓଡିଶା । ସେଥିପାଇଁ ମୁଖ୍ୟମନ୍ତ୍ରୀ କୋଟି କୋଟି ଟଙ୍କା ସ୍ବାସ୍ଥ୍ୟ ସେବା, ଭିତ୍ତିଭୂମି ପାଇଁ ଖର୍ଚ୍ଚ କରୁଛନ୍ତି ।ସୁସ୍ଥ ମଣିଷ ହିଁ ସମାଜର ପ୍ରଗତିର ବାହକ ।

ଓଡିଶା ର ସାଢେ ଚାରି କୋଟି ଜନସାଧାରଣଙ୍କୁ ହସ୍ପିଟାଲ ଗୁଡିକ ରେ ମୌଳିକ ଭିତ୍ତିଭୂମି ର ସୁଦୃଢ଼ୀକରଣ ସହିତ ଗୁଣାତ୍ମକ ମାନର ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଉ ଏକ ଅଭିନଵ ପରିକଳ୍ପନା ସ୍ୱାସ୍ଥ୍ୟ ସେବାରେ ଆନ୍ଦୋଳନ “ଆମ ହସ୍ପିଟାଲ ଯୋଜନା “

“ସମସ୍ତ ଙ୍କ ପାଇଁ ସ୍ୱାସ୍ଥ୍ୟ ସେବା”ଆଧାର ରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ୫ଟି ଉପକ୍ରମରେ ଆମ ହସ୍ପିଟାଲ ଯୋଜନା ରେ ୧୫ଟି ଜିଲ୍ଲା ରେ ରୂପାନ୍ତରୀକରଣ ୭୩ ଗୋଟି ସରକାରୀ ଡାକ୍ତରଖାନାକୁ ଲୋକାର୍ପଣ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡିବା ସହିତ “ସୁସ୍ଥ ଓଡିଶା ସୁଖୀ ଓଡିଶା ” ପରିକଳ୍ପନା କୁ ସାକାର କରିଛନ୍ତି।

ଏହି କ୍ରମରେ ଆଜି ମୟୁରଭଞ୍ଜ ଜିଲ୍ଲା ରେ ରାଇରଙ୍ଗପୁର ଉପ ଜିଲ୍ଲାଚିକିତ୍ସାଳୟ କୁ ମିଶାଇ ମୋଟ ୯ ଟି ରୂପାନ୍ତରିକରଣ ସରକାରୀ ଡାକ୍ତରଖାନାକୁ ଜନସାଧାରଣ ଙ୍କ ସ୍ୱାସ୍ଥ୍ୟ ସେବା ଉଦେଶ୍ୟ ରେ ମୁଖ୍ୟ ମନ୍ତ୍ରୀ ଲୋକାର୍ପଣ କରିଛନ୍ତି.।

ଏହି ଲୋକାର୍ପଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର,ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ମାର୍ଣ୍ଡି, ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳା ନନ୍ଦ ସାହୁ, ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ନାରାୟଣୀ ପ୍ରିୟ ଦର୍ଶିନୀ ପଣ୍ଡା, ରାଇରଙ୍ଗପୁର ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ରାଇରଙ୍ଗପୁର ପୂର୍ତ୍ତ ବିଭାଗ ର ଏସ ଡି ଓ ଶ୍ରୀ ଶ୍ୟାମ ସୁନ୍ଦର ହେମ୍ବ୍ରମ, ଉପ ଜିଲ୍ଲାଚିକିତ୍ସାଳୟ ର ବିଭିନ୍ନ ବିଭାଗ ର ଚିକିତ୍ସକ, ସେବିକା ଓ ଅନ୍ୟାନ୍ୟ କର୍ମଚାରୀ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଙ୍କ ସମେତ ଶତାଧିକ ଜନସାଧାରଣ ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ରେ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

ରାଉରକେଲା ମିଡିଆ କ୍ଲବର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ପୁର୍ବତନ ଯୁବ ବିଜେଡି ସଭାପତିଙ୍କ ବିୟୋଗ

masiha

Leave a Comment

error: Content is protected !!