ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା ଅଞ୍ଚଳର ନଦନଦୀ ଶୁଷ୍କ,ଚାଷୀ ହତାସ, ଅଚଳ ନଳକୂପ ଗୁଡ଼ିକ ହେଉନି ମରାମତି-ଜନସାଧାରଣ ହନ୍ତସନ୍ତ

ମୟୂରଭଞ୍ଜ-:୨୧/୦୪ (ମସିହା) ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକରେ ପ୍ରବାହିତ ହେଉଥିବା କାହ୍ନୁ ନଦୀ,ବାଲିସୁଦ୍ରା ନଦୀ ତଥା ବ୍ଲକ ଅଞ୍ଚଳରେ ପ୍ରବାହିତ ହେଉଥିବା ନାଳ ଗୁଡ଼ିକରୁ ପ୍ରଚଣ୍ଡ ଖରା ହେତୁ ପାଣି ଶୁଖିଯାଇଛି |ଯାହାଫଳରେ ନଦନଦୀ କଡ଼ରେ ଯେଉଁ ପନିପରିବା ଚାଷ କରାଯାଇଛି ଜଳ ଅଭାବରୁ ମରିଯାଉଛି |କୁଚେଇପାଳ,ଧଳପୁର,ଗୁଡୁତା,ତାଳଗାଁ,କାଣ୍ଡସର,ଦୁମାଡ଼ିହି,କାନଖାଁ ଆଦି ଅଞ୍ଚଳର ପନିପରିବା ଚାଷୀ ବାଇଗଣ,ବିଲାତି,କଲରା,ଜହ୍ନି ଆଦି ପନିପରିବା ଗଛ ଗୁଡ଼ିକ ମରିଯାଉଛି |ଏହା ଦ୍ବାରା ଅଞ୍ଚଳରେ ଚାଷୀ ମାନଙ୍କର ଚିନ୍ତା ବଢ଼ିବା ସହ ହତାସ ହେଉଥିବା ଦେଖିବାକୁ ମିଳିଛି |ଗ୍ରୀଷ୍ମ ଉତ୍ତାପ ବଢ଼ିବ ସହ ଜାମଦା ଅଞ୍ଚଳର କେତେକ ଗାଁ ଗୁଡ଼ିକରେ ଜଳ ସମସ୍ୟା ମୁଣ୍ଡ ଟେକି ଉଠିଛି |ଜାମଦା ବ୍ଲକର ହରିଡାବେଡ଼ା,ବାଘିଆ ଗାଁ ରେ ଅଞ୍ଚଳ ଥିବା ଅଚଳ ନଳକୂପ ଗୁଡ଼ିକ ମରାମତି ଅଭାବରୁ ଜନସାଧାରଣ ନାହିଁ ନଥିବା ହରକତ ହେଉଛନ୍ତି |ନଳକୂପଗୁଡ଼ିକ ମରାମତି ନ ହେବା ଫଳରେ ସେଥିରେ ଘାସ ଚରିଯାଇଛି |ସେହିପରି ତାଳଗାଁ ଗ୍ରାପର ଲକ୍ଷ୍ମୀପୋଷି ଗାଁ ରେ ଜଳସମସ୍ୟା ମୁଣ୍ଡଟେକି ଉଠିଥିବା ସମାଜସେବୀ ଲକ୍ଷ୍ମୀଧର ମହାନ୍ତ ସୂଚନା ଦେଇଛନ୍ତି |ପାଇପ୍ ଜଳ ଯୋଗାଇବାର ସବୁ ବ୍ୟବସ୍ଥା ସରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଜଳ ବଣ୍ଟନ ହେଉନାହିଁ ବୋଲି ଖବର ଜଣାଇଛନ୍ତି |ତେବେ ବାମନଘାଟୀଉପଖଣ୍ଡ ପ୍ରଶାସନ ଜଳସମସ୍ୟାର ସମାଧାନ ତଥା ଚାଷୀମାନଙ୍କର ସମସ୍ୟାକୁ ସମାଧାନ କରିବା ନିମନ୍ତେ ୟୁଏସ୍ଆଇ ସଂଗଠନର ରାଜ୍ୟ ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ପ୍ରିଣ୍ଟ୍ ମିଡ଼ିଆ ଖବର ମାଧ୍ୟମରେ ସୂଚନା ଦେଇଛନ୍ତି |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅସହାୟ ଗରିବ ରୋଗୀ ଙ୍କ ପାଇଁ BHRC INDIA ଢେଙ୍କାନାଳ ଟିମ୍ ଙ୍କ ମହାନତା

ଜିଲ୍ଳା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଅଂଶୁଘାତରେ କଲରାପତରିଆ ଗୁରୁତର

Sunil Chandra Nayak

Leave a Comment

error: Content is protected !!