ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

5T ସଚିବ ଶ୍ରୀଯୁକ୍ତ ଭି କେ ପଣ୍ଡିୟାନ ଙ୍କ ଢେ଼ଙ୍କାନାଳ ଗସ୍ତ ଅବସର ରେ “କପିଳାସ ସୁରକ୍ଷା ସମିତି ” ର ନିବେଦନ କଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

ମହାଶୟ,

ଓଡ଼ିଶା ଶାସନ ର ୨୨ବର୍ଷ ଭିତରେ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାୟ ୨ ଥର ଗସ୍ତ କରି କପିଳାସ ପୀଠ ର ରାସ୍ତା ଘାଟ ,ଯାତ୍ରୀ ବିଶ୍ରାମ, ଗାର ପ୍ରଭୁତି ଅନେକ ଉନ୍ନୟନ କାର୍ଯ୍ୟ ହୋଇ ପାରିଥିଲେ ମଧ୍ୟ ଅଦ୍ୟାବଧି ବହୁ କାର୍ଯ୍ୟ ଅଧୁରା ରହି ଯାଇଛି । 

 ଆପଣ ଆସନ୍ତା ଜୁଲାଇ୧୧ଓ ୧୨ତାରିଖରେ ଢେ଼ଙ୍କାନାଳ ଜିଲ୍ଲାର “ସ୍ଵର୍ଣ୍ଣ ତ୍ରିଭୁଜ ” କୁହାଯାଉଥିବା “ସପ୍ତସଯ୍ୟା ଓ କପିଳାସ ପୀଠ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ଗସ୍ତ କରୁଥିବାରୁ ଆମ୍ଭେ ଆପଣଙ୍କୁ ସ୍ଵାଗତ ଜଣାଉଛୁ।ଆପଣ ଗତ ମାସ ରେ “ମହିମା ଗାଦି” ଗସ୍ତରେ ଆସି ପୀଠ ର ଅନେକ ଉନ୍ନୟନ କାର୍ଯ୍ୟ ହାତକୁ ନେବାକୁ ନିର୍ଦ୍ଦେଶ ଦେଇ ସାରିଥିବାରୁ ଅଞ୍ଚଳ ବାସି ଙ୍କ ତରଫରୁ ଧନ୍ୟବାଦ୍ ଜଣାଉଛୁ। 

ଆପଣ ଙ୍କ ଏହି ଗସ୍ତ ଅବସର ରେ କପିଳାସ ପୀଠ ର କେତେକ ସମସ୍ୟା ଉପରେ ଆପଣ ଙ୍କ ଦୃଷ୍ଟି କୁ ଆଣିବାକୁ ଏହି ଚିଠି ମାଧ୍ୟମ ରେ ଉଦ୍ୟମ କରିଛୁ । 

ଆଶା କରିବୁ ଆପଣ ନିଶ୍ଚୟ ଏହି ସମସ୍ୟା ର ସମାଧାନ କରିବା ପାଇ ଚେଷ୍ଟିତ ହେବେ ।

୧- ଓଡ଼ିଶା ର ପ୍ରସିଦ୍ଧ ଶୈବ ପୀଠ “କପିଳାସ” ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କ ବିଜେ ପୀଠ ଦ୍ଵାଦଶ ଶତାବ୍ଦୀ ର କୀର୍ତ୍ତିରାଜି ମଧ୍ୟରୁ ଗୋଟିଏ । ଏହି ପୀଠ ର ପାର୍ଶ୍ଵ ବର୍ତୀ ଅଞ୍ଚଳ ଜଙ୍ଗଲ ଜମି ହୋଇଥିବା ରୁ ଓ ଏହା “ଏକ ଅଭୟାରଣ୍ୟ ” ଘୋଷିତ ହୋଇଥିବା ଦୃଷ୍ଟିରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ରେ ବାଧକ ସୃଷ୍ଟି ହୁଏ । ଓଡ଼ିଶା ସରକାର ଚାହିଁ ଲେ ଏହି ସମସ୍ୟା ର ସମାଧାନ ହୋଇ ପାରେ ।

୨ – ଏହି କପିଳାସ ପୀଠ ର ଜଙ୍ଗଲ ର ପରିସୀମା ପ୍ରାୟ ୧୬ହଜାର ଏକର ଅଟେ । ଏହି ଜଙ୍ଗଲ ଟି ପ୍ରାକ୍ ସ୍ଵାଧୀନତା ସମୟ ରୁ ୧୯୭୫ମସିହା ପର୍ଯ୍ୟନ୍ତ ଢେ଼ଙ୍କାନାଳ ର ରାଜ ପରିବାର / ଦେବୋତ୍ତର ବିଭାଗ ଅଧୀନ ରେ ଥିଲା । ଶ୍ରୀମତୀ ନନ୍ଦିନୀ ଶତପଥୀ ଙ୍କ ମୁଖ୍ୟମନ୍ତ୍ରୀତ୍ବ ଓ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ବିଶ୍ଵାଳଙ୍କ ଆଇନ ମନ୍ତ୍ରୀ ଥିବା ସମୟ ରେ ଏହି ଜମି ଗୁଡ଼ିକର ରାଜସ୍ବ ଦେବୋତ୍ତର ବିଭାଗ ଦେଇ ନପାରିବାରୁ କେବଳ ପୀଠ ର ଏ ୦.୭୯ ଡେସିମିଲି ଜାଗା କୁ ଛାଡି ସମସ୍ତ ଜମି କୁ ମାତ୍ର ୪ଲକ୍ଷ ପଚାଶ ହଜାର ଟଙ୍କା ବିନିମୟରେ ଜଙ୍ଗଲ ବିଭାଗ କୁ ହସ୍ତାନ୍ତର ହୋଇଥିଲା । ସେହି ଟଙ୍କା କୁ ଠାକୁର ଙ୍କ ନାମରେ ସ୍ଥାୟୀ ଜମା ରୂପେ ରଖାଯାଇଥିବା ର ଶୁଣାଯାଏ । ପରବର୍ତ୍ତୀ ପର୍ଯ୍ୟାୟ ରେ ସେହି ଜଙ୍ଗଲ ଜମି କୁ “କପିଳାସ ଅଭୟାରଣ୍ୟ” ପରିସର ଭୂକ୍ତ ହୋଇଥିଲା । ତେଣୁ ସମ୍ପ୍ରତି ପୀଠ ର ଉନ୍ନୟନ କାର୍ଯ୍ୟ କରିବାକୁ ହେଲେ ସରକାର ପ୍ରଥମେ କପିଳାସ ପୀଠ ର ପାର୍ଶ୍ଵ ବର୍ତୀ ଅଞ୍ଚଳ କୁ ନିଜ ଅଧୀନ କୁ ଆଣିବା ଦରକାର୍ । ନୋଚେତ କୌଣସି ଉନ୍ନୟନ କାର୍ଯ୍ୟ ପୀଠରେ ହେବା ସମ୍ଭବ ନୁହେଁ । 

ପୀଠ ଭିତର ର କାର୍ଯ୍ୟ “ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ “ର କାର୍ଯ୍ୟ ପରିସର ରେ ଆସୁଥିବାରୁ ପୀଠ ଭିତର ଓ ମୁଖ୍ୟ ମନ୍ଦିର ର ମରାମତି କିମ୍ବା ଅନ୍ୟାନ୍ୟ କାର୍ଯ ଓଡ଼ିଶା ସରକାର ବିନା ଅନୁମତି ରେ କରି ପାରିବେ ନାହିଁ ।

୨- ରାଜ୍ୟ ସରକାର ଯଦି ପ୍ରକୃତ ପକ୍ଷେ କପିଳାସ ପୀଠ ର ଉନ୍ନୟନ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ପୀଠ ର ପାର୍ଶ୍ଵ ବର୍ତି ଅଞ୍ଚଳ ଜଙ୍ଗଲ ବିଭାଗ ଠାରୁ ବଦଳ ସୂତ୍ରରେ ଅଣାଯାଇ ପାରିବ । ସେ ସଂକ୍ରାନ୍ତୀୟ ଏକ ପ୍ରସ୍ତାବ ଗତ ୨୦୧୩ମସିହାରୁ ଢେ଼ଙ୍କାନାଳ ବନ ବିଭାଗ ପାଖରେ ପଡ଼ି ରହିଛି । କପିଳାସ ଠାକୁର ଙ୍କ ପ୍ରାୟ ୮୦ଏକର ଜାଗାରେ ରାଜ୍ୟ ଜଙ୍ଗଲ ବିଭାଗ “ଡି ଅ ର ପାର୍କ ” କପିଳାସ ପାଦ ଦେଶ ରେ ନିର୍ମାଣ ଗତ ୧୯୭୩ମସିହା ରୁ କରିଛନ୍ତି ।ସେହି ଜମି ର ମାଲିକ ପ୍ରଭୁ ଚନ୍ଦ୍ରଶେଖର ହୋଇଥିବାରୁ ଜଙ୍ଗଲ ବିଭାଗ ସେତିକି ପରିମାଣ ର ଜମି କୁ କପିଳାସ ପୀଠ ଉପରେ ହସ୍ତାନ୍ତର କରାଗଲେ ପୀଠ ଉପରେ ଉନ୍ନୟନ କାର୍ଯ୍ୟ କରିବାରେ କିଛି ଅସୁବିଧା ରହିବ ନାହିଁ । ତାହା ସରକାର ଚାହିଁଲେ କରି ପାରିବେ ।

କପିଳାସ ଠାକୁର ଙ୍କ ର ୧୨୦୦ଏକର ପରିମିତ ଉଜୁଡ଼ା କାଜୁ ଜଙ୍ଗଲ କପିଳାସ ପାଦ ଦେଶ ରେ ଅଛି ।ସେଥିରୁ ବିଶେଷ କିଛି ଆୟ ଆସୁନାହିଁ । ସେହି ଜାଗାରେ ମହୀଶୂର ସ୍ଥିତ “ବୃନ୍ଦାବନ ଗାର୍ଡେନ”ଢାଞ୍ଚାରେ ଏକ ଉଦ୍ୟାନ କରାଗଲେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପରିମାଣ ରେ ପର୍ଯ୍ୟଟକ ଆକୃଷ୍ଟ ହୋଇ ଆସି ପାରନ୍ତେ ଓ ଠାକୁର ଙ୍କ ର ସ୍ଥାୟୀ ଆୟର ଉତ୍ସ ବଢ଼ି ପାରନ୍ତା । ତାହା ସରକାର ଚାହିଁଲେ କରି ପାରିବେ ।

୩- କପିଳାସ ର ଠାକୁର ଗରିବ ନୁହନ୍ତି ।ତାଙ୍କର ଅନେକ ଭୁ ସମ୍ପତି ଅଛି ।କିନ୍ତୁ ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନ ର ଅପାରଗତା ହେତୁ ସେଥିରୁ କୌଣସି ଆୟ ଆସୁନାହିଁ।ଯାହା ଆସୁଛି ତାହା କିଛି ଦୁର୍ନୀତି ଗସ୍ତ ଅଧିକାରୀ ଙ୍କ ପକେଟ୍ କୁ ଯାଉଛି ।ଏ ବାବଦରେ ମୁଁ ଅନେକ ଥର ଜିଲ୍ଲା ପ୍ରଶାସନ ଙ୍କ ଦୃଷ୍ଟି ଗୋଚର କରିଛି । କିନ୍ତୁ ତାହାର କୌଣସି ଫଳ ମିଳିବାର ସମ୍ଭାବନା ନାହିଁ । ଠାକୁର ଙ୍କ ର ଜିଲ୍ଲାର ବିଭିନ୍ନ ଜାଗାରେ ଭୂସମ୍ପତ୍ତି ଅଛି । କିଛି ବର୍ଷ ତଳେ ସେହି ଜମି ରେ ଚାଷ ହେଉଥିଲା ଓ ଠାକୁର ଙ୍କ ନୀତି କାନ୍ତି ହେଉଥିଲା ।ତାହା ଏବେ ନାହିଁ । ଠାକୁର ଙ୍କ ଜମି ରୁ ଅନେକ ଜମି ମାଫିଆ ମାନଙ୍କ ର କବଳିତ ହୋଇ ସରିଛି । ଦେବୋତ୍ତର ଅଧିକାରୀ ଏହା ଜାଣି ଚୁପ୍ ରହୁଛନ୍ତି ।ଯଦି ସରକାର ପ୍ରକୃତରେ “କପିଳାସ ପୀଠ” ର ଉନ୍ନୟନ ଚାହୁଁଛନ୍ତି ତେବେ ଭୁବନେଶ୍ୱର ର ପ୍ରଭୁ ଲିଙ୍ଗରାଜ ଙ୍କ ମନ୍ଦିର ପାଇଁ ଯେପରି ସ୍ବତନ୍ତ୍ର ଆଇନ ପାସ ହୋଇଛି ତାହା ହେବା ଦରକାର୍। କପିଳାସ ମନ୍ଦିର ପାଇଁ ଏକ ସ୍ବତନ୍ତ୍ର ଆଇନ ପାସ ହୋଇ ଏକ ପୂର୍ଣକାଲିନ ପ୍ରଶାସନିକ ଅଧିକାରୀ ନିଯୁକ୍ତି ହେବା ଦରକାର ।ନଚେତ୍ ସରକାର ଯେଉଁ ଅନୁଦାନ ଦେବେ ତାହା କେବଳ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଠିକାଦାର ଙ୍କ ପକେଟ୍ ଗରମ କରିବାରେ ସାହାଯ୍ୟ କରିବ। 

୪- କପିଳାସ ପୀଠ ରୁ ବିଭିନ୍ନ ସଇରାତ ରୁ ଠାକୁର ଙ୍କ ର କୋଟି କୋଟି ଟଙ୍କା ଆୟ ହୁଏ । ସେହି ଟଙ୍କା ଦେବୋତ୍ତର ବିଭାଗ ର ପରିଚାଳନା ଗତ ଅପାରଗତା ପାଇଁ ଅଧା ବାଟ ମାରଣା ହୋଇଯାଏ । ଠାକୁର ଙ୍କ ଆୟ ଓ ବ୍ୟୟ ସବୁ ସମାନ ବୋଲି ହିସାବ ଜିଲ୍ଲା ପ୍ରଶାସନ କୁ ଦିଆଯାଏ ।ସୂଚନା ଅଧିକାର ଆଇନ ଅନୁସାରେ ଠାକୁର ଙ୍କ ଆୟ ବ୍ୟୟ ର ହିସାବ ମାଗିଲେ ମଧ୍ୟ ସେହି ଅଧିକାରୀ ମାନେ ଦିଅନ୍ତି ନାହିଁ।ଯଦି ସରକାର କପିଳାସ ଠାକୁର ଙ୍କ ଆୟ ଓ ବ୍ୟୟ ଉପରେ ଏକ ସ୍ବତନ୍ତ୍ର ଅଡିଟ କରିବେ ତେବେ ପ୍ରକୃତ ତଥ୍ୟ ଲୋକ ଲୋଚନ କୁ ଆସି ପାରନ୍ତା । କିନ୍ତୁ ତାହା ବର୍ତ୍ତମାନ ଆଶା କରିବା ବୃଥା ! 

୫ – ଯଦି ସରକାର ପ୍ରକୃତରେ କପିଳାସ ର ଉନ୍ନୟନ କରିବାକୁ ଚାହୁଁ ଛନ୍ତି ତେବେ ଏହି ସବୁ ଦିଗ କୁ ଦୃଷ୍ଟି ଦେବା ଦରକାର।

(କ)- କପିଳାସ ର ପ୍ରସ୍ତାବିତ “ରୋପ ୱେ ପ୍ରକଳ୍ପ” ଯାହା ସରକାର ଅତୀତ ରେ ଘୋଷୋଣ। କରିଛନ୍ତି ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟ କରୀ କରାଯାଇ ନାହିଁ ।ଉକ୍ତ ପ୍ରକଳ୍ପ ପାଇଁ ଜଙ୍ଗଲ ଅନୁମୋଦନ ଗତ ୨୦୧୩ ମସିହା ରୁ ହୋଇ ସାରିଛି। ଜିଲ୍ଲା ପ୍ରଶାସନ ପାଖରେ ସେ ତଥ୍ୟ ମଧ୍ୟ ଅଛି । ସରକାର ତୁରନ୍ତ ସେହି ପ୍ରକଳ୍ପ କୁ କାର୍ଯ୍ୟକାରୀ କରନ୍ତୁ ।

(ଖ) – କପିଳାସ ପୀଠ ରେ ଅତି କମ ରେ ୫୦୦ଯାତ୍ରୀ ରାତ୍ରି ରହଣି ପାଇଁ ” ଯାତ୍ରୀ ନିବାସ” ବ୍ୟବସ୍ଥା ହେବା ଦରକାର୍।

(ଗ)- କପିଳାସ ପୀଠ ର ମୁଖ୍ୟ ଆକର୍ଷଣ ହେଉଛି “ଝରଣା ଜଳ” ଯାହା କି ଔଷଧୀୟ ଗୁଣ ରେ ଭରପୁର । ସେହି ଝରଣା ଜଳ ର ଉତ୍ସ କୁ କିପରି ଅପରିବର୍ତ୍ତିତ ରଖାଯାଇ ପାରିବ ସେଥିପାଇଁ ବିଶେଷଜ୍ଞ ଙ୍କ ପରାମର୍ଶ ନେଇ ତାର ସଂରକ୍ଷଣ କରାଯାଇ ଉପଯୁକ୍ତ ବିନିଯୋଗ କରାଯିବା ଦରକାର। 

(ଘ)- କପିଳାସ ପୀଠ ରେ ଅତି କମ୍ ରେ ୫୦୦ଚାରି ଚକିଆ ଯାନ ଓ ୨୦୦୦ଦୁଇ ଚକିଆ ଯାନ ରହିବା ପାଇଁ “ପାର୍କିଂ” ସ୍ଥଳ ର ଆବଶ୍ୟକତା ଅଛି। ଯାତ୍ରୀ ମାନଙ୍କ ର କିଣା ବିକା ପାଇଁ ଏକ ଅତ୍ୟାଧୁନିକ ହୋଟେଲ ଓ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପୀଠ ଉପରେ ହେବାର ଆବଶ୍ୟକତା ଅଛି ।

(ଚ) – କପିଳାସ ପୀଠ ରେ ଅତି କମରେ ଏକ କାଳୀନ ୫୦୦ଜଣ ବ୍ୟବହାର କଲାଭଳି “ଗାଧୁଆ ଘର ଓ ଶୌଚାଳୟ ” ର ବ୍ୟବସ୍ଥା ହେବା ଦରକାର୍ ।ତାହାବି ନିଃଶୁକ୍ଳ ହେବା ଦରକାର ।

(ଛ) – କପିଳାସ ପୀଠ ରେ ଯାତ୍ରୀ ଓ ଶ୍ରଦ୍ଧାଳୁ ଙ୍କ ମନୋରଞ୍ଜନ ପାଇଁ ଏକ ୨୦୦ସିଟ ଥିବା ଅଡିଟୋରିୟମ ନିର୍ମାଣ କରାଯାଇ “କପିଳାସ ପୀଠ ର ଐତିହାସିକ ଦିଗ “ଉପରେ ସୂଚନା ପ୍ରଦାନ ପାଇଁ ବ୍ୟବସ୍ଥା ।

(ଜ) – କପିଳାସ ପୀଠ ରେ ପ୍ରସିଦ୍ଧ “ଭୁବନେଶ୍ଵରୀ ମନ୍ଦିର ” ନିର୍ମାଣ ପାଇଁ ଅର୍ଥ ର ବ୍ୟବସ୍ଥା ।

(ଝ୍) – କପିଳାସ ର ଝରଣା ଜଳ କୁ ସଂରକ୍ଷଣ ପାଇଁ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି 

ଟାଙ୍କି ନିର୍ମାଣ 

ମୋଟାମୋଟି ଭାବେ କପିଳାସ ପୀଠ ର ଆବଶ୍ୟକତା କୁ ଚାହିଁ ତାହା ଯେଭଳି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଙ୍କ ଉପକାର ରେ ଲାଗିବ ସେଥିପାଇଁ ସରକାର ଉଦ୍ୟମ କରିବା ଦରକାର । ନୋଚେତ୍ ସରକାର ଦେଉଥିବା ଅନୁଦାନ ରେ କିଛି ଠିକାଦାର ପ୍ରତିପୋଷଣ ହେବେ ଓ ତାହା ପ୍ରକୃତ ଲୋକ ଙ୍କ କାମ ରେ ଲାଗି ପାରିବ ନାହିଁ ।

ଆମେ ଜାଣି ନାହୁଁ ଏ ଚିଠି ଆପଣ ଙ୍କ ପାଖରେ ପହଞ୍ଚି ପାରିବ କି ନାହିଁ । ତଥାପି ଆମର ଏହି ଦାବି ଗୁଡ଼ିକ ପୂରଣ ହେବା ପର୍ଯ୍ୟନ୍ତ ଆମ୍ଭର ଉଦ୍ୟମ ଅବ୍ୟାହତ ରହିବ। 

ଧନ୍ୟବାଦ୍ ସହ ।

ଇତି

ଆପଣଙ୍କର ଗୁଣ ମୁଗ୍ଧ 
ନବୀନ ନନ୍ଦ ,ପୂର୍ବତନ ବିଧାୟକ ଓ
ଆବାହକ, କପିଳାସ ସୁରକ୍ଷା ସମିତି , 
ଢେ଼ଙ୍କାନାଳ

Related posts

ରାଇଘର ଠାରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ 

Sunil Chandra Nayak

ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଏମ୍. କେ କ୍ଳାସେସ୍ ରେ

masiha

ସିନାପାଲି ବ୍ଲକ୍ ରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!