ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସମୀର କୁମାର ପ୍ରଧାନ ଙ୍କ କବିତା = କୃଷକ ର ପର୍ବ ଅକ୍ଷୟ ତୃତୀୟା

 କୃଷକ ର ପର୍ବ

          ଅକ୍ଷୟ ତୃତୀୟା

କୃଷି ଭିତ୍ତିକ ପର୍ବ ଅଟେ ଏହି, 
ବୈଶାଖ ମାସରେ ପଡଇ।
ମନ ଆନନ୍ଦେରେ ଚଷାଭାଇ,
ଅକ୍ଷି ମୁଠି କୁ ସଜାଡଇ।
ସକାଳୁ ଉଠି ତା ଘରଣୀ
ସଜାଡେ ଟୋକେଇ ଗଉଣୀ, ଫାଳ ।
ଦାଣ୍ଡ ଦୁଆର ଲିପା ପୋଛା କରି 
ପକେଇ ଥାଏ କେତେ ଝୋଟି,ଚିତା।
ମାତା ଲକ୍ଷ୍ମୀ ଙ୍କ ପୂଜା କରି,
ବିଲ କୁ ଚାଲେ ଲଙ୍ଗଳ ଧରି ଚଷା ଭାଇ ।
ବୈଶାଖ ଶୁକ୍ଳ ତୃତୀୟା ରେ ହୁଏ 
ରଥ କାଠ। ର। ଅନୂକୁଳ।
ଆଗ୍ନେୟ ପୂରାଣ ବର୍ଣ୍ଣିତ ଅଛି 
ବଡ ଶୁଭ ଦିନଟା ଅଟେ ଏହା ।
ଲକ୍ଷ୍ମୀ ଙ୍କ ସଙ୍ଗେ ବିଷ୍ଣୂପୂଜାକରି
ପଞ୍ଚ ଦେବତାଙ୍କପୂଜା କରି।
ଗହମ ଗଡୁରେ ଭରିବା, 
ଅକ୍ଷତ ଥାଳିରେ ଢାଳିବା।
କଳସ ସ୍ଥାପନା କରିବା
ଅଷତ ଥାଳିରେ ଗହମ,
ଗୁଡୁକୁ ଯତନେ ରଖିଣ।
ମହା ଲକ୍ଷ୍ମୀ ଙ୍କୁ ପୂଜା କରି,
ବ୍ରତ କରନ୍ତି ଘରଣୀ ମାନେ ।
ପର୍ଶୁରାମ ଙ୍କ ଜୟନ୍ତୀ, 
ଏଦିନେ ଦାନ ଧର୍ମ କରନ୍ତି ।
ଚନ୍ଦନ ଯାତ୍ରା ଆରମ୍ଭ ହୁଏ। , ଏହି ଦିନ ଠାରୁ 
ସଂଧ୍ୟା ରେ ଚାପ ଖେଳ ହୁଏ ।
ଆନନ୍ଦ ସଭିଁଙ୍କର ମନ ହୁଏ 
ଅଟେ ଏ ବଡ ଶୁଭ ଦିନ।
ଏହି ଦିନ ଅନୁଷ୍ଠିତ ହୁଏ,
ଗୃହ ପ୍ରବେଶ ଓ ଶୁଭ କର୍ମ ଯେତେ 
ଯେଉଁ କର୍ମ ଆରମ୍ଭ କରିବା, 
ଭଲେ ସଫଳତା ଲାଭ କରିବା।

ସମୀର କୁମାର ପ୍ରଧାନ

ଯୁବ କବି ଓ ସାମ୍ବାଦିକ,
ଜଗନ୍ନାଥ ପୁର, ରାଜନଗର,
କେନ୍ଦ୍ରାପଡ଼ା,
ମୋବଇଲ ନମ୍ବର -୮୬୫୮୨୫୩୮୩୧

Related posts

ସୁଶାନ୍ତ ରଣା  ଙ୍କ କବିତା = ଆ’ ପଢ଼ିଯିମା ପାଠ୍

Sunil Chandra Nayak

ସଫଳା ଦାସ ଙ୍କ କବିତା l l ନବବର୍ଷ l l

Sunil Chandra Nayak

ମୋତିଲାଲ ସାହୁ ଙ୍କ କବିତା = ଅନୁତାପ

masiha

Leave a Comment

error: Content is protected !!