ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୋରଦାର ଚାଲିଛି କଂଗ୍ରେସ ଦଳର ପ୍ରଚାର

ଜୋରଦାର ଚାଲିଛି କଂଗ୍ରେସ ଦଳର ପ୍ରଚାର 

ଖଇରା,୧୪/୫/୨୪- ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ଅନ୍ତର୍ଗତ ବଡ଼ଜଇପୁର ପଞ୍ଚାୟତରେ ଶତାଧିକ କର୍ମୀମାନଙ୍କୁ ନେଇ ଏକ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମ୍ମିଳନୀରେ ବଡ଼ଜଇପୁର ପଞ୍ଚାୟତର ସମସ୍ତ ଗ୍ରାମର ଲୋକମାନେ ଉପସ୍ଥିତ ରହିଥିଲେ । କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା ଯୋଗ ଦେଇ ସମସ୍ତଙ୍କୁ ଚଳିତ ନିର୍ବାଚନରେ ଯୋଡିଏ ହାତରେ ଭୋଟ ଦେବା ପାଇଁ ନିବେଦନ କଲେ । ଏହି ସଭାରେ ବାଲେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ସିମୁଳିଆ ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ନିରଞ୍ଜନ ପରିଡା, ୬ ନମ୍ବର ଜୋନ ସଭାପତି ଭାଗିରଥି ମହାପାତ୍ର, ଧ୍ରୁବ ସେଠୀ, ଗଦାଧର ଡ଼ିଆବାଗ ଉପସ୍ଥିତ ଥିଲେ । ବଡ଼ଜଇପୁର ପଞ୍ଚାୟତରେ ବାବାଜୀ ଶତପଥି, ଅମୁଲ୍ୟ ଜେନା, ନରେନ୍ଦ୍ର ଜେନା, ଶ୍ୟାମସୁନ୍ଦର ଜେନା, ସନ୍ତୋଷ ପଣ୍ଡା, ବସନ୍ତ ମହାକୁଡ଼, ପ୍ରଫୁଲ୍ଲ କୁମାର ସାହୁ, ବୁଦ୍ଧିରାମ ସାହୁ, ଅର୍ଜୁନ ସାହୁ, ହରିହର ବାରିକ, ରମାକାନ୍ତ ଦଳେଇ, ହୃଷିକେଶ ଶତପଥି, ବିଜୟ କୁମାର ଦାସ, ଲକ୍ଷ୍ମଣ ସାହୁ, ପ୍ରଦୀପ କୁମାର ପଣ୍ଡା, ନୃସିଂହ ବେହେରା, ଘନଶ୍ୟାମ ବାରିକ, ଅକ୍ଷୟ ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ବାରିକ, ଶ୍ୟାମସୁନ୍ଦର ମହାପାତ୍ର, ସୁରେନ୍ଦ୍ର ମହାନ୍ତି ଏବଂ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ । କଂଗ୍ରେସ ଦଳ ପ୍ରଚାର କାର୍ଯ୍ୟକୁ ଜୋରଦାର କରି ଚାଲିଛି, ଯାହା ଚଳିତ ନିର୍ବାଚନରେ ଦଳ ସଫଳତା ହାସଲ କରିବା ସହିତ ଶ୍ରୀ ବେହେରା ବିଧାୟକ ହେବା ସୁନିଶ୍ଚିତ ହୋଇଛି । କଂଗ୍ରେସ ପ୍ରତି ଭୋଟରଙ୍କ ଉତ୍ସାହ ଧୀରେ ଧୀରେ ବୃଦ୍ଧି ପାଉଥିବା ଜଣାଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସିପିଆଇ କଟକ ନଗର କମିଟିର ବୈଠକ

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

ଜିଲ୍ଳା ରେ ମଣ୍ଡି ସମସ୍ୟା ତଥା ଗରିବ ଓ କୃଷକ ବିରୋଧୀ କେନ୍ଦ୍ର ବଜେଟ ବିରୁଦ୍ଧରେ ଯୁବ କଂଗ୍ରେସର‌ ବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!