ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ଦଳ ର ବିଧାୟକ ପ୍ରାର୍ଥୀ ଙ୍କ ବିଜେଡି ରେ ଯୋଗ ଦାନ :ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ଅନାସ୍ଥା ର ପାର୍ଶ୍ଵ ପ୍ରତିକ୍ରିୟା

କଂଗ୍ରେସ ଦଳ ର ବିଧାୟକ ପ୍ରାର୍ଥୀ ଙ୍କ ବିଜେଡି ରେ ଯୋଗ ଦାନ :ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ଅନାସ୍ଥା ର ପାର୍ଶ୍ଵ ପ୍ରତିକ୍ରିୟା

ତେନ୍ତୁଳିଖୁଣ୍ଟି ୦୧/୦୬/୨୫ — ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ଚାରି ସମିତି ସଭ୍ୟ ଓ ଚାରି ସରପଞ୍ଚ ଙ୍କ ପାତ୍ରପୁଟ ସମିତି ସଭ୍ୟ ତଥା ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ର ବିଧାୟକ ପ୍ରାର୍ଥୀ ଆଜି ଭୁବନେଶ୍ୱର ଠାରେ ଶଙ୍ଖ ଭବନ ରେ ବିଜୁ ଜନତା ଦଳ ରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବ ରେ ରାଜ୍ୟ ସଭା ଏମ ପି ମୁନା ଖାଁ ,ଜିଲ୍ଲା ବି ଜେ ଡି ସଭାପତି ତଥା ବିଧାୟକ ମନୋହର ରନ୍ଧାରି ,ପୂର୍ବତନ ଏମ ପି ରମେଶ ମାଝୀ ,ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ,ତେନ୍ତୁଳିଖୁଣ୍ଟି ବ୍ଲକ ବି ଜେ ଡି ସଭାପତି ପ୍ରଫୁଲ୍ଲ ନାଗ ,ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା, ଅରୁଣ ମିଶ୍ର , ଯୁବ ନେତା ସୁରେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିଜୁ ଜନତା ଦଳ କ୍ଷମତା ରୁ ଯାଇଥିଲେ ମଧ୍ୟ ନବୀନ ବାବୁଙ୍କ ନେତୃତ୍ୱ ପ୍ରତି ଆକର୍ଷିତ ହୋଇ ଭା ଜ ପା ତଥା କଂଗ୍ରେସ ଦଳ ର ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ତଥା ସ୍ଥାନୀୟ କର୍ମୀ ଓ ନେତା ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି ବୋଲି ମୁନା ଖାଁ କହି ଥିଲେ।

 ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ପଞ୍ଚାୟତ ସମିତି ର ୨୩ ଜଣ ସରପଞ୍ଚ ତଥା ସମିତି ସଭ୍ୟ ଅନାସ୍ଥା ପ୍ରକଟ କରି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ନଅ ତାରିଖ ରେ ଅନାସ୍ଥା ଭୋଟିଂ ହେବାକୁ ଥିବା ବେଳେ ଆଜି ର ମିଶ୍ରଣ ପର୍ବ ତାହାର ପାର୍ଶ୍ଵ ପ୍ରତିକ୍ରିୟା ଭାବେ ଦେଖା ଯାଉଛି। ବ୍ଲକ ଅଧ୍ୟକ୍ଷା ନିଲେନ୍ଦ୍ରି ନାୟକ ଓ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ବିଜୁ ଜନତା ଦଳ ସମର୍ଥିତ ହୋଇ ମଧ୍ୟ ଆଜିର ମିଶ୍ରଣ ପର୍ବ ରେ ଅନୁପସ୍ଥିତ ରହିବା କିଛି ସଂକେତ ଦେଉଛି ବୋଲି ମନେ ହେଉଛି ବୋଲି ରାଜନୀତିକ ବିଶ୍ଲେଶକ ମତ ରଖୁଛନ୍ତି। ଅନାସ୍ଥା ପ୍ରସ୍ତାବ ପରେ ବ୍ଲକ ଅଧ୍ୟକ୍ଷା ଙ୍କୁ ଆସନ ସୁରକ୍ଷିତ ରଖିବା ପାଇଁ କିଛି ବିଜୁ ଜନତା ଦଳ ସମର୍ଥିତ ସମିତି ସଭ୍ୟ ଭା ଜ ପା ମୁଁହା ହୋଇ ବିଧାୟକ ଙ୍କ ସମର୍ଥନ ଲୋଡ଼ି ନିଜ ର ଲବି ଚଳାଇ ଥିଲେ। ଏବେ ଦେଖିବାକୁ ରହିଲା ନଅ ଜୁନ ରେ ଅନାସ୍ଥା ରେ କାହାର ବାଜିମାତ ହେଉଛି।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ମଣ୍ଡଳ ପ୍ରବାସ ଯୋଜନା ଅନ୍ତର୍ଗତ ହାରଭଙ୍ଗା ମଣ୍ଡଳ ସ୍ତରରେ ପ୍ରସ୍ତୁତି ବୈଠକ “

Sunil Chandra Nayak

ଧର୍ମଗଡ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି

masiha

ବାଲିଅନ୍ତାରେ ସୌମ୍ୟ ସ୍ୱାଇଁ ହତ୍ୟା ମାମଲା ପୋଲିସ ସମ୍ମୁଖରେ ପିଟି ପିଟି ହତ୍ୟା କରାଯିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ନମୁନା: ବିଜେଡି

Sunil Chandra Nayak

Leave a Comment

error: Content is protected !!