ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଓ ପଥପ୍ରାନ୍ତ ସଭା

ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଓ ପଥପ୍ରାନ୍ତ ସଭା

ରାଉରକେଲା ୨୩/୬, ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଏବଂ ଓଡିଶା ପ୍ରଭାରୀ ଅଜୟ କୁମାର ଲଲୁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ବରେ ସମ୍ବିଧାନ ବଞ୍ଚାଓ କାର୍ଯ୍ୟକ୍ରମ ବିଭିନ୍ନ ହାଟ, ବଜାର ଓ ମୁଖ୍ଯ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି। ସେଥିମଧ୍ୟରେ ସେକ୍ଟର-୧୯ ମୁଣ୍ଡା ବଜାର, ଛେଣ୍ଡ ଭି ଏସ୍ ଏସ୍ ମାର୍କେଟ୍, ବନ୍ଧମୁଣ୍ଡା ଏତଓ୍ବାରୀ ହାଟ, ବନ୍ଧମୁଣ୍ଡା ଡିଜେଲ ଛକ, ଟ୍ରାଫିକ୍ ଛକ ଓ ମେନ୍ ରୋଡର ଗଣେଶ ଛକ ଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏହି ପଥପ୍ରାନ୍ତ ସଭାରେ ରାଉରକେଲା କଂଗ୍ରେସ ସଭାପତି ରବି ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସମ୍ବିଧାନ ବଞ୍ଚିଲେ ଦେଶ ବଞ୍ଚିବ। ବିଜେପି ସରକାର ସମ୍ବିଧାନକୁ ହତ୍ଯା କରିବାକୁ ବସିଛି। ବିରୋଧି ଦଳ ନେତା ତଥା କଂଗ୍ରେସର ନେତା ରାହୁଲ ଗାନ୍ଧୀ ୧୪୦ କୋଟି ଦେଶବାସୀଙ୍କ ପାଇଁ ସମ୍ବିଧାନ ବଞ୍ଚାଇବା ପାଇଁ ରାଜରାସ୍ତାରେ ଅଛନ୍ତି। ଏହି ପଥପ୍ରାନ୍ତ ସଭାରେ କଂଗ୍ରେସର ବରିଷ୍ଠ ନେତାମାନେ ବିଭିନ୍ନ ସ୍ଥାନରେ ଉଦବୋଧନ ଦେଇଥିଲେ। ନେତାମାନଙ୍କ ମଧ୍ୟରେ ଅତିଥି ରାଜକିଶୋର ଷଡ଼ଙ୍ଗୀ, ଦେବବ୍ରତ ବିହାରୀ, ସବୀର ହୁସେନ, ଗଣେଶ ପ୍ରଧାନ, ଜ୍ଞାନେନ୍ଦ୍ର ଦାସ, ପ୍ରବୋଧ ଦାସ, ଆଶିଷ ମହାନ୍ତି, ଧୁସା ନାୟକ, ପ୍ରଫୁଲ୍ଲ ପ୍ରଧାନ, ସର୍ବେସ ସିଂ, ମନୁ ସାମଲ, ରଘୁ ଦାସ, ଦିବାକର ଦୀପ୍, ଡେଭିଡ୍ ରାଓ ପ୍ରମୁଖ ଉଦବୋଧନ ଦେଇ ପ୍ରଚାରପତ୍ର ବଣ୍ଟନ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜ୍ଯୋତିପ୍ରକାଶଙ୍କୁ ମିଳିଲା ନୂଆ ଦାୟିତ୍ୱ

masiha

ମୟୂରଦର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

ବିଜେପି ଯୁବ ମୋର୍ଚ୍ଚାର ତ୍ରିରଙ୍ଗା ପଦ ଯାତ୍ରା

masiha

Leave a Comment

error: Content is protected !!