ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରାବଣୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଜୁଲାଇ ୧୩ରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେବ ଶ୍ରାବଣୀ ମେଳା 

ଶ୍ରାବଣୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜୁଲାଇ ୧୩ରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେବ ଶ୍ରାବଣୀ ମେଳା 

ରାଉରକେଲା, ୨୩/୬/୨୦୨୫ : ଆସନ୍ତା ଜୁଲାଇ ୧୩ରୁ ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏହାର ସଫଳ ଆୟୋଜନ ପାଇଁ ଅତିରିକ୍ତ ଜିଲ୍ଲାପାଳ ତଥା ଆରଏମସି କମିଶନର ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମେଳାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ସେ ସମସ୍ତ ବିଭାଗର ସହଯୋଗ କାମନା କରିିଥିଲେ।

ଆସନ୍ତା ଜୁଲାଇ ୧୩ ତାରିଖରୁ ଆୟୋଜନ ହେବାକୁ ଥିବା ଏହି ଶ୍ରାବଣୀ ମେଳା ଯଥାକ୍ରମେ ୨୦, ୨୭ ଜୁଲାଇ ଓ ୩ ଅଗଷ୍ଟ ତାରିଖ ରବିବାର ଦିନ ଆରମ୍ଭ ହୋଇ ଆରଦିନ ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ମେଳାରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଯଥେଷ୍ଟ ପରିମାଣରେ ପୁଲିସ ମୁତୟନ ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା, ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ଵାରା ନିୟମିତ ଭାବେ ଷ୍ଟଲ୍ ଗୁଡ଼ିକରେ ଖାଦ୍ୟ ଓ ପାନୀୟର ମାନ ପରୀକ୍ଷଣ କରିବା ଉପରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଗୁରୁତ୍ୱାରୋପ କରିଥିଲେ। 

ଚଳିତ ବର୍ଷ ଅନ୍ୟ ଜିଲ୍ଲାରେ ଝାଡାବାନ୍ତି ବ୍ୟାପିଥିବାରୁ ପ୍ରଶାସନ  ପକ୍ଷରୁ ବିଶେଷ ନଜର ରଖାଯିବାପାଇଁ ବୈଠକରେ ସ୍ଥିର କରାଯାଇଛି l  ଖାଦ୍ୟ ନିରାପତ୍ତା ଅଧିକାରୀ ଙ୍କୁ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଓ ସଂସ୍ଥା ପକ୍ଷରୁ ଦିଆଯାଉଥିବା ଖାଦ୍ୟର ତଥା  ପାନୀୟ ଜଳର ମାନ ଯାଚ କରିବା ପାଇଁ  ଦାୟିତ୍ବ ଦିଆଯାଇଛି l  କୌଣସି ସଂସ୍ଥା ଯଦି ଖାଦ୍ୟ ବିତରଣ ପାଇଁ ଇଛୁକ ଅଛନ୍ତି ସେ ବେଦବ୍ୟାସ ଟ୍ରଷ୍ଟ କୁ ଜଣାଇବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ l 

ବହୁ ସଂଖ୍ୟାରେ ଜନସମାଗମକୁ ଲକ୍ଷ୍ୟରେ ରଖି ମନ୍ଦିର ବେଢ଼ା ସହ ନଦୀ ଘାଟ ଗୁଡ଼ିକରେ ପୁରୁଷ ଓ ମହିଳା ମାନଙ୍କ ପାଇଁ ଅଲଗା -ଅଲଗା ବ୍ୟାରିକେଡ ବ୍ୟବସ୍ଥା କରିବା ପାଇଁ ସେ ପିଡବ୍ଲୁଡି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହା ସହ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଟିପିଡବ୍ଳୁଓଡିଏଲ  ଏବଂ  ସ୍ଵଚ୍ଛତା ଓ ପରିମଳ ବ୍ୟବସ୍ଥା ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ପ୍ରାଥମିକ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ସହ ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିବ । ଏଥିସହ ମେଳାକୁ ସଫଳ ଭାବେ ପରିଚାଳନା ପାଇଁ ନିମନ୍ତେ  ବେସାମରିକ  ସଂଗଠନର ସ୍ଵେଚ୍ଛାସେବୀ ମାନଙ୍କୁ ନିୟୋଜନ କରାଯିବ।  ଲଗାଣ ବର୍ଷା ଯୋଗୁଁ ନଦୀ ଜଳସ୍ତର ବଢିବାର ସମ୍ଭାବନା ରହିଛି ଏଥିପାଇଁ  ଓଡ୍ରାଫ, ଅଗ୍ନିଶମ ବିଭାଗ ଓ ପିଡବ୍ଲୁଡି ବିଭାଗ ପ୍ରସ୍ତୁତ ରହିବାକୁ ଶ୍ରୀ କୁଲକର୍ଣ୍ଣି ପରାମର୍ଶ ଦେଇଥିଲେ l

ଏହି ପ୍ରସ୍ତୁତି ବୈଠକରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ତଥା ବେଦବ୍ୟାସ ଟ୍ରଷ୍ଟ ବୋର୍ଡ ର ସଦସ୍ୟ ପ୍ରମୁଖ ରୂପେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ଅଧ୍ୟୁଷିତ ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହେବ. ରାଜ୍ୟସଭା ସାଂସଦ ଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଙ୍କ ଚିଠି

Sunil Chandra Nayak

ନଗର ଚିକିତ୍ସାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ବିଭିନ୍ନ ସ୍ଥାନରେ ଆୟୋଜିତ ପବିତ୍ର ରଥଯାତ୍ରା ମହୋତ୍ସବରେ ବିଧାୟକ ଶ୍ରୀ ଦୁର୍ଗାଚରଣ ତନ୍ତୀଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!