ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ (ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ସରକାରୀ (ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ବନ୍ଧୁଗାଁ ତା ୩୦/୧୧/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ଠାରେ ଥିବା ସରକାରୀ (ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ- ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଧିନସ୍ତ ସମନ୍ନୀତ ଯୁବ ବିକାଶ କାର୍ଯ୍ୟକ୍ରମ ଚଳିତ ୨୩ ତାରିଖରୁ ଶୁଭାରମ୍ଭ ହୋଇ ବୁଧବାର ଦିନ ଉଦଯାପିତ ହୋଇଯାଇଛି । ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମେ ଦୁଇ ଦିନ ଧରି କଲେଜ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା କୁମ୍ଭାରିପୁଟ ଗାଁରେ ପଥପ୍ରାନ୍ତ ନାଟକ ଅଭିନୟ କରି ନାରି ଶିକ୍ଷା, ନିଶା ନିବାରଣ ଓ ଜଙ୍ଗଲ ସୁରକ୍ଷା ସଚେତନତା ସୃଷ୍ଟି କରାଯାଇଥିଲା। ୨ୟ ଦିନ କ୍ରୀଡ଼ା ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ଓ ଶେଷ ଦୁଇ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ଦିନ ମୂଖ୍ୟ ଅତିଥି ଭାବେ ପୁର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ଓ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, କଲେଜ ପ୍ରିନ୍ସପାଲ୍ ସରଜ କୁମାର ତରାଇ,ବିଜେଡ଼ି ବ୍ଲକ ସଭାପତି ବାଲା ନାଗ, ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ର,ସ୍ଥାନୀୟ ସରପଞ୍ଚ ଲୁଦ୍ର ଜାକାକା, ଲିଙ୍ଗରାଜ ପାତ୍ର, ମଧୁସୂଦନ ନାଇକ, ଉତ୍ତମ ନାୟକ ଓ କରୁଣାକର ସେନାପତି ଉପସ୍ଥିତ ରହି ଥିଲେ। ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ରାଜ୍ଯ ସରକାରଙ୍କ ତରଫରୁ ଆଜି ଯେଉଁ ଯୁବ ଓଡ଼ିଶା ନବୀନ ଓଡ଼ିଶା କଲେଜ ମାଧ୍ୟମରେ ସାମାଜିକ ସଚେତନତା, କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି ଏହା ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ବିକାଶ ଆଣିବା ଲକ୍ଷ୍ୟ ନେଇ ବ୍ୟାପକ ଭାବେ କରାଯାଉଛି। କ୍ରିଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇ ପ୍ରଥମ,୨ ୟ ଓ 3ୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ସରକାରି (ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ର ବେହେରା, ସୁଶିଲ ପ୍ରଧାନ, ସନ୍ତୋଷ କୁମାର ପୁଷ୍ଟି, ପାର୍ବତୀ ଗୁପ୍ତା, ବଞ୍ଜ ଚୌଧୁରୀ, ପ୍ରମଦ କୁମାର ଦାସ, ସୁବାସ ଚନ୍ଦ୍ର ସାରକା, ନନ୍ଦିନୀ ସାଉନ୍ତା, ସମିର ମୁଣ୍ଡାନି, ଆର ମୟୁରୀ, ଗଗନ କୁମାର ସୁବୁଦ୍ଧି, ଜିତେନ୍ଦ୍ର କୁମାର ପଣ୍ଡା, ସାଇଲାଜା ବ୍ରମ୍ବା, ଭବାନୀ ମୁଦୁଲି, ସୁବ୍ରତ ଚୁହନ, ପ୍ରଦୀପ ପଣ୍ଡା, ମିନା ପରିଜା, ଲାମାନ ସେଠୀ, ଦିପିତି ଦୀପିକା ଦାସ, କନେ ଜାନି, ମୁକୁନ୍ଦ ଶବର ଶିବ ସୁନ୍ଦର ଚମ୍ପିଆ, ଲିଙ୍କନ ମହାନ୍ତି, ଜ୍ୟୋତି ରଞ୍ଜନ ଜେନା ଓ ରାମବାବୁ ବୁଦୁଡ଼ି ଉପସ୍ଥିତ ରହି ଥିଲେ। ଶେଷରେ ପ୍ରିନ୍ସପାଲ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଅତି ସୁନ୍ଦର ଭାବରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଶେଷ ହୋଇଥିବାରୁ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ମୋ ଘର ଯୋଜନା ସମ୍ପର୍କିତ ସଚେତନତା କର୍ମଶାଳା

Sunil Chandra Nayak

ସାମ୍ବାଦିକ ଙ୍କ ମାତୃ ବିୟୋଗ 

masiha

ସାର କଳା ବଜାରି ରୋକିବା ପାଇଁ ସ୍ବତନ୍ତ୍ର ଟିମ ର ଚଢ଼ାଉ

Sunil Chandra Nayak

Leave a Comment

error: Content is protected !!